।। କୋଟିପତି ପିଇଓ ଙ୍କ ଘରେ ଭିଜିଲାନ୍ସ ଚଢାଉ ।।

May 27, 2024 - 11:38
 0  352
।। କୋଟିପତି ପିଇଓ ଙ୍କ ଘରେ ଭିଜିଲାନ୍ସ ଚଢାଉ ।।

ପଞ୍ଚାୟତ ର ଅଧିକାରୀ ଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟର୍ବହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ବିଭାଗର ଚଢାଉ ୩ ଟି ସ୍ଥାନରେ ଏକ କାଳୀନ ଚଢାଉ ଜାରି। ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଥୁଆମୂଲ୍ ରାମପୁର ବ୍ଲକ ଅନ୍ତର୍ଗତ କାଣିଗୁମା ପଞ୍ଚାୟତ ରେ କାର୍ଯ୍ୟରତ ପିଇଓ ସନ୍ୟାସୀ ନାଏକ ନହେଲା ଗାଁର ସୁରେନ୍ଦ୍ର ନାଏକ ଙ୍କ ଠାରୁ ବିଲ ଟଙ୍କା କରାଇ ଦେବା ପାଇଁ ୧୦ ହଜାର ଟଙ୍କା ଆଜି ଭବାନୀପାଟଣା ସହରର ରାମନଗର ପଡ଼ା ରେ ନେଉଥିବା ବେଳେ ଭିଜିଲାନ୍ସ ଚଢାଉ କରି ରଙ୍ଗ ବୋଲା ଟଙ୍କା ଜବତ କରିବା ସହ ଲାଞ୍ଚୁଆ ପିଇଓ ଙ୍କୁ ଗିରଫ କରିବା ସହ ଲାଞ୍ଜିଗଡ ରେ ଥିବା ନିଜସ୍ଵ ଘର,ଭବାନୀପାଟଣା ଜଳେଶ୍ଵର ମନ୍ଦିର ପଡ଼ାରେ ଥିବା ଦୁଇ ମହଲା କୋଠା ସମେତ ପଞ୍ଚାୟତ କାର୍ଯ୍ୟଳୟ ରେ ଭିଜିଲାନ୍ସ ବିଭାଗ ଚଢାଉ କରିବା ପରେ ଲାଞ୍ଚୂଆ ପିଇଓ କୋଟି କୋଟି ଟଙ୍କାର ସମ୍ପତ୍ତି ରଖିଥିବା ନେଇ ଭିଜିଲାନ୍ସ ବିଭାଗ ସୂଚନା ଦେଇଛି। ଏହି ପିଇଓ ଜଣକ ବିଭିନ୍ନ ସମୟରେ ଆବାସ ଯୋଜନା ରେ ଘର କରାଇଦେବା ସହ ମନରେଗା ଯୋଜନା ର ବିଲ କରାଇବା ପାଇଁ ବିଭିନ୍ନ ସମୟରେ ଟଙ୍କା ଲାଞ୍ଚ ନେଉଥିବା ନେଇ ପୂର୍ବରୁ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ସେପଟେ ବର୍ତ୍ତମାନ ୩ ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ର ଚଢାଉ ଚାଲିଥିବା ବେଳେ ଚଢାଉ ପରେ ସମ୍ପତ୍ତି ର ଆକଳନ କରାଯିବ ବୋଲି ଭିଜିଲାନ୍ସ ବିଭାଗ ସୂଚନା ଦେଇଛି।

 ଥୁଆ ମୂଲ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ