କୋଷାଗୁମୁଡ଼ା ରେ ବ୍ଲକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

Nov 20, 2024 - 16:03
 0  11
କୋଷାଗୁମୁଡ଼ା ରେ ବ୍ଲକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

କୋଷାଗୁମୁଡ଼ା ତା:- ୧୯,୧୧,୨୦୨୪ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଳକସ୍ତରୀୟ ବିଜ୍ଞାନ ମେଳା ସଦରସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଢ଼ଛି ! ଏଥିରେ କୋଷାଗୁମୁଡ଼ା ବ୍ଲକର ୧୯ ଟି କ୍ଲଷ୍ଟର ଅଧୀନସ୍ଥ ୧୦ ଟି ପ୍ରାଥମିକ ବିଦ୍ୟାଳୟ, ୩୦ ଉଚ୍ଚପ୍ରାଥମିକ ଓ ୧୮ ଟି ଉଚ୍ଚବିଦ୍ୟାଳୟର ମୋଟ ୫୮ ଜଣ ଛାତ୍ରଛାତ୍ରୀ ବିଜ୍ଞାନ,ଗଣିତ ଓ ପରିବେଶ ବିଷୟରେ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ ! ୬୫ ଟି ଗୋଟି ପ୍ରକଳ୍ପ ମଧ୍ୟରୁ ୭ ଟି ପ୍ରକଳ୍ପ କୁ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ପାଇଁ ଚୟନ କରାଯାଇଛି ! ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ସରପଞ୍ଚ ଡାଲିମ୍ବ ମାଝୀ ଓ ସମିତି ସଭ୍ୟ ଲକ୍ଷ୍ମଣ ପୂଜାରୀ ଙ୍କ କୋରକୋମଳ ରେ ଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ ଶ୍ରୀ ଜଗନ୍ନାଥଙ୍କ ଫୋଟ ଚିତ୍ର ରେ ଦେଇ ଆରମ୍ଭ ହୋଇଥିଲା ! ଉଦ୍ଘାଟନୀ ଉତ୍ସବରେ ସଙ୍ଗୀତ ପରିଚାଳନା ରେ ଜଗଦିଶ ପଟନାୟକ,ଭୁବନା ନନ୍ଦ ଜେନା, ରମେଶ ପାଢ଼ୀ ପ୍ରମୁଖ ଥିଲେ ! ଉଦ୍‌ଘାଟନୀ ସମାରୋହରେ ସ୍ଥାନୀୟ ସରପଞ୍ଚ ଡାଲିମ୍ବ ମାଝୀ, ସମିତି ସଭ୍ୟ ଲକ୍ଷ୍ମଣ ପୂଜାରୀ, ପ୍ରଧାନ ଶିକ୍ଷକ ପବିତ୍ର ହାଲଦାର, ଏବିଓ ଦିଗାମ୍ବର ହରିଜନ, ହେମନ୍ତ ମାଝୀ,ମୋସ୍କୁଲ ସଭାପତି ଭୁବନେଶ୍ୱର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ! ଅପରାହ୍ନରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ବ୍ଲକ ଚେୟାର ମ୍ୟାନ ସର୍ବେଶ୍ୱରୀ ମାଝୀ,ବିଇଓ ସୁପ୍ରିୟା ନାୟକ, ସରପଞ୍ଚ ଡାଲିମ୍ବ ମାଝୀ, ସମିତି ସଭ୍ୟ ଲକ୍ଷ୍ମଣ ପୂଜାରୀ,ଏବିଇଓ ଦିଗାମ୍ବର ହରିଜନ,ପ୍ରଧାନ ଶିକ୍ଷକ ପବିତ୍ର ହାଲଦାର ,ଏନପିଏସ ସଭାପତି ବାବେନ୍ଦ୍ର ନାୟକ, ଓଏବି ପ୍ରିନ୍ସପାଲ ସୁବାସ ନାୟକ, ମାଝୀ ଧନୁଆ ପ୍ରଧାନ ଶିକ୍ଷକ ବଦ୍ରିନାରାୟନ ବିଶ୍ୱାଳ, ସିଆରସିସି ଦିଲ୍ଲୀପ ଖଟୁଆ, ରାଜେନ୍ଦ୍ର ହରିଜନ,ଶୁଭେନ୍ଦୁ ଦାସ, ଦୁଷ୍ମନ୍ତ ସାହୁ,ସଞ୍ଜୟ ପରିଡା, କିଷାନ ମୋଲିକ ଉପସ୍ଥିତ ରହି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ! ବସନ୍ତ ଚଣ୍ଡାଳ ( ମାଝୀ ଧନୁଆ ),ନୃଶିଙ୍ଘ ନାଥ ମାଳି ( କୋଷାଗୁମୁଡ଼ା),ପ୍ରଭାକର ରନ୍ଧାରୀ (ସାନ ଆମ୍ବଡା),ବିଚିତ୍ର କୁମାର ସାହୁ(କୋଡ଼ିଙ୍ଗା),ବାସନ୍ତୀ ହରିଜନ(ବାଙ୍କୁଲୀ),ଓଁ ହଲଦାର(କୋଷାଗୁମୁଡ଼ା, ମାଝୀଗୁଡା),ଅନୁସୁମାନ ପାତ୍ର,(କୋଷାଗୁମୁଡ଼ା) ଙ୍କ ପ୍ରକଳ୍ପ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ନିମନ୍ତେ ମନୋନୀତ ହୋଇଥିବା ଜଣାପଡ଼ିଛି ! ଆଜିର କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଙ୍କ ସହଯୋଗ ରେ ସାଫଲ୍ୟ ମଣ୍ଡିତ ହୋଇଛି ! ଓ ସ୍କୁଲ ଛାତ୍ର ଛାତ୍ରୀ ମାନେ ଆନନ୍ଦିତ ହୋଇଛନ୍ତି !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ