କୋଲାବିରା ଗାୟତ୍ରୀ ମନ୍ଦିରରେ ଗୀତା ଜୟନ୍ତୀ
କୋଲାବିରା, ୭ ।୧୨ (ଫାଷ୍ଟ୍ ନ୍ୟୁଜ ଓଡିଶା) : କୋଲାବିରା ସ୍ଥିତ ଗାୟତ୍ରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପକ୍ଷରୁ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି । ଗାୟତ୍ରୀ ପରିବାର କୋଲାବିରା ପକ୍ଷରୁ ଆୟୋଜିଜ ହୋଇଥିବା ଏହି ଗୀତାଯଜ୍ଞ କାର୍ଯ୍ୟକ୍ରମରେ ସାଧ୍ଵ ପଦ୍ମିନୀ ହୋତା ଏବଂ ସାଧ୍ଵ ମିନୀ ଟଣକାର ଯଜ୍ଞହୋତ୍ରୀ ଦାଇତ୍ଵ ତୁଳାଇଥିବା ବେଳେ ପୂଜକ ଗୋକୁଲ ଚନ୍ଦ୍ର ମିଶ୍ର ଓ ଅଟଲ ମିଶ୍ର ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ । ଗୀତାପାଠ ଗୀତା ପରିବାର ଝାରସୁଗୁଡାର ଦ୍ଵାରା ସମ୍ପାଦିତ ହୋଇଥିବା ବେଳେ ରଘୁନାଥପାଲି ଗାୟତ୍ରୀ ପରିବାର, ମହିଳା ମଣ୍ଡଳର କର୍ମକର୍ଡ ଯୋଗଦେଇଥିଲେ । ରାଜେଶ ଦାସ,ଡୋଲାମଣି ପଧାନ,ସୁକାନ୍ତ ଶେଖର ବହିଦାର,ମେମ ନାନୀ ପ୍ରମୁଖଙ୍କ ସମେତ ଗ୍ରାମବାସୀଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ହୋଇଥିଲା । ଏଇଅବସରରେ ଗୀତାର ସମସ୍ତ ଶ୍ଳୋକ ଆବୃତି ସହିତ ଜ୍ଞାନଯଜ୍ଞାଦି କାର୍ଯ୍ୟକ୍ରମ ଅନୁଷ୍ଠି ହୋଇଥିଲା । ସଂଧ୍ୟାରେ ଯଜ୍ଞ ପୂର୍ଣାହୁତି ପରେ ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହି ଗୀତାଯଜ୍ଞ ରେ ଅଂଚଳର ବହୁ ଶ୍ରଦ୍ଧାଳୁ ଭକ୍ତ ଭାଗନେଇଥିଲେ
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0