।। କୋରାପୁଟ ଟିକଟ ରେସ୍ ଚର୍ଚ୍ଚାରେ ସମାଜସେବୀ ଜଗନ୍ନାଥ ହନ୍ତାଳଙ୍କ ଲୋକପ୍ରିୟତା ।।

Feb 26, 2024 - 16:00
 0  14
।। କୋରାପୁଟ ଟିକଟ ରେସ୍ ଚର୍ଚ୍ଚାରେ ସମାଜସେବୀ ଜଗନ୍ନାଥ ହନ୍ତାଳଙ୍କ ଲୋକପ୍ରିୟତା ।।

ସେମିଲିଗୁଡା ପିଏନଏସ କୋରାପୁଟ ଆସନ୍ତା ୨୦୨୪ ସାଧାରଣ କୋରାପୁଟ ନିର୍ବାଚନ ମଣ୍ଡଳୀରେ ଏହି ନିର୍ବାଚନକୁ ନେଇ ପ୍ରମୁଖ ରାଜନୈତିକ ଦଳର ଆଶାୟୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳୁଛି। କୋରାପୁଟ ନିର୍ବାଚନ ମଣ୍ଡଳୀ ବିଧାୟକ ଟିକଟ ପାଇଁ ପ୍ରମୁଖ ଦାବିଦାର ରହି ଅଞ୍ଚଳର ବିଶିଷ୍ଟ ସମାଜସେବୀ ଜଗନ୍ନାଥ ହନ୍ତାଳ। ହଠାତ୍ ତାଙ୍କ ଏଣ୍ଟ୍ରି ଏବଂ ତାଙ୍କର ଲୋକପ୍ରିୟତାକୁ ନେଇ ଜଗନ୍ନାଥ ହନ୍ତାଳ ଏବେ ଚର୍ଚ୍ଚାରେ ରହିଛନ୍ତି । କୋରାପୁଟ ନିର୍ବାଚନ ମଣ୍ଡଳୀରେ ସମସ୍ତ କାର୍ଯ୍ୟକ୍ରମରେ ଜଗନ୍ନାଥ ହନ୍ତାଳଙ୍କୁ ଆଗରେ ଦେଖିବାକୁ ମିଳୁଛି। ଏମିତି କି ଅଞ୍ଚଳରେ ସମସ୍ୟା ହେଉ କି ଯେ କୌଣସି ପରିସ୍ଥିତି। ଖବର ପାଇବା ମାତ୍ରେ ଜଗନ୍ନାଥ ହାଜିର୍ ରହୁଛନ୍ତି, ବୋଳି ସୁନାବେଡା କଲ୍ୟାଣ ମଣ୍ଡପ ଠାରେ ଏକ ବନ୍ଧୁ ମିଳନରେ ଏକ ନମ୍ବର ୱାର୍ଡ ବାପୁଜୀ କଲୋନୀର ଉପସ୍ଥିତ ସତାଧିକ ଯୁବକ ସ୍ୱାଗତ ଜଣାଇ ତାଙ୍କୁ ଭଲପାଇବା ଉପରେ ନିଜ ପ୍ରତିକ୍ରିୟା ଦେଇଥିଲେ.ଏଥିପାଇଁ ସେ ଲୋକପ୍ରିୟ ଓ ଚର୍ଚ୍ଚାରେ ରହି ଆସୁଛନ୍ତି। କୋରାପୁଟ ମାଟିର ସୁଯୋଗ୍ୟ ସନ୍ତାନ ଭାବେ ଆଦର କରି ଆସୁଛନ୍ତି। ସେହିପରି ସମାଜସେବୀ ଜଗନ୍ନାଥ ହନ୍ତାଳ ଯୁବ ଗୋଷ୍ଠୀ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ବିଭିନ୍ନ ସ୍ଥାନରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରି ଏମାନଙ୍କୁ ଆଗକୁ ବଢିବା ପାଇଁ ପ୍ରୋତ୍ସାହନ ଦେଉଛନ୍ତି। ଦୁଖୀ ଗରୀବ ଅସହାୟ ମଣିଷର ସାଥି ହେବା ମୋର କର୍ତ୍ତବ୍ୟ ମୋର ନିଶା ଏବଂ ମୋର ସୌଭାଗ୍ୟ। ମୋର କାର୍ଯ୍ୟ ନିଷ୍ଠାର ସହ କରିବା ପାଇଁ ଶହେ ପ୍ରତିଶତ ଚେଷ୍ଟା କରୁଛି। ସର୍ବଦା ଦୁଃଖୀ ଗରୀବ ଅସହାୟ ନିଷ୍ପେସିତ ଲୋକଙ୍କ ସାଥିରେ ଅଛି ବୋଲି ଶ୍ରୀ ହୋନ୍ତାଳ କହିଛନ୍ତି।

କୋରାପୁଟ ରୁ ରୁପ ଖରାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ