।। ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଶୁଭାରମ୍ଭ ।।

Feb 27, 2024 - 20:54
 0  22
।। ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଶୁଭାରମ୍ଭ ।।

ଏସ୍.ଏଚ୍.ଜି ଗୋଷ୍ଠୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏହା ହେଉଛି ବଡ ଉପହାର l ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏଁ ଋଣ l ଯେଉଁମାନେ ପୂର୍ବରୁ ଋଣ ବାବଦ ସୁଧ ଭରିଥିବେ, ସେମାନଙ୍କ ସୁଧ ଟଙ୍କା ଫେରସ୍ତ କରାଯିବ l ଏ ବାବଦରେ ୧୪୫ କୋଟି ଟଙ୍କା ର ସୁଧ ଫେରସ୍ତ ହେବ l ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ବାରା ଏହାର ଶୁଭାରମ୍ଭ ହୋଇଛି। ସେହିଭଳି ୟୁନିଫର୍ମ ଓ ବ୍ରେଜର ପାଇଁ ୭୦ ଲକ୍ଷ ମହିଳା ଓ ଦେଢ ଲକ୍ଷ ମିଶନ ଶକ୍ତି ଲିଡରଙ୍କୁ ୭୩୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସେହିଭଳି ଏସଏସଜି ମହାସଂଘ ର କାର୍ଯ୍ଯନିର୍ବାହୀ କମିଟି (ଗ୍ରାମଞ୍ଚଳ) ଓ ପରିଚାଳନା କମିଟି (ସହରାଞ୍ଚଳ) ସଦସ୍ୟାଙ୍କୁ ବ୍ଳେଜର ପାଇଁ ୨ ହଜାର ଟଙ୍କା ଲେଖାଏଁ ଦିଆଯିବ,ଏଭଳି ଭାବେ ଦେଢ ଲକ୍ଷ କାର୍ଯ୍ଯନିର୍ବାହୀ କମିଟି ସଦସ୍ୟା ଓ ପରିଚାଳନା କମିଟି ସଦସ୍ଯା ଙ୍କୁ ମିଳିବ ୨ ହଜାର ଟଙ୍କା ଲେଖାଏଁ। ଏହି ସୁବିଧା କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସାରା ଓଡ଼ିଶାରେ ଶୁଭାରମ୍ଭ କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଠାରେ ମଧ୍ୟ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ଯକ୍ରମ କୁ ମିଶନ ଶକ୍ତି ବ୍ଳକ ସହ ସଂଯୋଜକ ଦିବ୍ୟ ରଞ୍ଜନ ନାଏକ ଆୟୋଜନ କରିଥିବା ବେଳେ ଏଥିରେ ବ୍ଲକ୍ ର ୧୩୪ ଟି ଗୋଷ୍ଠି ଅଂଶଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବ୍ଳକ ଅଧ୍ଯକ୍ଷ ଦୟାନିଧି ମାଝୀ, ବିଧାୟକ ପ୍ରତିନିଧି ଶ୍ରୀ ମାଣିକ୍ଯ ଚନ୍ଦ୍ର ନାଏକ, ଜୋନ୍-୨ ଜିଲ୍ଲାପରିଷ ସଭ୍ଯା ଟୁନି ଖୋସ୍ଲା, ସିଡିପିଓ ସବିତା ସମାଦୋରା, ମହିଳା ପରିଦର୍ଶିକା ସରୋଜା ସେଠି, ଥୁଆମୂଳ ରାମପୁର ବ୍ଯାଙ୍କ ଶାଖା ପରିଚାଳକ ସୁଶାନ୍ତ କୁମାର ପାତ୍ର, ବ୍ଯାଙ୍କ ମିତ୍ର ରାଜଶ୍ରୀ ନାଏକ, ବଡଛତରଙ୍ଗ ମହିଳା ପରିଦର୍ଶିକା ସୁନିତା ମାଝୀଙ୍କ ସମେତ୍ ସମସ୍ତ ଏମ.ବି.କେ, ସି.ଆର.ପି, ବ୍ଯାଙ୍କ ମିତ୍ର, ବି.ଏଲ୍.ଏଫ୍, ଜି.ପି.ଏଲ.ଏଫ୍ ସଦସ୍ୟ, ଏ.ଏଲ.ଏଫ୍, ସମସ୍ତ ସି.ଏସ୍.ଏସ, ଋଣ ଓ ସୁଦ୍ଧ ପାଇବା ଯୋଗ୍ୟ ଏସ୍.ଏଚ୍.ଜି ଗୋଷ୍ଠୀ ର ମହିଳା ମାନେ ଉପସ୍ଥିତ ରହି ଯୋଜନାର ଶୁଭାରମ୍ଭ ଉତ୍ସବ ଭର୍ଚୁଆଲ ମାଧ୍ୟମରେ ସମସ୍ତେ ଦେଖିଥିଲେ l ଏବଂ ଉପସ୍ଥିତ ସମସ୍ତ ଅତିଥି ସମସ୍ତ ମହିଳା ମାଁ ମାନଙ୍କୁ ଉକ୍ତ କାର୍ଯ୍ୟକ୍ରମ ଉପରେ ସମସ୍ତଙ୍କୁ ବୁଝାଇଥିଲେ ଏବଂ ଡେମୋ ଚେକ୍ ଯୋଗ୍ୟ ଗ୍ରୁପ୍ କୁ ପ୍ରଦାନ କରାଯାଇଥିଲା। ଏଥିରେ ୧୩୪ଟି ଗ୍ରୃପ ଯୋଗଦାନ କରି ସୁଦ୍ଧ ଛାଡ ଟଙ୍କା ଫେରି ପାଇଥିଲେ।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ