।। ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ଖରିଆର ଡିଭିଜନ ତରଫରୁ ବିଧାନ ସଭା ଘେରାଉ ପାଇଁ ପ୍ରସ୍ତୁତି ବୈଠକ ।।

Jan 7, 2024 - 12:34
 0  27
।। ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ଖରିଆର ଡିଭିଜନ ତରଫରୁ ବିଧାନ ସଭା ଘେରାଉ ପାଇଁ ପ୍ରସ୍ତୁତି ବୈଠକ ।।

ଆଜି ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ଖରିଆର୍ ଡିଭିଜନ ର ନୂଆପଡ଼ା ରେଞ୍ଜ ତରଫରୁ ମୋହୋରାଡ଼ିହି ଗ୍ରାମରେ ରେଞ୍ଜ ସ୍ତରୀୟ ବୈଠକ ଆସନ୍ତା ଦଶ ଜାନୁୟାରୀ ରେ ହେବାକୁ ଥିବା ବିଧାନ ସଭା ଘେରାଉ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ନୂଆପଡା ଜିଲ୍ଲା ର ବିଶିଷ୍ଟ ଶ୍ରମିକ ନେତା ତଥା ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ରାଜ୍ୟ ସଂପାଦକ ଶ୍ରୀ ଯଦୁମଣି ପାଣଗ୍ରାହୀ ମୂଖ୍ୟ ଅତିଥି ଭାବରେ ସାମିଲ ହୋଇ ଘେରାଉ କାର୍ଯକ୍ରମ ରେ ଯିବାକୁ ତଥା ପ୍ରସ୍ତୁତି କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ । ରାଜ୍ୟ ସଂଘ ତରଫରୁ ଆସନ୍ତା ଜାନୁୟାରୀ ଦଶ ତାରିଖ ରେ କେନ୍ଦୁପତ୍ର ତୋଳାଳୀ, ସିଜିନାଲ ଷ୍ଟାଫ୍, ବାନ୍ଧାଲି ଓ ଅନ୍ୟାନ୍ୟ ଶ୍ରମିକ ଙ୍କ ହକ୍ ଦାବୀ ହାସଲ ପାଇଁ ନିଆ ଯାଇଥିବା ବିଧାନସଭା ଘେରାଉ କୁ ସଫଳ କରିବା ପାଇଁ ପ୍ରସ୍ତୁତି ରାଯାଇଥିଲା।ଦୀର୍ଘ ପାଞ୍ଚ ବର୍ଷ ହେଲା ସର୍ବ ନିମ୍ନ ମଜୁରୀ ବୃଦ୍ଧି ହୋଇନାହିଁ କିମ୍ବା ସିଜିନାଲ ଷ୍ଟାଫ୍ ଙ୍କ ଦରମା ବୃଦ୍ଧି ହୋଇନାହିଁ। ଗତ ସିଜନରେ କେନ୍ଦୁପତ୍ର ଦର ବୃଦ୍ଧି ହେଲା ନାହିଁ। ସରକାର କୋରୋନା ମହାମାରୀ ସମୟରୁ ତୋଳାଳୀ ଙ୍କୁ ବୋନସ ବନ୍ଦ କରିଦେଇଥିଲେ। ବିଗତ ଦିନ ବଡ଼ ଧରଣ ର ଆନ୍ଦୋଳନ କଲା ପରେ ଶହେ ପ୍ରତିଶତ ବଦଳରେ ମାତ୍ର ପଚିଶ ପ୍ରତିଶତ ବୋନସ ପ୍ରଦାନ କଲେ । କେନ୍ଦୁପତ୍ର ଦର ବୃଦ୍ଧି, ସିଯିନାଲ୍ ଷ୍ଟାଫ୍ ଦରମା ବୃଦ୍ଧି, ଚାକିରୀ ସର୍ତ୍ତାବଳୀ, ଶତ ପ୍ରତିଶତ ବୋନସ ଇତ୍ୟାଦି ଦାବୀରେ ବିଧାନସଭା ଘେରାଉ କରାଯିବ,ଓ ଏଥିରେ ସଙ୍ଘ ର ସମସ୍ତେ ଭୁବନେଶ୍ୱର ଯିବାକୁ ପଡିବ ବୋଲି ବୋଲି ଶ୍ରୀ ପାଣିଗ୍ରାହୀ ସମସ୍ତ ଙ୍କୁ ନିବେଦନ କରିଥିଲେ। କେନ୍ଦୁପତ୍ର ସଂସ୍ଥା କୁ ଘରୋଇକରଣ କରିବା ପାଇଁ ରାଜ୍ୟ ସରକାର ଷଡ଼ଯନ୍ତ୍ର ଓ ମସୁଧା କୁ କୌଣସି ପରିସ୍ଥିତି ରେ ବି ବରଦାସ୍ତ କରାଯିବ ନାହିଁ ଓ ଏହା କୁ ଦୃଢ଼ ଭାବରେ କରାଯିବ ନାହିଁ, ଦୃଢ଼ ବିରୋଧ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଥିଲେ। ଏହା ପୂର୍ବରୁ ପର ଦିନ ତରବୋଦ ରେ ଓ ଗତକାଲି ଖରୀଆର ରୋଡ ରେଞ୍ଜ ର ବଖର ମାଲ ଫଡ଼ି ଘର ପ୍ରାଙ୍ଗଣ ରେ ଏହି ଧରଣ ର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ହେଡ୍ ଚେକର ବାବୁଲାଲ ପଟେଲ, ରେଞ୍ଜ ସମ୍ପାଦକ ଈଶ୍ୱର ଶବର, ମୁନ୍ନା ହରିଜନ, କୈଳାଶ ସାହୁ, ଗଣେଶ କଳାର, ରେବା ରାମ ଚୌହାନ ପ୍ରମୁଖ ଙ୍କ ସମେତ ନୂଆପଡ଼ା ରେଞ୍ଜ ର ସମସ୍ତ ସିଜିନାଲ ଷ୍ଟାଫ୍ ଯୋଗଦାନ କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ