।। ଗଙ୍ଗାଧର ମେହେର ଜୟନ୍ତୀ ଉପଲକ୍ଷେ 'କବିତା ପାଠୋତ୍ସବ' ଅନୁଷ୍ଠିତ ।।

Aug 10, 2024 - 04:42
 0  18
।। ଗଙ୍ଗାଧର ମେହେର ଜୟନ୍ତୀ ଉପଲକ୍ଷେ 'କବିତା ପାଠୋତ୍ସବ' ଅନୁଷ୍ଠିତ ।।

ନୂଆପଡା ଜିଲ୍ଲା ନ୍ୟାସନାଲ ମହାବିଦ୍ୟାଳୟ ଠାରେ ଓଡ଼ିଆ ବିଭାଗ ତରଫରୁ ଗଙ୍ଗାଧର ମେହେର ଜୟନ୍ତୀ ଉପଲକ୍ଷେ 'କବିତା ପାଠୋତ୍ସବ' ଅନୁଷ୍ଠିତ ହୋଇଯାଇଛିI ମହାବିଦ୍ୟାଳୟର ଅଧ୍ଯକ୍ଷ ହିତେଶ କୁମାର ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଦୁର୍ଲ୍ଲଭ ଚରଣ ବେହେରା ମୁଖ୍ୟ ଅତିଥି, ଅଧ୍ଯାପକ କପିଳଦେବ ପାଣିଗ୍ରାହୀ ମୁଖ୍ୟବକ୍ତା, ଅଧ୍ଯାପିକା ମମତା ପଟ୍ଟନାୟକ, ଡ଼ ପ୍ରମୋଦ କୁମାର ରାଉତ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ । ବର୍ଷା ସାହୁ,ରାଜେଶ୍ବରୀ ନାଏକ,ଆକାଂକ୍ଷା ଭାରତୀ ଓ ବର୍ଷା ଦାସ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ । ଏହି ଶୁଭ ଅବସରରେ ବିଭାଗରେ ନୂତନ ଭାବେ ଯୋଗଦାନ କରିଥିବା ଅଧ୍ଯାପିକା ଆଶା ମେହେରଙ୍କୁ ଆନୁଷ୍ଠାନିକ ଭାବେ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅତିଥିମାନେ ଗଙ୍ଗାଧରଙ୍କୁ ଜଣେ ଜୀବନବାଦି କବି ଭାବରେ ଚିତ୍ରଣ କରିବା ସହିତ ତାଙ୍କର କାବ୍ଯାଦର୍ଶ ଓ ଦାର୍ଶନିକ ଦୃଷ୍ଟିଭଙ୍ଗୀ ଉପରେ ଆଲୋଚନା କରିଥିଲେ । ଅଧ୍ଯାପକ ଗୋପୀ ଗୋପାଳ ସୁନା କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିବା ବେଳେ ଅଧ୍ଯାପକ ଶିବ ପ୍ରସାଦ ସା ଉପସ୍ଥିତ ଅତିଥି ଓ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ କବିତା ପାଠୋତ୍ସବ ରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ଯାପକ,ଅଧ୍ଯାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ