କିର୍ମିରା ବ୍ଳକସ୍ତରୀୟ ବାଳ ବୈଜ୍ଞାନିକ ମେଳା

Nov 22, 2025 - 19:21
 0  117
କିର୍ମିରା ବ୍ଳକସ୍ତରୀୟ ବାଳ ବୈଜ୍ଞାନିକ ମେଳା

କିର୍ମିରା୨୨।୧୧(ଫାଷ୍ଟ ନିଉଜ ଓଡ଼ିଶା)କିର୍ମିରା ବ୍ଳକ ଶିକ୍ଷା ବିଭାଗ ପକ୍ଷରୁ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ କିର୍ମିରାଠାରେ ବ୍ଳକସ୍ରରୀୟ ରାଷ୍ଟ୍ରିୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଛି।ଗୋଷ୍ଠି ଶିକ୍ଷା ଅଧିକାରୀ ଜୟନାରାୟଣ ପଣ୍ତାଙ୍କ ସଭାପତିତ୍ବ ମେଳାରେ ମୁଖ୍ୟଅତିଥି ଭାବରେ ଜିଲା ଶିକ୍ଷା ଅଧିକାରୀ ଡ.ରାଧାକାନ୍ତ ଗଡତିଆ,ମୁଖ୍ୟବକ୍ତା ଭାବେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଲଇକେରା କଲେଜ ସୁଶାନ୍ତ କୁମାର ରଥ,ସମ୍ମାନିତ ଅତିଥି ଏବିଇଓ ହିରଣ୍ୟ ରୋହିଦାସ,ଅବସର ଏବିଇଓ ଘନଶ୍ୟାମ ଚାନ୍ଦ,ପ୍ରଧାନ ଶିକ୍ଷକ ସୌରୀନାରାୟଣ ସିଂ,ଶିକ୍ଷକ ସଂଘ ସଭାପତି ଶଶିକାନ୍ତ ନାଏକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ବିଷୟରେ ବକ୍ତବ୍ୟ ଦେଇଥିଲେ।ବ୍ଳକର ମୋଟ ୫୯ଟି ସ୍କୁଲର ୧୫୮ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ମଧ୍ୟରୁ ୭ଟି ପ୍ରକଳ୍ପ ଜିଲାସ୍ତର ବିଜ୍ଞାନ ମେଳାକୁ ମନୋନିତ ହୋଇଛି।ଉଦଯାପନୀ ଉତ୍ସବରେ ବିଇଓ ଜୟନାରାୟଣ ପଣ୍ତା ସଭାପତିତ୍ବରେ ମୁଖ୍ୟଅତିଥି ଭାବରେ ଲଇକେରା ବ୍ଳକ ଶିକ୍ଷା ଅଧିକାରୀ ହିମାଂଶୁ ବାଗ,ମୁଖ୍ୟବକ୍ତା ଭାବେ ଅବସର ଅଧ୍ୟାପକ କିର୍ମିରା କଲେଜ ଯୁଧିଷ୍ଠିର ପଟେଲ,ସମ୍ମାନିତ ଅତିଥି ଭାବରେ ଜିଲା ବିଜ୍ଞାନ ନିରୀକ୍ଷକ ନିରୋଜ କୁମାର ପଟେଲ,ସରପଞ୍ଚ ସନ୍ତୋଷିନୀ ପଟେଲ,ଶିକ୍ଷକ ସଂଘ ସମ୍ପାଦକ ବୈକୁଣ୍ଠ ନାଏକ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର କରିଥିଲେ।ବିଚାରକ ଜଗଦିଶ କିସାନ,ପୁରଷୋତ୍ତମ ପଟେଲ,ପ୍ରଶାନ୍ତ କୁମାର ବିଶ୍ବାଳ,ପୂର୍ଣ୍ଣଚନ୍ଦ୍ର ସାହୁ ଯୋଗ ଦେଇଥିଲେ।ଶିକ୍ଷକ ସୁନୀଲ କୁମାର ପଟେଲ,ଅଞ୍ଜନ ପାଣ୍ତେ,ବିପିନ କୁମାର ପଣ୍ତା ମଞ୍ଚ ପରିଚାଳନା କରିଥିଲେ।ଏମଆଇଏସ ଦିଲିପ ମେହେର,ଶିକ୍ଷକ କୃଷ୍ଣଚନ୍ଦ୍ର ପ୍ରଧାନ ସହ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ସହଯୋଗ କରିଥିଲେ।ସିଆରସିସି ଭେଷଜ ଦିହିରିଆ ଧନ୍ୟବାଦ ଦେଇଥିଲେ।

କିର୍ମିରା ରୁ ଦେବାଶିଷ ସିଂ ଠାକୁରଙ୍କ ରିପୋର୍ଟ _First News Odisha.

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ