କୋରାପୁଟ ଜିଲ୍ଲା ଡମ ସମାଜର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ସମ୍ପନ୍ନ

Nov 15, 2025 - 22:04
 0  6
କୋରାପୁଟ ଜିଲ୍ଲା ଡମ ସମାଜର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ସମ୍ପନ୍ନ

ସେମିଲିଗୁଡା, କୋରାପୁଟ (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା): କୋରାପୁଟ ଜିଲ୍ଲା ଡମ ସମାଜର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଆଜି ସେମିଲିଗୁଡା କଲ୍ୟାଣ ମଣ୍ଡପରେ ଉତ୍ସାହଭରିତ ପରିବେଶରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲା ସଭାପତି ଶ୍ରୀ ରାଜେନ୍ଦ୍ର ଧଡ଼କାଙ୍କ ନେତୃତ୍ୱରେ ନୂତନ ଜିଲ୍ଲା କାର୍ଯ୍ୟକାରୀ କମିଟି ଗଠନ କରାଗଲା। ବୈଠକରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ରଘୁରାମ ପଡ଼ାଲ ଉପସ୍ଥିତ ହୋଇ ସମାଜର ସଂଘଟନ, ଶିକ୍ଷା, ଏବଂ ସାମାଜିକ ଏକତା ବିଷୟରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ରଖିଥିଲେ। ନିର୍ବାଚିତ ନୂତନ ଜିଲ୍ଲା କାର୍ଯ୍ୟକାରୀ କମିଟି କାର୍ଯ୍ୟକାରୀ ସଭାପତି: ପଦଲାମ କୁଲଦୀପ ଜିଲ୍ଲା ଉପ ସଭାପତି: ନିରଞ୍ଜନ ଖିଲ ଜିଲ୍ଲା ସାଧାରଣ ସମ୍ପାଦକ: ସାଦେବ ବାଘ ଯୁଗ୍ମ ସମ୍ପାଦକ: ଦିଲ୍ଲୀପ ଖରା ଜିଲ୍ଲା କଷାଧକ୍ଷ: ଡାନିଏଲ ଖରା ଆଇନ ଉପଦେଷ୍ଟା: ଆଡ଼ଭୋକେଟ ନୃପେନ୍ଦ୍ର ନାରାୟଣ ବାଘ ବୈଠକରେ ସମାଜର ଆଗାମୀ କାର୍ଯ୍ୟଯୋଜନା, ସଦସ୍ୟ ବୃଦ୍ଧିକରଣ, ଏବଂ ସମାଜର ସମସ୍ତ ଶ୍ରେଣୀକୁ ଯୋଡ଼ିବା ପାଇଁ ବିଭିନ୍ନ ଉଦ୍ୟମ ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ବହୁ ସଂଘ ସଦସ୍ୟ, ବୃଦ୍ଧ ନେତାମାନେ ଏବଂ ଯୁବପିଢ଼ିର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ