ଖରିଆର ରୋଡ କେ.ଜି.ଏନ. ସରାୟ ଠାରେ ସାମୁହିକ ବିବାହ ଉତ୍ସବ ଅନୁଷ୍ଠିତ

Dec 28, 2025 - 20:23
 0  4
ଖରିଆର ରୋଡ କେ.ଜି.ଏନ. ସରାୟ ଠାରେ ସାମୁହିକ ବିବାହ ଉତ୍ସବ ଅନୁଷ୍ଠିତ

ଖରିଆର ରୋଡ କେ.ଜି.ଏନ. ସରାୟ ଠାରେ ସାମୁହିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି, ଏହି ସାମୁହିକ ବିବାହ ସରକାର ଗରିବ ନବାଜ ଉର୍ତ୍ସ ଦ୍ୱାରା ବିଗତ 13 ବର୍ଷ ହେବ ଏହି କାର୍ଯ୍ୟକ୍ରମ ଚାଲି ଆସୁଥିବାବେଳେ ଆଜକୁ 8 ବର୍ଷ ହେବ ସାମୁହିକ ବିବାହର ଆୟୋଜନ କରାଯାଇଥାଏ ଏହି ଦିନରେ ଗରିବ ପରିବାରର ପୁଅ, ଝିଅ ମାନେ ବିବାହ ବନ୍ଧନରେ ବନ୍ଧିତ ହୋଇ ସମାଜକୁ ଏକ ନବ ଦିଗନ୍ତର ବାର୍ତ୍ତା ଦେଇଥାଏ ବାବା ଗରିବ ନବାଜ ହାଜି ମୋହମ୍ମଦ ଅସରଫ ଦ୍ୱାରା ଏହି ବିବାହ କାର୍ଯ୍ୟ ସମ୍ପାଦନ ହୋଇଥିବାବେଳେ ସନ୍ଧ୍ୟା ସମୟରେ ଖରିଆର ରୋଡ ମସଜିଦ ପଡ଼ାରେ ଏକ ଶୋଭାଯାତ୍ରା ବାହାରି ଦରଗାହ ମସଜିଦରେ ପହଁଚି ଚାଦର ଚଡାଇ ଥିଲା l ପରେ କେ.ଜି.ଏନ. ସରାୟ ଠାରେ 5 ଯୋଡ଼ା ବିବାହ ଉତ୍ସବରେ ବର ପକ୍ଷ ଏବଂ କନ୍ୟା ପକ୍ଷଙ୍କ ମଧ୍ୟ ସଙ୍ଗମ ଦେଖିବାକୁ ମିଳିଥିଲା l ଏହି ସାମୁହିକ ବିବାହ ଉତ୍ସବରେ ସମାଜର ଅନେକ ଗଣମାନ୍ୟ ବ୍ୟକ୍ତି ମାନେ ନିଜ ନିଜ ଇଛା ଅନୁସାରେ ନବ ବିବାହିତ ବର କନ୍ୟାଙ୍କୁ ଉପହାରରେ ଘରର ଉପକରଣ ଯଥା - ଆଲମାରୀ, ପଲଙ୍ଗ, କଂସାବାସନ, ସୁନା ଓ ରୁପାର ଆଭୂଷଣ ପ୍ରତେକ ବିବାହ ଜୋଡାଙ୍କ ପାଇଁ ଦିଆଯିବାର ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମକୁ ସମାଜର ବିଶିଷ୍ଟ ବ୍ୟକ୍ତି ମହମ୍ମଦ ସଲିମ, ହାଜି ମହମ୍ମଦ ୟାକୁବ, ଅବଦୁଲ କରିମ (ଜୋହର), ଅବଦୁଲ ହୁସେନ (ଜୋହର), ମହମ୍ମଦ ଜୁନେଦ (ଜୋହାରୀ), ମହମ୍ମଦ ଇବ୍ରାହିମ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ