।। କାଳ ହେଲା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ନାକରୁଣ୍ଡି ପଞ୍ଚାୟତ, ମେଲଘରା ଗ୍ରାମ ର ଲାକି ମାଝୀ, ପିତା, ବାଙ୍ଗରାଇ ମାଝୀ ଦୁର୍ଘଟଣା ସ୍ଥାନ ରେ ମୃତ୍ୟୁ l ଶ୍ରୀ ମାଝୀଙ୍କୁ 2019/20ରେ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ମିଳି ଥିଲାl ଠିକାଦାର ରାଜେନ୍ଦ୍ର ମାଝୀ 2019/20ରେ ଆସିଥିବା ଘର କୁ ଠିକାଦାର ସାଜି କାମ କରୁ ଥିଲେ,l ଘର ନିର୍ମାଣ କାମସମ୍ପୂର୍ଣ ନ ଦେଖି କନିଷ୍ଠ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଫାଇନାଲ ବିଲ କରି ଦେଇଥିବାଓ ପିସି ଖାଇ ଜେ.ଇ ଏବଂ ପି.ଇ.ଓ, ଠିକାଦାର ମାଲେ ମାଲ, l ଯାହାଫଳରେ ଗରିବ ହିତାଧିକାରୀ ଶ୍ରୀ ମାଝୀ ଦାଦନ ଖଟି କିଛି ଟଙ୍କା ସଂଚୟ କରି ସେହି ଅଧୁରା ଘର କୁ ଛାତ ନ କରି ଆଡ଼ବେଷ୍ଟର କରିବା ଆଶା ନେଇ ଭବାନୀପାଟଣା ଯାଇ ଆଡ଼ବେଷ୍ଟର , ସିମେଣ୍ଟ, ଆଣୁ ଥିବା ସମୟରେ ନିଜ ଜନ୍ମ ମାଟି ମେଲଘରା ଠାରେ ଗାଁ ଉପରକୁ ପିକଅପ ଗାଡି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ଜଣାପଡିଛି l ରାସ୍ତା ଉଠାଣିଆ କୁ ଉଠି ନ ପାରି ପଛକୁ ଗାଡି ଖସି ଗାଡି ଓଲଟିପଡି ଥିଲା l ସବୁ ଆଡ଼ ବେଷ୍ଟର , ସିମେଣ୍ଟ ଲାକି ମାଝୀ ଉପରେ ଉଜାଡି ହେବାରୁ ବହୁତ କଷ୍ଟ ରେ ଗାଁ ଲୋକ ଉଦ୍ଧାର କରି ଅଧା ପ୍ରାଣ ଆମ୍ବୁଲାନ୍ସ ଗାଡ଼ିରେ ମେଡିକାଲ ନେଉଥିବା ସମୟରେ 200ମିଟର ଭିତରେ ଲାକି ମାଝୀ ର ମୃତ୍ୟୁ ହୋଇ ଥିଲା l ଲାକି ମାଝୀ ର ଚାରିଟି ଛୁଆ ଅଛି,3ଟି ପୁଅ ଗୋଟିଏ ଝିଅ ଏହି ଚାରିଟି ପିଲାର ଭରଣ ପୋଷଣ ଦାଈ କି ଏ, ଠିକାଦାର, ନା ଗାଡି ମାଲିକ, ନା ପ୍ରଶାସନ କିଏ କ୍ଷତି ପୂରଣ କରିବ l ସେ ଜଣେ ଗରିବ ନିରୀହ ଖଟିଖିଆ ଲୋକଥିବା ଗାଁ ଲୋକେ ପ୍ରକାଶ କରିଥିଲେ l ପ୍ରଶାସନ କଣ ସହାୟତା କରୁଛି ତାହା ଦେଖିବାକୁ ବାକି ରହିଲା l
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?






