।। ଖରିଆର ରୋଡ ବନାଞ୍ଚଳରେ ବନ ମହୋତ୍ସବ ସପ୍ତାହ ପାଳିତ ସମସ୍ତଙ୍କ ଗୋଟିଏ ଲକ୍ଷ ଗଛ ଲଗାଇବା ନିଜ ପାଇଁ, ସମାଜ ପାଇଁ, ପରିବେଶ ପାଇଁ ।।

ନୂଆପଡା :ତା:-୦୯/୦୭/୨୪ ନୂଆପଡା ଜ଼ିଲ୍ଲା ଖଡ଼ିଆଳ ବନ ଖଣ୍ଡ ଅଧିନସ୍ତ ଖରିଆର ରୋଡ ବନାଞ୍ଚଳ ଗୋତମ (ଅର୍ବାନ ପ୍ଲାଣ୍ଟଷ୍ଟେନ୍ସନରେ) ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି l ଏହି 75ତମ ବନ ମୋହତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ସମ୍ମାନୀୟ ଅତିଥି ସିଆରପିଏଫ କାମଣ୍ଡେଣ୍ଟ ଏରିକ ଗିଲବର୍ଟ ଜୋସ, ଡିଏଫଓ ଶ୍ରୀ ଅଜିଜ ଖାଁ, ଡ. ରଞ୍ଜୀତ ଛଵଡା, ଡ଼ଃ. ଉଦ୍ଧବ ଚରଣ ମହାରଣା, ଭି.ଏସ.ଏସ. ସଭାପତି ଖିଲେଶ ରାଉତ, ଆମସେନା ଗ୍ରାମ ପଞ୍ଚୟତ ପ୍ରତିନିଧି ଗଣ ସହ ଖରିଆର ରୋଡ ଏବଂ ଶିଖ ସମାଜ ଓ ଡ୍ରାଇଭର ସଂଘର କର୍ମକର୍ତା ବୃକ୍ଷ ରୋପଣ ମୋହତ୍ସବରେ ସହଯୋଗ ପ୍ରଦାନ କରିଥିଲେ l ଏହି 75ତମ ବନ ମୋହତ୍ସବ ଜରିଆରେ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ l ବନ ଜଙ୍ଗଲ କ୍ଷୟ ହେବ ଦ୍ୱାରା ପରିବେଶ ସନ୍ତୁଳନ ବିପର୍ଯ୍ୟୟ ହୋଇଛି ବୋଲି ଆସିଥିବା ଅତିଥି ନିଜ ନିଜ ମତ ରଖିଥିଲେ l ପରେ ଚାରା ରୋପଣ ଅତିଥି ମାନଙ୍କ ଦ୍ୱାରା କରାଯାଇଥିଲା ଅତିଥି ମାନେ ଚାରା ରୋପଣର ମୁଖ୍ୟ ଉଦ୍ଦେଶ୍ୟ ସହ ତାର ମହତ୍ୱ ଉପରେ ବ୍ୟାପକ ରୂପେ ବୁଝାଇଥିଲେ l ଏହି ବନ ମୋହତ୍ସବରେ ଖରିଆର ରୋଡ ସହର ବାସୀ, ଗୋତମା ଗ୍ରାମର ଏସ.ଏସ.ଜି ମହିଳା ଏବଂ ନବ ଜ୍ୟୋତି ବିଦ୍ୟାଳୟର ଛାତ୍ର ଛାତ୍ରୀ ସାମିଲ ଥିଲାବେଳେ ଆୟୋଜିତ ବନାଞ୍ଚଳ ଅଧିକାରୀ ଶ୍ରୀ ରଞ୍ଜିତସିଂ ବାବୁ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିଲେ ଓ ମଞ୍ଚ ପରିଚାଳନା କରିଥିଲାବେଳେ l ବନପାଳ ବିନୋଦ ବିହାରୀ ନାୟକ, ବନରକ୍ଷୀ ଜ୍ୟୋତ୍ସ୍ନା ଛତର, ସଂଯୁକ୍ତା ବାରିକ, ତପସ୍ୱିନୀ ସାଗର, ଚନ୍ଦ୍ର ଶେଖର ଶବର, ସୋମ ରାଉତ, ପ୍ରଫୁଲ୍ଲ ଶବର ସମେତ ବନ କର୍ମଚାରୀ ଚାରା ରୋପଣ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






