।। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ କର୍ମଚାରୀ ଅଭାବ ମିଳୁନି ସଠିକ୍ ସେବା, ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ।।

Sep 26, 2024 - 17:50
 0  83
।। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ କର୍ମଚାରୀ ଅଭାବ ମିଳୁନି ସଠିକ୍ ସେବା, ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ।।

ବରୀ ବ୍ଲକ୍‌ର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳ ବରୀ ମାଉଣ୍ଡ | ଏଠାରେ ରହିଛି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଏକ ଶାଖା I ଏହି ଶାଖା ଉପରେ ଦିନକୁ ଦିନ ଗ୍ରାହକଙ୍କ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖ‌ିବାକୁ ମିଳୁଛି। ଆବଶ ଚାରୀ ଅଭାବରୁ ବଶ୍ୟକ ସଂ ସଂଖ୍ୟକ କର୍ମଚାରୀ ଗ୍ରାହକ ହକ ଉଚିତ୍ ସେବା ପାଇପାରୁ ନ ଥିବା ଦେଖୁବାକୁ ମିଳୁଛି । ଏହି ଶାଖାରେ ଚାରିଜଣ କର୍ମଚାରୀ ରହିବାର ନିୟମ ଥିବାବେଳେ ମାତ୍ର ଦୁଇଜଣ କର୍ମଚାରୀରେ ଶାଖା I ଚାଲିଛି । ବର୍ତ୍ତମାନ ସରକାରଙ୍କ ସୁଭଦ୍ରା ଯୋଜନା ପାଇଁ ବ୍ୟାଙ୍କକୁ ଗ୍ରାହକ ଇ-କେୱାଇସି, ଆଧାର ଲିଙ୍କ୍, ଡିବିଟି ଲିଙ୍କ୍, ଅର୍ଥ ଜମା ଓ ଉଠାଣ କରିବାକୁ ପ୍ରତିଦିନ ଅସମ୍ଭବ ଭିଡ଼ ହେଉଛି। ଜଣେ କ୍ୟାସିୟରଙ୍କୁ ଛାଡ଼ିଦେଲେ ଅନ୍ୟଜଣେ କିଭଳି ଏସବୁ କାର୍ଯ୍ୟ କରିବେ, ତାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି | ତୁରନ୍ତ ଉଚ୍ଚକର୍ତ୍ତୃପକ୍ଷ ଏହି ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ସଂଖ୍ୟକ କର୍ମଚାରୀ ଯୋଗାଇ ଦେବାକୁ ଗ୍ରାହକ ମହଲରେ ଦାବି ହେଉଛି।

 ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ