ଓଡ଼ିଶାରେ ପ୍ରଥମ:କଳିଙ୍ଗା ଘାଟିରେ ଦୁର୍ଘଟଣା ପ୍ରବଣ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର

Dec 5, 2025 - 04:01
 0  3
ଓଡ଼ିଶାରେ ପ୍ରଥମ:କଳିଙ୍ଗା ଘାଟିରେ ଦୁର୍ଘଟଣା ପ୍ରବଣ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): ଓଡ଼ିଶାର ସବୁଠାରୁ ଦୀର୍ଘତମ କଳିଙ୍ଗା ଘାଟିରେ ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର ଲାଗିଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। ପ୍ରଥମ ଥର ପାଇଁ ଭୁବନେଶ୍ବର ଆଇଆଇଟି ପକ୍ଷରୁ କଳିଙ୍ଗା ଘାଟିରେ ପରୀକ୍ଷା ମୂଳକ ଭାବରେ ଏହି ଯନ୍ତ୍ର ଖଞ୍ଜା ଯାଇଛି l ବିଗତ କିଛି ମାସ ହେବ ଆଇଆଇଟି ଭୁବନେଶ୍ୱର ଦ୍ବାରା ଏହି ସ୍ଥାନରେ ସେନ୍ସର୍ ଲଗାଯାଇଥିଲା କିନ୍ତୁ ସେଗୁଡ଼ିକ କାର୍ଯ୍ୟକାରୀ ହୋଇ ନାହିଁ। ତେବେ ପୁଣି ଭୁବନେଶ୍ୱର ଆଇଆଇଟି ଠାରୁ ଏକ ଦଳ ଭେଇକାଲ ସେନ୍ସର୍ ଆଲର୍ଟ ଯନ୍ତ୍ର ଦ୍ବାରା ଆଲର୍ଟ ଦେଉଥିବା ଯନ୍ତ୍ର ଗୋଟିଏ ପୋଲ ଖୁଣ୍ଟରେ ଲଗାଉଛନ୍ତି। ଏହା ସୌର ବିଦ୍ୟୁତ୍ ଚାଳିତ ଓ ନିଜେ ପରିଚାଳିତ ହେବ, ଯାହା ଫଳରେ ୪ ଫୁଟ ଉଚ୍ଚତାରେ ସେନ୍ସର ଓ କ୍ୟାମେରା ଆଲର୍ଟ କରିବ। ଏହା ଦୁର୍ଘଟଣା ଘଟୁଥିବା ସ୍ଥାନରେ ଚାଳକମାନଙ୍କୁ ସତର୍କ ସହିତ ଗାଡ଼ି ଚଳେଇବା ନିମନ୍ତେ ସେନ୍‌ସର ଯନ୍ତ୍ର ସୂଚନା ଦେବ।ଏହା ଦୁଇଟି ପାର୍ଶ୍ଵରେ ଲାଗିବ, ଯାହା ଗୋଟିଏ ପାର୍ଶ୍ବରେ ଗାଡି ଆସିଲେ ଅନ୍ୟ ପାର୍ଶ୍ଵରେ ନାଲି ବତି ଜଳି ହର୍ଣ୍ଣ ବାଜିବ, ଯାହା ଫଳରେ ଅନ୍ୟ ପାର୍ଶରେ ଆସୁଥିବା ଲୋକ ବା ଗାଡ଼ି ଚାଳକ ସୂଚିତ ହେବ ବା ସୂଚନା ପାଇବେ ଯେ ଅନ୍ୟ ସମ୍ମୁଖ ପାର୍ଶରୁ ଗାଡ଼ି ଆସୁଛି ଓ ଚାଳକ ସତର୍କ ହେବେ। ତେବେ ଏହି ଅଭିଯାନରେ ପରିବହନ ବିଭାଗ ଅଧିକାରୀ ଶିବାନୀ ମାଝୀ ଓ ଟିମ୍ ସହିତ ଘୁ ଉଦୟଗିରି ପୁଲିସ ଏଏସଆଇ ବୁଲୁ ବେହେରା ଓ ଦଳ ଏବଂ ଜାତୀୟ ରାଜପଥ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ସାହୁ ଓ ଅନ୍ୟ କନିଷ୍ଟ ଯନ୍ତ୍ରୀ ଉପସ୍ଥିତ ରହି ଭୁବନେଶ୍ବର ଆଇଆଇଟି ଦ୍ବାରା ସଂଯୋଗ କରିବା ନିମନ୍ତେ ଆସିଥିବା ଅଧିକାରୀମାନଙ୍କୁ ସହଯୋଗ କରିଥିଲେ। ଏହି ଭେଇକାଲ ସେନ୍ସର୍ ଆଲର୍ଟ ଯନ୍ତ୍ର ରାଜ୍ୟରେ ପ୍ରଥମ ଥର କଳିଙ୍ଗା ଘାଟିରେ ଲାଗୁଥିବା ବେଳେ ଏହା ଯଦି ଭଲରେ କାମ କରେ ତେବେ ଆସନ୍ତା ଦିନମାନଙ୍କରେ ଅନ୍ୟ ସ୍ଥାନମାନଙ୍କରେ ଲଗାଯିବ ବୋଲି ଭୁବନେଶ୍ବର ଆଇଆଇଟି ପକ୍ଷରୁ ଆସିଥିବା ଅଧିକାରୀ ଜଣକ ପ୍ରକାଶ କରିଛନ୍ତି। କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ