ଖଡିଆଳରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Feb 16, 2026 - 18:32
 0  8
ଖଡିଆଳରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଖଡିଆଳ ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଆଜି ସମୁଦାୟ ୬୭ଟି ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ୫୧ ଟି ଓ ସାମୁହିକ ୧୬ଟି ଅଭିଯୋଗ ଥିଲା । ଏହି ସବୁ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଜିଲ୍ଲାପାଳଙ୍କ ସହିତ ଡି ଏଫ୍ ଓ ଅଜିଜ ଖାନ,ଡି ଏଫ୍ ଓ କେ ଏଲ ଏ ମାଧବୀ ଲତା, ସି ଡି ଏମ ଓ ଡ଼ ଧନେଶ୍ୱର ସେଠୀ , ଜିଲ୍ଲା ଅତିରିକ୍ତ ଉନ୍ନୟନ ଅଧିକାରୀ କ୍ଷମାନିଧି ଭୋଇ ,ଉପ ଜିଲ୍ଲାପାଳ ସୁର୍ମୀ ସୋରେନ,ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଜିଲ୍ଲା ପରିଷଦ ସଦସ୍ୟ ମାଲ୍ୟବନ୍ତ ସୁନା, ଶ୍ରୀମତୀ ତନୟା ଶବର ପ୍ରମୁଖ ମଞ୍ଚାସିନ ଥିଲେ l ଖଡ଼ିଆଳ ବିଡ଼ିଓ ମିଲନ କୁମାର ଝାଙ୍କର, ତହସିଲଦାର ନରସିଂହ ଗଦବା, ଖଡିଆଳ ଏନ୍ ଏ ସି, ଇ ଓ ସ୍ଵାଧୀନ ମହାରଣା,ଡେପୁଟୀ କଲେକ୍ଟର ଚିନ୍ମୟ ସାଗର, ସୌରଭ କୁମାର ବିଶି, ଲଲାଟେନ୍ଦୁ ଦଣ୍ଡସେନା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ l ଶିବିରରେ ଅସହାୟ ଇନ୍ଦ୍ରାଦି ନାଏକ, କୁବେରପତି ବାଗ , ବରପଦର ଓ ଉର୍ମିଳା ଜଗତ ଏବଂ ନନ୍ଦ ସୁନାନି, ଗୋଇମୁଣ୍ଡିଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ରେଡ୍ କ୍ରସ୍ ପାଣ୍ଠି ରୁ ତତ୍କାଳୀନ ସହାୟତା ଯୋଗାଇ ଦିଆଯାଇଥିଲା l ଶିବିର ଉପଲକ୍ଷେ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା l ଶିବିରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଖଡିଆଳ ବ୍ଲକ୍ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ଗଣ ମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ । ଏହି ଅବସରରେ ଚନାବେଡା ପଞ୍ଚାୟତରେ ପରିବର୍ଦ୍ଧିତ ଜନ ଶୁଣାଣୀ ଶିବିର ଓ ପ୍ରାଣୀ ପାଇଁ ଦିନଟିଏ ଉପଲକ୍ଷେ ଗୃହପାଳିତ ପଶୁ ପକ୍ଷୀ ମାନଙ୍କ ପାଇଁ ଏକ ଚିକିତ୍ସା ଶିବିର ଆୟୋଜିତ ହୋଇଥିଲା l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ