।। କାଶିପୁର ବ୍ଲକ ଟିକିରି ଶୌଣ୍ଢିକ ସଂଙ୍ଘର ବାର୍ଷିକ ସାଧାରଣ ବୈଠକ ଓ ବନ୍ଧୁ ମିଳନ ଅନୁଷ୍ଟିତ ।।

Jan 22, 2024 - 06:59
 0  13
।। କାଶିପୁର ବ୍ଲକ ଟିକିରି ଶୌଣ୍ଢିକ ସଂଙ୍ଘର ବାର୍ଷିକ ସାଧାରଣ ବୈଠକ ଓ ବନ୍ଧୁ ମିଳନ ଅନୁଷ୍ଟିତ ।।

ତା୨୧/୦୧/୨୦୨୪ ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଶୌଣ୍ଢିକ ସଂଙ୍ଘର ସଭାପତି ବିଜୟ ରନ୍ନଚୈଧୁରି ଙ୍କ ଅଧକ୍ଷତାରେ ଟିକିରି ନଟରାଜ ପେଟ୍ରୋଲ ପମ୍ପ ନିକଟସ୍ଥ ଶୌଣ୍ଢିକ ସଂଙ୍ଘର ନିଜ ଯାଗାରେ ଏକ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ସମ୍ପାଦକ ଡମ୍ବୁରଧର ସାହୁ ସଭା ଟିକୁ ପରିଚାଳନା କରିଥିଲେ ।କାଶିପୁର ବ୍ଲକ ରେ ବସବାସ କରୁଥିବା ୩୦୦ ପରିବାର ରୁ ପ୍ରାୟ ୧୪୦୦ ମହିଳା ପୁରୁଷ ଉପସ୍ଥିତ ଥିଲେ । ଓଡିଶା ରେ ବସବାସ କରୁଥିବା ଜାତି ଭାଇ ମାନଙ୍କପାଇଁ ରାଜ୍ୟ ସଂଙ୍ଘ ଉଚ୍ଚଶିକ୍ଷା ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ  ସହଯୋଗ କରିବ ଓ ମେଡିକାଲ ଖର୍ଚ୍ଚ ପାଇଁ ୪୦% ପର୍ଯ୍ୟନ୍ତ  ସଂଙ୍ଘ ଦେବ ବୋଲି ସଭାପତି କହିଥିଲେ।ଜାତିଭାଇ ମାନଙ୍କ ଉନ୍ନତୀ ପାଇଁ ସଂଙ୍ଘର ଆଲୋଚନା କରାଯାଇଥିଲା ।ଆଗାମୀ ଦିନରେ କିଣାଯାଇଥିବା ସଂଙ୍ଘର ନିଜ ଯାଗାରେ ସଂଙ୍ଘ ପାଇଁ ଏକ ଘର କରିବାପାଇଁ ଆଲୋଚନା ହୋଇଥିଲା ।ମନରଞ୍ଜନ ପାଇଁ ମହିଳା ଓ ଛୋଟ ପିଲାଙ୍କ ପାଇଁ ମ୍ୟୁଜିକ ଚେୟାର ଖେଳ ଖେଳା ଜାଇଥିଲା।ଖେଳର ପ୍ରଥମ,ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଙ୍କୁ ପୁରସ୍କାର ଦିଆଯାଇଥିଲା। ଶେଷରେ ସଭାପତି ସଭାସାଙ୍ଗ କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । Bite 1 ବିଜୟ ରନ୍ନଚୈଧୁରି (ସଭାପତି କାଶିପୁର ବ୍ଲକ ଶୌଣ୍ଢିକ ସଂଙ୍ଘ) Bite 2 ଡମ୍ବୁରୁଧର ସାହୁ (ସମ୍ପାଦକ) ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ