କିର୍ମିରାରେ ଜନ ଅଭିଯୋଗ ଶୁଣାଣି ଶିବିର
କିର୍ମିରା୧୭।୧୧(ଫାଷ୍ଟ ନିଉଜ ଓଡ଼ିଶା)କିର୍ମିରା ବ୍ଳକ କାର୍ଯ୍ୟାଳୟ ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୂର୍ଯ୍ୟାଂଶୁ ରୁତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୋଟ ୨୩ଟି ଅଭିଯୋଗ ମଧ୍ୟରୁ ୧୬ଟି ବ୍ୟକ୍ତିଗତରୁ ଉଚ୍ଚ ଶିକ୍ଷା ନିମନ୍ତେ ସରକାରି ସହାୟତା,ନୂତନ ବିଦ୍ୟୁତ୍ ସଂଯୋଗ,ଜମି ବିବାଦ,ପ୍ରଧାନମନ୍ତ୍ରୀ ଆବାସ,ଭତ୍ତା,ଚିକିତ୍ସା ପାଇଁ ଆର୍ଥିକ ସହାୟତା ଓ ସାମୁହିକ ୭ଟିରେ ସରକାରୀ ବସ ଚାଲିବା ପାଇଁ ଭୀମଜୋର ରୁ ପାନପାଲି ଦେଇ ଝାରସୁଗୁଡା,ସନ୍ଧ୍ୟା ସମୟରେ କିର୍ମିରା ରୁ ଝାରସୁଗୁଡା,ନାଚେନଡିହି ଗ୍ରାମକୁ ବସ ଯିବା ପାଇଁ,ଧୁତୁରା ମୁଖ୍ୟ ରାସ୍ତା ମରାମତି,ଭାଲୁପତ୍ରା କ୍ଳବ ଛକରୁ ହରିଜନ ପଡା ଗାଧୁଆ କଟା ପର୍ଯ୍ୟନ୍ତ ରାସ୍ତାକୁ ଓସାରିଆ କରିବା,ନାଚେନଡିହି ଗ୍ରାମ ବଡ କଟାର ପଙ୍କ ଉଦ୍ଧାର ଏପରି ଅନେକ ଅଭିଯୋଗ ଶୁଣାଣି କରାଯାଇଥିଲା।ଶିବିରରେ ଅତିରିକ୍ତ ଜିଲା ଆରକ୍ଷୀ ଜ୍ୟୋସ୍ନାମୟୀ ପ୍ରଧାନ,ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ.ମହେଶ ମୋହନ ପଣ୍ତା,ବ୍ଳକ ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁ,ବିଡିଓ ଅଭିନାଶ ଲାକ୍ରା,ତହସିଲଦାର ସଞ୍ଜିବ କୁମାର କୁଲୁ,ବିଇଓ ଜୟନାରାୟଣ ପଣ୍ତା,ବ୍ଳକ କୃଷି ଅଧିକାରୀ ସୀମା ଚୌଧୁରୀ,ଲଇକେରା ଥାନା ଅଧିକାରୀ ଦିଲିପ କୁମାର ବେହେରା ସହ ଜିଲା ଓ ବ୍ଳକର ବିଭିନ୍ନ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ।
କିର୍ମିରା ରୁ ଦେବାଶିଷ ସିଂ ଠାକୁରଙ୍କ ରିପୋର୍ଟ_First News Odisha
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0