କୋରାପୁଟ ଜିଲ୍ଲାରେ ନୂତନ ରେଳ ଲାଇନ ପାଇଁ ପଟ୍ଟାଙ୍ଗି ବିଧାୟକଙ୍କ ପକ୍ଷରୁ ଅନୁରୋଧ

Aug 28, 2025 - 14:45
 0  331
କୋରାପୁଟ ଜିଲ୍ଲାରେ ନୂତନ ରେଳ ଲାଇନ ପାଇଁ ପଟ୍ଟାଙ୍ଗି ବିଧାୟକଙ୍କ ପକ୍ଷରୁ ଅନୁରୋଧ

କୋରାପୁଟ, ୨୭/୦୮: କୋରାପୁଟ ଜିଲ୍ଲାରେ ରେଳ ସୁବିଧା ବିକାଶ ପାଇଁ ପଟ୍ଟାଙ୍ଗି ବିଧାୟକ ତଥା ଓଡ଼ିଶା ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡ଼ାମ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖି ନୂତନ ରେଳ ଲାଇନ ନିର୍ମାଣ ପାଇଁ ବିଶେଷ ଅନୁରୋଧ କରିଛନ୍ତି। ସେମିଳିଗୁଡ଼ା,ଦୁଧାରୀ, କୋଟିଆ ଉପରକାଣ୍ଟି, ସାଲୁର, ବୋବିଲି ରେଳଷ୍ଟେସନକୁ ସଂଯୋଗ କରିବା ସହିତ କୋରାପୁଟରୁ ସେମିଳିଗୁଡ଼ା, କୁନ୍ଦୁଲି, ସାଡାମ୍, ଚୌଗାଁ ଦେଇ ଆରକୁ ରେଳଷ୍ଟେସନ ପର୍ଯ୍ୟନ୍ତ ନୂତନ ଲାଇନ ରଚନା ପ୍ରସ୍ତାବ ସେଥିରେ ସାମିଲ ହେଲେ ଲୋକଙ୍କ ସୁବିଧା।କାଡ଼ାମଙ୍କ କହିବା ଅନୁସାରେ କୋରାପୁଟ ଜିଲ୍ଲା ଆଦିବାସୀ ପ୍ରଧାନ ଅଞ୍ଚଳ ହେବାରୁ ଏଠାରେ ରେଳ ଯୋଗାଯୋଗର ଗମ୍ଭୀର ଅଭାବ ରହିଛି।ଏହି ଅଭାବରୁ ଆଦିବାସୀ ଲୋକମାନେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଆର୍ଥିକ କ୍ଷେତ୍ରରେ ପଛରେ ପଡ଼ି ରହିଛନ୍ତି।ପ୍ରସ୍ତାବିତ ରେଳ ଲାଇନଗୁଡ଼ିକ ଭାରତୀୟ ରେଳବାଇକୁ ଆର୍ଥିକ ଲାଭ ସହିତ ପୂର୍ବ ଘାଟି ଅଞ୍ଚଳରେ ଯୋଗାଯୋଗ, ପରିବହନ ଏବଂ ସେମିଳିଗୁଡ଼ାରେ ପ୍ରସ୍ତାବିତ କ୍ଷୁଦ୍ର ଶିଳ୍ପ କେନ୍ଦ୍ର ବିକାଶରେ ସହାୟକ ହେବ।ସେ ଆହୁରି ଜଣାଇଛନ୍ତି ଯେ, ଏହି ରୁଟ୍‌ଗୁଡ଼ିକ ୧୯୪୩ ମସିହାରୁ ରେଳ କର୍ତ୍ତୃପକ୍ଷଙ୍କ ସର୍ଭେ ଏବଂ ବିଚାରାଧୀନ ରହିଥିଲେ ମଧ୍ୟ,ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ।ତେଣୁ, କୋରାପୁଟ ଜିଲ୍ଲାର ଲୋକଙ୍କ ଦୀର୍ଘଦିନର ଦାବିକୁ ମନେରଖି ରେଳ ମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଆଗ୍ରହ ନେଇ ପଦକ୍ଷେପ ନିବାକୁ ବିଧାୟକ ଶ୍ରୀ କାଡ଼ାମ ଆବଦନ କରିଛନ୍ତି ଦେଖାଯାଉ ଏହି ଡବଲ୍ ଇଜିଁନ୍ ସରକାର ସମୟରେ ଲୋକଙ୍କ ସପ୍ନ ।

 କୋରାପୁଟ ରୁ ରୂପ ଖରା ଙ୍କ ରିପୋର୍ଟ ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ