କୁପଓ୍ବାରାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କୀ ନିପାତ

Sep 29, 2025 - 12:26
 0  10
କୁପଓ୍ବାରାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କୀ ନିପାତ

ଜାମ୍ମୁ-କାଶ୍ମୀରର କୁପଓ୍ବାରା ଜିଲା ଅନ୍ତର୍ଗତ କେରନ ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଛି ସେନା। ଆତଙ୍କବାଦୀମାନେ ନିୟନ୍ତ୍ରଣ ରେଖା ଦେଇ ଭାରତୀୟ ସୀମାକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ସମୟରେ ଯବାନମାନେ ଗୁଳି ଚଳାଇଥିଲେ। ଫଳରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ। କେରନ ସେକ୍ଟର ଦେଇ ଆତଙ୍କୀମାନେ ଅନୁପ୍ରବେଶ କରିବା ନେଇ ସେନାକୁ ଗୁପ୍ତ ସୂଚନା ମିଳିଥିଲା। ବିଏସଏଫ ପକ୍ଷରୁ ମଧ୍ୟ ଏ ନେଇ ସୂଚନା ହସ୍ତଗତ ହୋଇଥିଲା। ଆତଙ୍କୀମାନେ ଅନୁପ୍ରବେଶ ପାଇଁ ଲଞ୍ଚପ୍ୟାଡରେ ଠୁଳ ହୋଇଥିଲେ। ଏହା ପରେ ରବିବାର ଭୋର ପ୍ରାୟ ୪ଟା ସମୟରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ଯବାନଙ୍କ ଗୁଳିରେ ୨ ଆତଙ୍କ ନିହତ ହୋଇଥିଲେ। ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ