କିର୍ମିରାରେ ଜିଲାସ୍ତରୀୟ ସମବାୟ ସପ୍ତାହ ପାଳନ

Nov 14, 2025 - 19:57
 0  11
କିର୍ମିରାରେ ଜିଲାସ୍ତରୀୟ ସମବାୟ ସପ୍ତାହ ପାଳନ

କିର୍ମିରା୧୪।୧୫(ଫାଷ୍ଟ ନିଉଜ ଓଡ଼ିଶା)କିର୍ମିରା ସେବା ସମବାୟ ସମିତି ପରିସରରେ ୭୨ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ହୋଇଯାଇଛି।ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ସମବାୟ ପତାକା ଉତ୍ତୋଲନ କରି ସପ୍ତାହ ପାଳନର ଶୁଭାରମ୍ଭ କରିଥିଲେ।ଏହା ୨୦ ତାରିଖ ପର୍ଯ୍ୟନ୍ତ ପାଳନ ହେବ।ଏହା ସହ କିର୍ମିରା ସେବା ସମବାୟ ସମିତିର ନୂତନ କାର୍ଯ୍ୟଳୟକୁ ଉଦଘାଟନ କରିଥିଲେ।ସପ୍ତାହ ପାଳନ ଅବସରରେ ମୁଖ୍ୟଅତିଥି କହିଥିଲେ ସମବାୟ ସମିତି ମାନଙ୍କରେ ଅଧିକରୁ ଅଧିକ ହିତାଧିକାରୀ ନାମ ପଞ୍ଜିକରଣ କରି ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ନିଅନ୍ତୁ କହିଥିଲେ।ସମବାୟରେ ଖାଳି ଧାନ କିଣିବା ସହ ବ୍ୟାଙ୍କ,ପେଟ୍ରୋଲ ପମ୍ପ,ଗ୍ରିନ ଇନଟରଭିଟି ଏପରି ଅନେକ ବ୍ୟବସାୟିକ ଯୋଜନା ଖୋଳି ଲାଭବାନ ହେବା ପାଇଁ ଉପସ୍ଥିତ ଥିବା ସମ୍ପାଦକଙ୍କୁ ଉପଦେଶ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଡିଆରସିଏସ ମମତାରାଣୀ କୁଜୁର,ଏଆରସିଏସ ରମେଶ ଚନ୍ଦ୍ର ଟପୋ,ନାର୍ବାଡ ଡିଡିଏମ ତାପସ ବେହେରା,ବ୍ଳକ ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁ,ଲଇକେରା ସମବାୟ ବ୍ୟାଙ୍କ ମେନେଜର କୌଶିକ ପ୍ରଧାନ,ଏସଏଆରସିଏସ ବନମାଳୀ ନାଏକ,ସରପଞ୍ଚ ସନ୍ତୋଷିନୀ ପଟେଲ,ଆରସିଏମଏସ ସଭାପତି ତୁଲାରାମ ସେନାପତି,କିର୍ମିରା ସମବାୟ ସଭାପତି ଶରତ ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ଏଥିରେ ଜିଲାର ସମସ୍ତ ସମବାୟ ସମ୍ପାଦକ,କର୍ମଚାରୀ ଓ ଚାଷି ଉପସ୍ଥିତ ଥିଲେ।କିର୍ମିରା ସମବାୟ ଦାୟିତ୍ବରେ ଥିବା ସମ୍ପାଦକ ଗଙ୍ଗାଧର ବେହେରା,କର୍ମଚାରୀ ନରେଶ ପଟେଲ,ଗୋବିନ୍ଦ କିସାନ,ରଥ କାହାଲୀ ସହଯୋଗ କରିଥିଲେ।

କିର୍ମିରା ରୁ ଦେବାଶିଷ ସିଂ ଠାକୁରଙ୍କ ରିପୋର୍ଟ*_First News Odisha

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ