।। କଳାମାଟିଆ ସହିଦ ପୀଠରେ ଆଜି ୮୨ ତମ ସହିଦ ଦିବସ ମହା ସମାରୋହରେ ପାଳନ ।।

Aug 20, 2024 - 13:41
 0  122
।। କଳାମାଟିଆ ସହିଦ ପୀଠରେ ଆଜି ୮୨ ତମ ସହିଦ ଦିବସ ମହା ସମାରୋହରେ ପାଳନ ।।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ବରୀ ବିଧାୟକ ବିଶ୍ବରଂଜନ ମଲ୍ଲିକ ଜାତୀୟ ପତାକା ଉତୋଳନ କରି ଉଦଘାଟନ କରିଥିବା ବେଳେ ଉତ୍ସଵରେ ମୁଖ୍ୟବକ୍ତା ଭାବେ ବରିଷ୍ଟ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇ ବିର ସହିଦ ମାନଙ୍କ ସ୍ମୃତି ଚାରଣ କରିଥିଲେ। ବରୀ ମାଟିର ଇତିହାସ ଓ ଗୌରବ ଗାଥା ଓ ବିର ସହିଦ ସାଉଁଟି, ସାନନ୍ଦ, ମାୟାଧର ଓ ହାଡ଼ିବନ୍ଧୁଙ୍କ ତ୍ୟାଗ ଓ ଅମର କୀର୍ତ୍ତି କଥା ଆଲୋକ ପାତ କରିଥିଲେ, ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଅଧକ୍ଷ ଦେବପ୍ରସାଦ ସାମଲ ସଭାପତିତ୍ବ କରିଥିବା ବେଳେ କଲାମାଟିଆ ସହିଦ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶୁକଦେବ ପରିଡ଼ା ସ୍ବାଗତ ଭାଷଣ ରଖିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ, ମନୋଜ କୁମାର ଜେନା ଅନୁଷ୍ଠାନର ବାର୍ଷିକ ବିବରଣୀ ଓ ସମ୍ବର୍ଦ୍ଧନା ପତ୍ର ପାଠ କରିଥିଲେ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ସହିଦ ପୀଠର ଉନ୍ନତି ନିମିତ୍ତ ତାଙ୍କ ଦୁଇମାସର ବେତନ ଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଚଳିତ ବର୍ଷ ସହିଦସ୍ମାରକୀ ସମ୍ମାନ ପଦ୍ମନ କର, ନୀଳମଣି ସାମଲ, ଗିରିଶ କୁମାର ମିଶ୍ର ଓ ଅଶୋକ କୁମାର ସାହୁଙ୍କୁ ପ୍ରଦାନ କରାଯାଇଥିବା ବେଳେ ଚଳିତ ବର୍ଷ ମେଧା ସମ୍ମାନ ସୁଶ୍ରୀ ସିପ୍ରା ରାୟ, ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟ ବରିଙ୍କୁ ପ୍ରଦାନ କରାଯାଇଛି ଅନ୍ୟ ମଞ୍ଚ୍ଛାସିନ ଅତିଥି ମାନଙ୍କ ମଧ୍ୟରେ ଅଞ୍ଜନା ଧଳ, ଅବସରପ୍ରାପ୍ତ ସୈନିକ ସଂଘର ସଭାପତି ଗୟାଧର ଦାସ ବକ୍ତବ୍ୟ ରଖିଥିଲେ। ସହିଦ ଦିବସ ଉପଲକ୍ଷେ ଆୟୋଜିତ ପ୍ରତିଯୋଗିତାରେ କୃତି ଛାତ୍ର/ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣ ଛାତ୍ର/ଛାତ୍ରୀ ମାନଙ୍କ ଫ୍ଲାଗ ମାର୍ଚ୍ଚ, ପ୍ୟାରେଡ ଓ ସ୍ଲୋଗାନ ଚିତ୍ତାକର୍ଷକ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ସହିଦ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରି ମିତାଲି ପାଲିତଙ୍କ ସମେତ ଗୋଳକୁଣ୍ଡ ଉଚ୍ଚବିଦ୍ୟାଳୟ, ଜୟଦୁର୍ଗା ଉଚ୍ଚବିଦ୍ୟାଳୟର ଶିକ୍ଷକ/ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ। ବହୁ ଜନସମାଗମ ମଧ୍ୟରେ ବିର ସହିଦମାନଙ୍କ ଶ୍ରଦ୍ଧାଞ୍ଜଳି ସ୍ଲୋଗାନରେ ସହିଦ ପୀଠ ମୁଖରିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବରୀ ବ୍ଲକ ଉପାଧ୍ୟକ୍ଷା ଅର୍ଚ୍ଚନା ମଲିକ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ସନ୍ତୋଷ କୁମାର ସାମଲ, ଦିଲ୍ଲିପ କୁମାର ମହାନ୍ତି, ସରପଞ୍ଚ କୁନା ମଲିକ, ଶଙ୍କର୍ଷଣ ସ୍ବାଇଁ, ଦେବି ପ୍ରାସାଦ ମିଶ୍ର, ସମିତି ସଭ୍ୟ ଶ୍ରୀଧର ସେଠି, ସମାଜସେବୀ କେଦାର ସାମଲ, ପ୍ରସନ୍ନ କୁମାର ସାମଲ, ମନୋଜ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ