।। କନିଷ୍ଠ ଯନ୍ତ୍ରୀ ସାଜିଛନ୍ତି ଠିକାଦାରଙ୍କ ହାତଵାରୀଶ ।।

Sep 23, 2024 - 16:08
 0  99
।। କନିଷ୍ଠ ଯନ୍ତ୍ରୀ ସାଜିଛନ୍ତି ଠିକାଦାରଙ୍କ ହାତଵାରୀଶ ।।

କନିଷ୍ଠ ଯନ୍ତ୍ରୀ ଙ୍କ ଦବଙ୍ଗଗିରି. ଭଡାରେ ଲାଗିଛି ସରକାରୀ ଗୃହ. ପ୍ରଶ୍ନ ପଚାରିବାରୁ ଚି଼ଙ୍କି ଉଠୁଛନ୍ତି ଯନ୍ତ୍ରୀ . ଠିକାଦାରଙ୍କ ହାତଵାରୀଶ ସାଜିଛନ୍ତି ଯନ୍ତ୍ରୀ. କିଏ ଦେଉଛି କନିଷ୍ଠ ଯନ୍ତ୍ରୀ ଙ୍କୁ ସୁରକ୍ଷା. ମୋହନ ସରକାର ନେବେକି କାର୍ଯ୍ୟାନୁଷ୍ଠାନ. ତେବେ ଘଟଣାଟି ହେଉଛି ବରୀ ଅଂଚଳର. ସୂଚନାଯୋଗ୍ୟ ବରୀ ବ୍ଲକରେ ରହିଛି ଗ୍ରାମ୍ୟ ଉର୍ନୟନ ବିଭାଗର କାର୍ଯ୍ୟାଳୟ.ହେଲେ ଏହି କାର୍ଯ୍ୟାଳୟକୁ ବିଭାଗ ଠିକାଦାରଙ୍କ ହାତକୁ ଟେକିଦେଇଛି. ଏହି କାର୍ଯ୍ୟାଳୟରେ ଜଣେ ଠିକାଦାରଙ୍କ ଜେସିବି ଡ୍ରାଇଭର ରହୁଥିବା ଦେଖିବାକୁ ମିଳିଛି. ଅଧିକାରୀ ରହିବା ବଦଳରେ ରହୁଛନ୍ତି ଡ୍ରାଇଭର.ତେବେ କାହା ନିର୍ଦେଶରେ ବିଭାଗ ଏହି ଡ୍ରାଇଭର କୁ ରହିବା ପାଇଁ ଅନୁମତି ଦେଇଛି ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି.ସେପଟେ କ୍ୟାମେରା ଦେଖି କନିଷ୍ଠ ଯନ୍ତ୍ରୀ ମହାଶୟ କହୁଛନ୍ତି ଏଠାରେ ଆମ ସୁରକ୍ଷା ପାଇଁ ଜଣେ ଜଗୁଆଳୀ ରଖିଛୁ. କନିଷ୍ଠ ଯନ୍ତ୍ରୀ ଏଠାରେ କାହିଁକି ନିଜକୁ ଅସୁରକ୍ଷିତ ଭାବୁଛନ୍ତି. ନା ଏଠାରେ ପିସି କାରବାର କରିବାରେ ସୁବିଧା ହେଉଛି. ହେଲେ ଏଠାରେ କନିଷ୍ଠ ଯନ୍ତ୍ରୀ ଗୋଟେ କଥା କହୁଥିବା ବେଳେ, ଉକ୍ତ ଡ୍ରାଇଭର କିନ୍ତୁ ଅଲଗା କଥା କହୁଛନ୍ତି. ପ୍ରଥମେ ଶୁଣି ନିୟନ୍ତୁ କଣ କହୁଛନ୍ତି କନିଷ୍ଠ ଯନ୍ତ୍ରୀ. ତେବେ ଶୁଣିଲେ ତ ଖାଲି ସେତିକି ନୁହେଁ ବରୀ ରେ ଉକ୍ତ ବିଭାଗ ର କାର୍ଯ୍ୟକୁ ଟିକେ ଦେଖନ୍ତୁ. କେଉଁଭଳି ଭାବରେ ନିମ୍ନ ମାନର କାର୍ଯ୍ୟ କରାଯାଇ ସରକାରୀ ଅର୍ଥକୁ ଲୁଟ ହେଉଛି.ଏଠାରେ ଏତେ ଅନିୟମିତତା ଚାଲୁଥିବା ବେଳେ କେମିତି ଉପରିସ୍ଥ ଅଧିକାରୀ ଜାଣି ପାରୁନାହାଁନ୍ତି. ନା ସବୁଜାଣି ଚୁପ ବସିଛନ୍ତି. ଏବେ ଦେଖିବାକୁ ବାକି ରହିଲା କେବେ ସରକାର ଏହାର ତଦନ୍ତ କରି ସରକାରୀ କାର୍ଯ୍ୟାଳୟକୁ ଠିକାଦାରଙ୍କ ଠାରୁ ମୁକ୍ତ କରାଯାଉଛି.।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ