।। କେରପାଇ ଗାଁରେ ମାଓ ବ୍ୟାନର ତିଜମାଳି ଖଣି ଖନନକୁ ବିରୋଧ କରି ମାଓବାଦୀ ଲଗାଇଲେ ବ୍ୟାନର ପୁଲିସକୁ ଦମନ ଓ କମ୍ପାନୀର ଦଲାଲ ନେତାକୁ ଦଣ୍ଡ ଦେବାକୁ ଆହ୍ୱାନ ।।

Dec 15, 2023 - 11:54
 0  59
।। କେରପାଇ ଗାଁରେ ମାଓ ବ୍ୟାନର ତିଜମାଳି ଖଣି ଖନନକୁ ବିରୋଧ କରି ମାଓବାଦୀ ଲଗାଇଲେ ବ୍ୟାନର ପୁଲିସକୁ ଦମନ ଓ କମ୍ପାନୀର ଦଲାଲ ନେତାକୁ ଦଣ୍ଡ ଦେବାକୁ ଆହ୍ୱାନ ।।

କଳାହାଣ୍ଡି( ମକୁନ୍ଦ ନାଏକ ) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ବହୁ ଚର୍ଚ୍ଚିତ ତିଜମାଳି ଖଣିକୁ ମୈତ୍ରୀ କମ୍ପାନୀକୁ ସରକାର ଟେକି ଦେବାକୁ ଯୋଜନା କରିଥିବା ବେଳେ ଏହାକୁ ବିରୋଧ କରି ସିପିଆଇ ମାଓବାଦୀ ବାଘୁନା ଡିଭିଜନ ପକ୍ଷରୁ ମାଓ ବ୍ୟାନର ଲଗାଇବା ଘଟଣା ନେଇ କଳାହାଣ୍ଡି ଜିଲ୍ଲାରେ ଛାଞ୍ଚଲ୍ୟ ଖେଳି ଯାଇଛି।ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଗତ ୧୩ ରାତିରେ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କେରପାଇ ଗ୍ରାମର ଏକଛକରେ ଥିବା ଦୋକାନ ସାମ୍ନା ପଣସ ଗଛରେ ଲାଗିଛି।ଏହି ବ୍ୟାନରରେ ସିପିଆଇ(ମାଓବାଦୀ) ବାଘୁନା ଡିଭିଜନ ନାଲ କମିଟିର ଆହ୍ୱାନ, ମାଁ ,ମାଟି, ଜୀବନ ଜୀବିକା, ସଂସ୍କୃତି, ପରିବେଶ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଏକଜୁଟ ହୁଅନ୍ତୁ।ଖଣି ଖନନ ଓ ବିସ୍ଥାପନ ବିରୋଧରେ ଶସସ୍ତ୍ର ପ୍ରତିରୋଧ ଓ ଆନ୍ଦୋଳନ ଗଢି ତୋଳନ୍ତୁ।ପୁଲିସ ଦମନ ଓ ଦଲାଲ ନେତାଙ୍କୁ ବିରୋଧ କରନ୍ତୁ।କମ୍ପାନୀ ଦଲାଲଙ୍କୁ ଦଣ୍ଡ ଦିଅନ୍ତୁ ବୋଲି ଏହି ବ୍ୟାନରେ ଲେଖା ଯାଇଛି।ଅନ୍ୟ ପକ୍ଷରେ ଏହି ବ୍ୟାନରକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଖେଳି ଯାଇଛି ।

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଵକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ