।। କାଠକୁରା ପାତର ଖମନଠାରେ ଜଙ୍ଗଲ ଚାରା ଉତ୍ପାଦନକୁ ନେଇ ଅଭିଯୋଗ ।।

ଥୁଆମୂଳ ରାମପୁର ବ୍ଲକ ଅନୁସୂଚିତ ଜନଜାତି ଅଧ୍ୟୁଷିତ ବନପାହାଡ଼ ଘେରା ଅଞ୍ଚଳ ର କାଠକୁରା ଗ୍ରାମ ର ପାତର ଖମନ ରେ ଗତ 2022ମସିହା ରୁ ଦକ୍ଷିଣ ବନାଞ୍ଚଳ ର ଥୁଆମୂଳ ରାମପୁର ସେକ୍ସନ ବନବିଭାଗ ବାବୁ ମାନଙ୍କୁ ଚାରା ଉତ୍ପାଦନ କରିବାକୁ ନେଇ ବାରମ୍ବାର କାଠକୁରା ଗ୍ରାମ ବସି ମନା କରିଥିବା ପରେ ମଧ୍ୟ ଗ୍ରାମ ବାସି ଙ୍କ କଥାକୁ ଖାତିର ନ କରି ଚାରା ଉତ୍ପାଦନ କେନ୍ଦ୍ର ଜର ଜବରଦସ୍ତ ତିଆରି କରିବା ଗ୍ରାମ ବାସି ପ୍ରକାଶ କରିଛନ୍ତି l ଏହାକୁ ନେଇ ଗ୍ରାମ ବାସି କଣ କହୁଛନ୍ତି ଶୁଣିବା l ଉକ୍ତ ଚାରା ଉତ୍ପାଦନ ହୋଇ ଥିବା ଜମିକୁ ତାରା ପାଚେରୀ ଦେଇ ରାଇତାନୀ ଜମି କୁ ବି ଅଧିକ ଆକାର ରେ ତାରା ପାଚେରୀ ଦିଆ ହୋଇଛି l ପାଚେରୀ ଥିବା ରୁ ସେଠାରେ ଥିବା ଜଙ୍ଗଲର ବିଭିନ୍ନ ପତ୍ର, ଦାନ୍ତ କାଠି, ଝୁଣା, କିଛି ଜାଳେଣି ପାଇଁ କିଛି ଶୁଖା କାଠ ଭଳିଆ ଦରକାର ହେଲେ ଜଙ୍ଗଲକୁ ଗଲେ ବନ ବିଭାଗ ର ବାବୁ ମାନେ ମନା କରିବା ସହ ଧମକ ଚମକ କରି ଭିତର କୁ ଛାଡୁ ନାହିଁ ବୋଲି ଅଭିଯୋଗ କଲେ l ଏହାକୁ ନେଇ ଗ୍ରାମ ଜଣେ ଲୋକ କଣ କହୁଛି ଶୁଣନ୍ତୁ l ଗ୍ରାମ ବାସିଙ୍କ ଅଭିଯୋଗ ଏହାକି ଆମେ ଜାଗା ଦେବୁନି ଚାରା କୁ ତୁରନ୍ତ ଖାଲି କରି ଆମ ଜମି ଆମକୁ ଛାଡ଼ନ୍ତୁ l ଏଠାରେ ବିଦ୍ୟାଳୟ, ଖେଳ ପଡିଆ ତିଆରି କରିବା ପାଇଁ ଗ୍ରାମ ବାସି ସ୍ଥିର କରିଛନ୍ତି l ଏହା କୁନେଇ ବାରମ୍ବାର ପ୍ରଶାସନ କୁ ଜଣାବା ପରେ ବି କିଛି ସୁଫଳ ମିଳୁନି l ଜିଲ୍ଲା ର ଜିଲ୍ଲାପାଳ ଙ୍କୁ ଲିଖିତ ଭାବରେ ଅଭିଯୋଗ କଲା ପରେ ଜିଲ୍ଲା ଜଙ୍ଗଲ ଅଧିକାରୀ ଙ୍କୁ ନିର୍ଦେଶ ଦେଇ ଥିବା ପରେ ବିଭାଗ ର ତଳ ପଦାଧିକାରୀ କାହିଁକି କିଛି ସମାଧାନ କରୁ ନାହିଁ l ଏହି ଖବର ପ୍ରସାରଣ ହେଲା ପରେ ଗ୍ରାମ ବାସୀଙ୍କୁ ସମାଧାନ ହେବ ତାହା ଦେଖିବାକୁ ବାକି ରହିଲା l
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?






