ଓଡ଼ିଶା ହେବ ଦୁଇ ଭାଗ ୧୮/୧୧/୨୩ ରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା

Nov 11, 2023 - 19:37
 0  73
ଓଡ଼ିଶା ହେବ ଦୁଇ ଭାଗ   ୧୮/୧୧/୨୩ ରେ  ପଶ୍ଚିମ ଓଡ଼ିଶା ବନ୍ଦ ଡାକରା

କୋସଲ ମହାବନ୍ଦ ସମ୍ବନ୍ଧରେ ସାମ୍ବାଦିକ ସମ୍ମିଳନୀ ଆଜି ବଲାଙ୍ଗୀର ଜିଲ୍ଲାର ସାମ୍ବାଦିକ ଭବନ ଠାରେ କୋସଲ ରାଜ୍ୟ ସମନ୍ୱୟ ସମିତି କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର ଏକ ଜରୁରୀକାଳୀନ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଚଳିତ ମାସର 18 ତାରିଖରେ ସମଗ୍ର କୋଶଲଞ୍ଚଳ ବନ୍ଦ ଡାକରା ଦେଇଛନ୍ତି l ଏ ବିଷୟରେ ଗତକାଲି ବରଗଡ଼ ଠାରେ କୋଶଲଞ୍ଚଳର ସମସ୍ତ କୋଶଳବାଦୀ ସଂଗଠନମାନେ ଏକତ୍ରିତ ହୋଇ ଏହି ମହାବନ୍ଦରେ ସାମିଲ ହେବେ ଏବଂ ନିଜର ମାଁ ମାଟିର ମୁକ୍ତି ପାଇଁ ଏକ ଐତିହାସିକ ଆନ୍ଦୋଳନ କରାଯିବାର ନିର୍ଣ୍ଣୟ କରାଯାଇଛି l ସମଗ୍ର ଓଡିଶା ରାଜ୍ୟର 2 କୋଟି ଜନତାଙ୍କ ଦୀର୍ଘ ବର୍ଷର ଆନ୍ଦୋଳନକୁ ଅଣଦେଖା କରୁଥିବା ସରକାରଙ୍କୁ ଆଗାମୀ ନିର୍ବାଚନ ସମୟରେ ଉଚିତ ଜବାବ ଦେବାକୁ ତେଜୁଛି ଏହି ଜନ ଆନ୍ଦୋଳନ l କାରଣ ଏ ଅଂଚଳରୁ କୋଟି କୋଟି ଟଙ୍କାର କର ଆଦାୟ କରୁଥିବା ସତ୍ୱେ ଉନ୍ନତି ହେଉନାହିଁ l ବାରମ୍ବାର ଅନାହାର ମୃତ୍ୟୁ, ଶିଶୁ ବିକ୍ରି, ଚାଷୀ ଆତ୍ମହତ୍ୟା, ଦାଦନ ଶ୍ରମିକ ସମସ୍ୟା, ବେକାରୀ ଶିକାର ଭଳି ଅନେକ ସମସ୍ୟାକୁ ଓଡିଶା ସରକାର ଅଣଦେଖା କରୁଥିବା ଦେଖାଯାଉଛି l ତେଣୁକରି ଓଡିଶାକୁ ଦୁଇଭାଗ କରି ପଶ୍ଚିମାଞ୍ଚଲ କୁ କୋସଲ ରାଜ୍ୟ ଭାବେ ଘୋଷଣା କରିବାକୁ ଦାବୀ କରାଯାଉଛି ।

ବଲାଙ୍ଗୀର ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 1
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ