।। ଓଡ଼ରି ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ।।
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଓଡରି ଗ୍ରାମପଞ୍ଚାୟତ ଠାରେ ଅନୁଷ୍ଠିତ "ଆମ ଓଡିଶା ନବୀନ ଓଡିଶା ର ପଞ୍ଚାୟତ ସ୍ତରୀୟ ସଚେତନ ଶିବିରି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡ଼ି ବ୍ଲକ ଙ୍କ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ପ୍ରମୁଖ ଉପସ୍ଥିତ ରହିଥିଲେ। ସରକାରଙ୍କ ପକ୍ଷରୁ ଯାହାସବୁ ଯୋଜନା ପ୍ରସ୍ତୁତ କରିଛନ୍ତି ସେହି ସବୁ ଯୋଜନା ଲୋକଙ୍କ ପାଖକୁ ପହଞ୍ଚି ପାରୁଛି କି ନାହିଁ ସେହି ଯୋଜନା ଉପରେ ନିଜ ନିଜ ବକ୍ତବ୍ୟରେ ପୁଙ୍ଖାନୁପୁଙ୍ଖ ଭାବରେ ଯୋଗଦାନ କରିଥିବା ଲୋକଙ୍କୁ ସଚେତନତା ସୃଷ୍ଟି କରିଥିଲେ। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ବ୍ଳକ କର୍ମଚାରୀ ରହିଥିଲେ। ଶିବିରକୁ ଓଡରି ପଞ୍ଚାୟତର କାର୍ଯ୍ଯ ନିର୍ବାହୀ ଅଧିକାରୀ ପଞ୍ଚାୟତର ଅନ୍ଯାନ୍ଯ କର୍ମକର୍ତ୍ତା ସହଯୋଗ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ କଳାକାର ମାନଙ୍କ ଦ୍ବାର ନୃତ୍ୟ ପରିବେଷଣ ହୋଇଥିଲା। ଏଥିରେ ବିଭିନ୍ନ ବ୍ଯକ୍ତିତ୍ବ ଓ କୃତିତ୍ବ ହାସଳ କରିଥିବା ବ୍ଯକ୍ତିଙ୍କୁ ପୁରସ୍କୃତ କରାଯାଇଥିଲା। ସଚେତନ ଶିବିରରେ ପଞ୍ଚାୟତ ର ବିଭିନ୍ନ ଗ୍ରାମରୁ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା। ଏହି ଶିବିରରେ ବ୍ଳକରେ କାର୍ଯ୍ଯକାରୀ ହେଉଥିବା ବିଭିନ୍ନ ବିଭାଗ ମଧ୍ୟରୁ କରିଥିଲେ।
କଳାହାଣ୍ଡି ଜିଲ୍ଲା ରୁ ବାଲେଶ୍ୱର ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0