।। ଖରିଆର ରୋଡ ଟାଉନ ହଲ ଠାରେ ମହିଳା ଦିବସ ଅନୁଷ୍ଠିତ ।।

ନୂଆପଡା ଜ଼ିଲ୍ଲା ଅନ୍ତର୍ଗତ ଖରିଆର ରୋଡ ଟାଉନ ହଲ ଠାରେ ଖରିଆର ରୋଡ ସେବା ସମିତି ଦ୍ୱାରା ମହିଳା ଦିବସ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ନେହା ଡାଗାଙ୍କ ଅଦକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରମିଳା ଶର୍ମା, କଳ୍ପନା ଢୋଲକିଆ, ଲିଲା ସାଙ୍କଲେଚା, ବବିତା ମହାଭୋଇ, ସପନା ଢୋଲକିଆ, ସନ୍ତୋଷ ଅଗ୍ରୱାଲ, ସୋନିୟା ଜୈନ, ତାରେଶ୍ୱରୀ ସାହୁ, ନିଶା ଅଗ୍ରୱାଲ ପ୍ରମୁଖ ଯୋଗଦେଇଥିଲେ l ଉକ୍ତ ମହିଳାଦିବସରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ ହୋଇଥିଲାବେଳେ ସେଲ୍ଫି ପୋଇଁଟରେ ମହିଳାମାନେ ସେଲ୍ଫି ଉଠାଇଥିଲେ l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ମହିଳାମାନେ ଯୋଗଦେଇ କାର୍ଯ୍ୟକ୍ରମରେ ଅନେକ ମହିଳାମାନଙ୍କୁ ସମ୍ମାନିତ କରାଯାଇଥିଲା ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






