କୋଟଗଡରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ
କୋଟଗଡ଼୧୬/୧୧ (ଫାଷ୍ଟ ନ୍ୟୁଜ୍ ଓଡ଼ିଶା) କନ୍ଧମାଳ ଜିଲ୍ଲା କୋଟଗଡ ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପାଣୀ ସମ୍ପଦ ମେଳା ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି| ଉକ୍ତ ମେଳାକୁ ଡ଼ଃ ଭାଗବତ ଘୋଷ ପ୍ରଦୀପ ପ୍ରଜଳନ କରିଥିଲେ।କୋଟଗଡ ବ୍ଲକ ସମିତି ଅଧ୍ୟକ୍ଷା ପିଙ୍କି କହଁ ର ଫିତା କାଟି ଉଦଘାଟନ କରିଥିଲେ।ବିଡ଼ିଓ ଶୁଭକାନ୍ତ ନାୟକଙ୍କ ଅଧ୍ୟକ୍ଷତା ରେ ଉପଧ୍ୟକ୍ଷା ପୁଷ୍ପାଞ୍ଜଳି ଭାଟ, ଜିଲ୍ଲା ପରିଷଦ ସଭ୍ୟ ଜିରୀମିୟ ସୁନା ମାଝୀ, ସାଂସଦ ପ୍ରତିନିଧି ନାରାୟଣ ପାତ୍ର, ସିଡିପିଓ ପି. ହରିଲକ୍ଷ୍ମୀ, ଡବ୍ଲୁଈଓ ଦୀପକ କୁମାର ସିଂ ସମେତ ବହୁ ଅଧିକାରୀ ଜୋଗ ଦେଇଥିଲେ ଏବଂ ତୁମୁଡିବନ୍ଧ ବିଭିଓ ଶ୍ରୀ ମାନସ ରଞ୍ଜନ ନାୟକ, ଭିଏସ ଅନଙ୍ଗ କୁମାର ଦାସ, ବେଲଘର ଭିଏସ ଶ୍ରୀ ମଙ୍ଗଲ ଗିରି ରାହୁଲ, କୋଟଗଡ ଭିଡି ର ଭିଏସ ଡ଼.ରୁଥ ଡୁଙ୍ଗଡୁଙ୍ଗ ଏବଂ କୋଟଗଡ ଭିଡି ର ପ୍ରାଣିଧାନ ନିରୀକ୍ଷକ ଅଶୋକ କୁମାର ପାତ୍ର, ହିରୋହୀରାଲାଲ ପାରାସେଟ, ଗୋପୀନାଥ ପାତ୍ର ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି ସମସ୍ତେ ବିର୍ସା ମୁଣ୍ଡା ଙ୍କୁ ମନେପକେଇବା ସହ ସ୍ମୃତିଚାରଣ କରିଥିଲେ। କାମଧେନୁ ଯୋଜନାରେ ଗୋ ପାଳନ, କୁକୁଡ଼ା ଚାଷ, ଛେଳି ଚାଷ ଓ ବିଭିନ୍ନ ପ୍ରଜାତିର ଘାସ ଚାଷ କରି କିପରି ଲାଭବାନ ହୋଇପାରିବେ ସେନେଇ ଉଦବୋଧନ ରଖିଥିଲେ | ସେହିପରି ମାଛ ଚାଷ ରେ କିପରି ପୋଖରୀ ଖନନ ସହ ମାଛ ଯାଆଁଳା ଉପ୍ତାଦନ କରି ଲାଭବାନ ହେବେ ସେହି ବିଷୟରେ ଆଲୋଚନା କରିଥିଲେ| ଡ. ଦିବ୍ୟ ରଞ୍ଜନ ଲେଙ୍କା ଓ ରୁଥ ଡୁଙ୍ଗ ଡୁଙ୍ଗ ଙ୍କୁ ପୁଷ୍ପ ମାଲ୍ୟ ଦେଇ ସମସ୍ତ ଭିଡି ର କର୍ମ ଚାରି ଓ କୋଟଗଡ ବ୍ଲକ ର ପ୍ରାଣୀମିତ୍ର, କୃଷି ମିତ୍ର ସ୍ୱାଗତମ ଜଣାଇଥିଲେ । ସିଡିଭିଓ ଡ. ଭଗବତ ଘଷ ଭାଷଣ ଦେଇ ସମସ୍ତ ଚାଷୀଙ୍କୁ ବିଭିନ୍ନ ସ୍କିମ ବିଷୟ ରେ ଅବଗତ କରିଥିଲେ। ଏହି ଅବସରେ ସଫଳ ଚାଷୀ ଭାବେ ପ୍ରାଣୀଚାଷୀ କୁକୁଡ଼ା ପାଳନ, ଗୋପାଳନ, ଛେଳି ପାଳନ କ୍ଷେତ୍ରରେ ସଫଳ ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା | ସେହଭଳି ରମେଶ ପ୍ରଧାନ ମୋ ପୋଖରୀ ଯୋଜନା ଉତ୍ତମ ଚାଷୀ ହିସାବ ରେ ପୁରସ୍କୃତ ହୋଇଥିଲେ | ଶେଷରେ ବିଭିନ୍ନ ଚାଷୀଙ୍କୁ ସରକାରୀ ସବସିଡି ଓ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ କୋଟଗଡ ଏବଂ ତୁମୁଡିବନ୍ଧ ର ସମସ୍ତ କର୍ମଚାରୀ ସମ୍ପୂର୍ଣ୍ଣ ଭାବରେ ସହ ଯୋଗ କରିଥିଲେ। କୋଟଗଡ ବ୍ଲକ ର ୧୫ ଗୋଟି ପଞ୍ଚାୟତ ରୁ ପ୍ରତେକ ଚାଷୀ ଏବଂ କୃଷି ମିତ୍ର, ପ୍ରାଣୀ ମିତ୍ର, ଏସ ଏଚ ଜି ଗ୍ରୁପ ର ସମସ୍ତ ମା ମାନେ ଯୋଗ ଦେଇଥିଲେ। ଦେବ ଜ୍ୟୋତି ସେଠୀ ସହକାରୀ ମତ୍ସ୍ୟ ଅଧିକାରୀ ଆସିଥିବା ସମସ୍ତ ଚାଷୀ ଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ। ସମସ୍ତ ଚାଷୀ ଏବଂ ସମସ୍ତ ଙ୍କୁଭଜନ ର ବ୍ୟବସ୍ତା ରହିଥିଲା।ଉକ୍ତ ମେଳାରେ ୫୦୦ ରୁ ଉର୍ଦ୍ଧ ଲୋକେ ଉପସ୍ଥିତ ରହିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0