କିନ୍ନର ସଂଘର ଦୁଇ ନୂତନ ସଭ୍ୟଙ୍କୁ ମନ୍ତ୍ରୀଙ୍କ ଦ୍ୱାରା କିନ୍ନର ପରିଚୟ ପତ୍ର ପ୍ରଦାନ

Jul 23, 2025 - 17:22
 0  98
କିନ୍ନର ସଂଘର ଦୁଇ ନୂତନ ସଭ୍ୟଙ୍କୁ ମନ୍ତ୍ରୀଙ୍କ ଦ୍ୱାରା କିନ୍ନର ପରିଚୟ ପତ୍ର ପ୍ରଦାନ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୩.୦୭.୨୦୨୫ ରିଖ: ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ସାମାଜିକ ସୁରକ୍ଷା ସାହାଯ୍ୟ କାର୍ଯ୍ୟକ୍ରମରେ ପଞ୍ଚାୟତ ରାଜ୍ୟ ମନ୍ତ୍ରୀ ରବି ନାରାୟଣ ନାୟକ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ କରକମଳରେ ନବରଙ୍ଗପୁର ଜିଲ୍ଲାର କିନ୍ନର ସଂଘରେ ଯୋଗଦାନ କରିଥିବା ଦୁଇଜଣ ନୂତନ କିନ୍ନର ଶିବାନୀ କିନ୍ନର ଏବଂ ରାଧିକା କିନ୍ନର ଙ୍କୁ ସରକାରଙ୍କ ଦ୍ଵାରା କିନ୍ନର ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ! ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତରା, ନବରଙ୍ଗପୁର ପୌର ପରିଷଦ ଅଧ୍ୟକ୍ଷ କୁନୁ ନାୟକ, ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର, ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, କିନ୍ନର ସଂଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ, ଉମରକୋଟ ପ୍ରତିନିଧି ତଥା ସଂଘର ଉପଦେଷ୍ଟା ଇଂ. ଚନ୍ଦନା ମଲ୍ଲିକ ଏବଂ ସମ୍ପାଦକ ଚୁମୁକୀ କିନ୍ନର ପ୍ରମୁଖ ଉପସ୍ଥିତ ଥିଲେ ! ସୂଚନା ଯୋଗ୍ୟ ଯେ ଜିଲ୍ଲା କିନ୍ନର ସଂଘ ଗଠନ ହେବା ପରେ ସମାଜ ରେ କିନ୍ନର ମାନେ ରକ୍ତ ଦାନ କରି ଏବଂ ଗରିବ ଅସହାୟଙ୍କୁ ସାହାଯ୍ୟ ସହଯୋଗ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ! ସେହିପରି ସଂଘ ହେବା ପରେ କିନ୍ନର ମାନଙ୍କୁ ଚାଉଳ, ଶ୍ରମିକ ପରିଚୟ ପତ୍ର, ବସ ପାସ, ଗ୍ୟାସ ଚୁଲ୍ଲା ପ୍ରଭୃତି ପ୍ରଦାନ କରାଯାଇଛି ! ଏଇ ଅଳ୍ପ ଦିନ ତଳେ ଜିଲ୍ଲା ଇତିହାସରେ ପ୍ରଥମ ଥର ପାଇଁ ସଂଘର ଜଣେ କିନ୍ନର ସଦସ୍ୟଙ୍କୁ ସରକାରଙ୍କ ଦ୍ଵାରା ଘରବାରି ଭୂମି ପଟ୍ଟା ପ୍ରଦାନ କରାଯାଇଥିଲା ! କିନ୍ନର ମାନେ ସରକାରଙ୍କ ଯୋଜନା ମୁତାବକ ସୟଂ ସହାୟକ ଗୋଷ୍ଟୀ ଗଠନ କରିଛନ୍ତି ! ନବରଙ୍ଗପୁର ଜିଲ୍ଲାରେ କିନ୍ନର ମାନେ ଲୋକ ଲଜ୍ଜ୍ୟା ଆଳରେ ନିଜ ପରିଚୟ ଲୁଚାଇବାର ବର୍ତ୍ତମାନ କୌଣସି ଆବଶ୍ୟକ ନାହିଁ ବୋଲି କିନ୍ନର ସଂଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ କହିଛନ୍ତି ! ବର୍ତ୍ତମାନ ସମୟ ଓ ପରିସ୍ଥିତି ବଦଳି ଯାଇଛି, ତେଣୁ ଅନାୟସରେ ଜିଲ୍ଲାରେ କିନ୍ନର ମାନେ ଆଗେଇ ଆସି ସଂଘ ସହିତ ଜଡିତ ହୋଇ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ! ସେହିପରି କୋଣ ଅନୁକୋଣରେ ଥିବା କିନ୍ନର ମାନଙ୍କୁ ଖୋଜି ବାହାର କରି କିନ୍ନର ସଂଘରେ ସାମିଲ ହୋଇ ସରକାରଙ୍କ ବିଭିନ୍ନ ଯୋଜନା ରେ ସାମିଲ ହେବାକୁ ସେମାନଙ୍କୁ ପ୍ରବର୍ତାଇବା ଉଚିତ୍ ବୋଲି ଜିଲ୍ଲାବାସୀ ଙ୍କୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ