।। କାଳବୈଶାଖୀ ପ୍ରଭାବରେ ଭାଙ୍ଗିଲା ବିଶାଳ ଆମ୍ବ ଗଛ ।।

May 10, 2024 - 19:15
 0  15
।। କାଳବୈଶାଖୀ ପ୍ରଭାବରେ ଭାଙ୍ଗିଲା ବିଶାଳ ଆମ୍ବ ଗଛ ।।

କେନ୍ଦୁଝର, ଘଟଗାଁ,ତା୧୦/୫- ଲୋକେ ବର୍ଷାକୁ ଖୋଜୁଥିଲେ ଆସିଲା ବର୍ଷା ହେଲେ କାଳବୈଶାଖୀ ପ୍ରଭାବରେ ରୁଦ୍ର ରୂପ ନେଇ। କିଛି ସମୟ ବାର୍ଷିଲା ପରିବେଶ ଥଣ୍ଡା କରି ଦେଲା ହେଲେ ଚାଳ ଛପର ଝୋପଡ଼ି କିଛି ଛୋଟବଡ ଗଛ ଉଡ଼େଇ ନେଲା। ଆମ୍ବ ସବୁ ଝାଡି ଦେଇ ଗଲା। ଏପରି ପରିସ୍ଥିତି ଘଟଗାଁ ଥାନା ଅନ୍ତର୍ଗତ ମୁକୁନ୍ଦପୁର ପାଟଣା ପଞ୍ଚାୟତରେ ଘଟି ଯାଇଛି। ଅପରାହ୍ନରେ ଝଡ଼ ତୋଫାନରେ ରାଜପାଟ ଛକ ନିକଟରେ ଥିବା ଏକ ପ୍ରାଚୀନ ବିଶାଳ ଆମ୍ବ ଗଛ ଭାଙ୍ଗି ମାଟିରେ ଲୋଟିଛି। ସେହି ଅଞ୍ଚଳରେ ଅନେକ ଗଛ ଭାଙ୍ଗିବା ସହ ଚାଳ ଛପର ଘର ଦୋକାନ ପବନରେ ଉଡ଼ି ଯାଇଥିବା ଜଣା ଯାଇଛି। ଅନେକ ବ୍ୟବସାୟୀ ଉଠା ଦୋକାନୀଙ୍କ ଜିନିଷ ପତ୍ର ନଷ୍ଟ ହୋଇଛି।ଜଳଖିଆ ଦୋକାନ ଉପରେ ଗଛ ପଡ଼ିବାରୁ ଦୋକାନ ପୁରା ନଷ୍ଟ ହୋଇଛି ତେବେ ଭାଗ୍ୟ ଭଲ ମୃତାହତ କେହି ହୋଇ ନାହାନ୍ତି। ଏହି ବର୍ଷା ପବନ ପବନ ପରେ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ଗଛ ସଫା କରିଥିଲେ। ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେହୁରୀ ଆସି ପରିସ୍ଥିତି ଅନୁଧ୍ୟାନ କରି ଲୋକଙ୍କୁ ସାହାଯ୍ୟ ଲାଗି ଆଶ୍ଵାସନା ଦେଇଥିଲେ। କିଛି ସମୟ ପରେ ରାସ୍ତାରେ ଚଳାଚଳ ସ୍ବାଭାବିକ ହୋଇଛି।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ