କନ୍ଧମାଳ ଜିଲ୍ଲା ରାଜସ୍ବ ଅମଲା ସଂଘ ତରଫରୁ ଆନ୍ଦୋଳନ ଚେତାବନୀ

Aug 3, 2025 - 21:29
 0  8
କନ୍ଧମାଳ ଜିଲ୍ଲା ରାଜସ୍ବ ଅମଲା ସଂଘ ତରଫରୁ ଆନ୍ଦୋଳନ ଚେତାବନୀ

କନ୍ଧମାଳ,(ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ରାଜସ୍ବ ଅମଲା ସଂଘର ସାଧାରଣ ପରିଷଦ ବୈଠକ ସଭାପତି ଗଣେଶ ନାଏକ ଓ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଅଦ୍ୟାବଧି ସୁଦ୍ଧା ସରକାର ୯ ଦଫା ନ୍ୟାର୍ଯ୍ୟ ଦାବି ପୂରଣ କରୁନଥିବାରୁ ଚଳିତ ମାସ ୧୧ ତାରିଖରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ଏହି ବୈଠକରେ ନିଷ୍ପତ୍ତ ନିଆଯାଇଛି। ରାଜ୍ୟ ସଂଘ ମଧ୍ଯ ଏପରି ନିଷ୍ପତ୍ତି ନେଇଛନ୍ତି। ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ସଂଘର କର୍ମକର୍ତ୍ତାଙ୍କ ସହିତ ଜିଲ୍ଲାର ଶତାଧ‌ିକ ରାଜସ୍ବ ଅମଲା ଯୋଗ ଦେଇଥିଲେ। ସଂଘ ତରଫରୁ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି କେ. ଗୌତମ ରାଓ, କୋଷାଧକ୍ଷ ସୁନୀତ କୁମାର ଦଳବେହେରା, ଯୁଗ୍ମ ସମ୍ପାଦକ ନିଖିଲ ଚନ୍ଦ୍ର ସାହା, ସଂଗଠନ ସମ୍ପାଦକ ବିଶ୍ବଜିତ ପଣ୍ଡା, କ୍ଷୀରାବ୍ଦି ତନୟା ଦିଗାଲ ପ୍ରମୁଖ ଉପସ୍ଥିତ ଥୂଲେ। ଏହି ବୈଠକକୁ ଜିଲ୍ଲା ସମ୍ପାଦକ ସୀମାଞ୍ଚଳ ପଣ୍ଡା ସଂଯୋଜନା କରିଥିବା ବେଳେ ଉପସଭାପତି ରୂପମ୍ବିକା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ