।। କେନ୍ଦୁଝର ରେ ରୋଲେକ୍ସ ସର୍କସ ଉଦଘାଟିତ ।।

Jul 10, 2024 - 12:06
 0  57
।। କେନ୍ଦୁଝର ରେ ରୋଲେକ୍ସ ସର୍କସ ଉଦଘାଟିତ ।।

କେନ୍ଦୁଝର ସହରର କାଳିପଡିଆ ଠାରେ ଆଜି ଉଦଘାଟିତ ହୋଇଯାଇଛି ଭାରତର ଏକ ସୁନାମଧନ୍ୟ ସର୍କସ ଅନୁଷ୍ଠାନ "ରୋଲେକ୍ସ ସର୍କସ" ର ପ୍ରଥମ "ସୋ" ଏବଂ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସର୍କସ ର ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝରଗଡ଼ ନଗରପାଳ ନିକୁ ସାହୁ ଯୋଗଦେଇ ଥିବାବେଳେ ଅନ୍ୟତମ ଅତିଥି ଭାବେ କେନ୍ଦୁଝରଗଡ଼ ଉପନଗରପାଳ ବରଦାପ୍ରସନ୍ନ ଦାସ ମଧ୍ୟ ଯୋଗ ଦେଇଥିଲେ। ଉପସ୍ଥିତ ଦର୍ଶକ ମାନଙ୍କ ସହିତ ଅତିଥି ମାନେ ମଧ୍ୟ ଚିତ୍ତାକର୍ଶକ ଏବଂ ମନରଞ୍ଜନ ଯୁକ୍ତ ସର୍କସ କୁ ଦେଖି ଖୁସି ପ୍ରକଟ କରିଥିଲେ। ଧିରେ ଧିରେ ଲୋକମାନେ ସର୍କସ କୁ ଭୁଲି ମୋବାଇଲ ଏବଂ ସାମାଜିକ ଗଣମାଧ୍ୟମ ରେ ସମୟ ବିତାଇବାକୁ ପସନ୍ଦ କରୁଛନ୍ତି। କିନ୍ତୁ ପୂର୍ବରୁ ସର୍କସ ମନରଞ୍ଜନ ର ଏକ ପ୍ରମୁଖ ଭୂମିକା ନେଇଥିଲା ବୋଲି ରୋଲେକ୍ସ ସର୍କସ ର ପରିଚାଳକ ଶ୍ରୀଯୁକ୍ତ ହାପି ଏବଂ ବୁଦ୍ଧଦେବ ଜେନା ମତ ରଖିଛନ୍ତି। ଏହି ସର୍କସ କେନ୍ଦୁଝର ସହରର କଳିପଡିଆ ଠାରେ ଏକମାସ ଧରି ଚାଲିବା ସହିତ ଦର୍ଶକ ମାନଙ୍କ ପାଇଁ ପ୍ରତେକଦିନ ୩ଟି ସୋ ର ବ୍ୟବସ୍ତା କରିଛି ରୋଲେକ୍ସ ସର୍କସ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ