ଓଡ଼ିଶା ପରିବର୍ତ୍ତୀତ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଠିକା କର୍ମଚାରୀ ସଂଘ

Aug 26, 2024 - 19:14
 0  73
ଓଡ଼ିଶା ପରିବର୍ତ୍ତୀତ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଠିକା କର୍ମଚାରୀ ସଂଘ

ଅଦ୍ୟ ତା ୨୫. ୦୮. ୨୦୨୪, ଦିବା ୧୦ଟା୩୦ମି, ସମୟରେ ମୟୂରଭଞ୍ଜ, ଜିଲ୍ଲା ସଦରମହକୁମା ବାରିପଦା ଠାରେ, ଓଡ଼ିଶା ପରିବର୍ତ୍ତୀତ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଲ ଓଡ଼ିଶା କର୍ମଚ।ରୀ ସଂଘରଫରୁ ଏକ ବିଶାଳ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି, ଏଥିରେ ୨୫ଟି ଜିଲ୍ଲାରୁ ସମସ୍ତ କର୍ମୀ ଅଂଶଗ୍ରହଣ କରିଥିଲେ। ସୂଚନା ଅନୁସାରେ, ମାନ୍ୟବର ପ୍ରଧାନମନ୍ତ୍ରୀ୨୦୨୫ ସୁଦ୍ଧା TB ମୁକ୍ତ ଭାରତ ନିମନ୍ତେ ପୋଷଣା କରିଛନ୍ତି। ମାତ୍ରଅତି ଦୁର୍ଭ।ଗ୍ୟର ବିଷୟ ଯକ୍ଷ୍ମା କାର୍ଯ୍ୟକ୍ରମରେ ୨୦୦୪ ମସିହାରୁ ଆଜି ଯାଏ ଦୀର୍ଘ ୨୦ ବର୍ଷ ବିନା ରିକ୍ସ ଏଲାଉନ୍ସରେ କାର୍ଯ୍ୟ କରିଆସୁଥିଲେ ମଧ୍ୟ STS ମାନେ ବର୍ତ୍ତମାନ ସୁଦ୍ଧା ନିୟମିତ ହୋଇପାରିନାହିଁ।ନ୍ତି, ଯକ୍ଷ୍ମା ଭଳି ଏକ ମାରାତ୍ମକ ବାୟୁବାହିତ ଡ଼ିଆଁ ରୋଗରେ ନିଃସ୍ଵାର୍ଥପର ଭାବରେ କାର୍ଯ୍ୟ କରିଆସୁଛନ୍ତି । ଏବଂ କିଛି କର୍ମୀ ଏହି ରୋଗରେ ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ୨୦୦୪ ଠାରୁ ୨୦୧୪ ପର୍ଯ୍ୟନ୍ତ ବିନା ମୁକ୍ତିନାମାରେ କାର୍ଯ୍ୟକରିଆସୁଥିଲେ ମଧ୍ୟ ଯୋଜନା ଅନୁଯାଇ ସେମାନଙ୍କୁ ନିୟମିତ ନକରି, ୨୦୧୪ ମସିହା ପରଠାରୁ NHM ଓଡ଼ିଶାର ନିର୍ଦ୍ଦେଶକ୍ରମେ ଚୁକ୍ତିନାମା ଏବଂ ଏକ ଦିନର ବିରତି ପରି କୁପ୍ରଥା କାର୍ଯ୍ୟକାରୀ କରାଯାଇଛି ଏହି କର୍ମୀମାନେ ଯକ୍ଷ୍ମା ରୋଗର ଚିହ୍ନଟ, ଔଷଧ ବିତରଣ, ଠାରୁ ଆରମ୍ଭ କରି ରୋଗୀ ଆରୋଗ୍ୟ ହେବା ଯାଏ ପାରାମେଡ଼ିକାଲ ଭଳି ସମସ୍ତ କାର୍ଯ୍ୟ କରିଆସୁଥିଲେ ମଧ୍ୟ ପାରାମେଡ଼ିକାର କର୍ମୀ ଭାବେ ଘୋଷଣା କରାଯାଇନାହିଁ, ଆଗରୁ ଥିବା ସରକାର ଏହି ପ୍ରତି ଧ୍ୟାନ ନଦେଇ ଏମାନଙ୍କ ଭବିଷ୍ୟତକୁ ଅନ୍ଧକାର କରି ରଖିଛନ୍ତି। ବହୁ କର୍ମୀ ଙ୍କ ଅବସର ସମୟ ପାଖେଇ ଆସୁଛି। ଏଣୁ ଏହି ଟିବି ଯୋଦ୍ଧା ମାନେ ଏବେ ର ସରକାରଙ୍କ ପାଖରେ ଲିଖିତ ଆକାରରେ ଜଣାଇବେ ଏବଂ ସଂଘଦୃଢ ବିଶ୍ୱାସ ରଖିଛି ଏବେର ଲୋକପ୍ରିୟ ସରକାର ଉପରୋକ୍ତ ଦାବୀ ଗୁଡ଼ିକ ନିଶ୍ଚିତ ପୂରଣ କରିବେ । ଦୀର୍ଘ ୨୦ ବର୍ଷର ଅପେକ୍ଷା ନିଶ୍ଚିତ ସରକାର ପୂରଣ କରିବେ ।

ମୟୂରଭଞ୍ଜ, ବାରିପଦାରୁ ଗୌର ଦାସଗିରିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ