।। ଏଚ୍ ଏ ଏଲ୍ ଠିକା କର୍ମଚାରୀ ମାନଙ୍କ ( ଏନ୍ ଏ ସି ) ମୁଖ୍ୟ ଫାଟକ ଆଗରେ ଧାରଣା ।।
କୋରାପୁଟ ଜିଲ୍ଲା ତା:-୧୫/୧୧ (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା ) ସୁନାବେଡ଼ା ଏଚ୍ ଏ ଏଲ୍ ଠିକା କର୍ମଚାରୀ ମାନଙ୍କ ଦ୍ଵାରା ଆଜି ସକାଳ ୬ଘଟିକା ସମୟରୁ ମୁଖ୍ୟ ଫାଟକ ଆଗରେ ବିଭିନ୍ନ ଦାବି ନେଇ ଧାରଣ କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି ।ଦୀର୍ଘ ଦିନ ଧରି ଏଚ୍ ଏ ଏଲ୍ କର୍ତ୍ତୃପକ୍ଷ ଙ୍କୁ ଠିକା କର୍ମଚାରୀ ମାନେ ବାରମ୍ବାର ତାଙ୍କର ସମସ୍ୟା ଲିଖିତ ଭାବରେ ଜଣାଇ ଆସୁଥିଲେ ସୁଧା ଆଜି ପର୍ଯ୍ୟନ୍ତ କୌଣସି ଦୃଷ୍ଟି ଆକର୍ଷଣ କରୁନଥିବା ସଂଘର ସଭାପତି ଶ୍ରୀ ବୁଡୁ କହିଛନ୍ତି ।ସୂଚନା ଯୋଗ୍ୟ କି କିଛି ମାସ ପୂର୍ବେ ମଧ୍ୟ ଏଭଳି ଏକ ଧାରଣ ଦିଆଯାଇଥିଲା ସେଥିରେ ସୁନାବେଡ଼ା ଥାନା ଅଧିକାରୀ ଶ୍ରୀମତୀ ସୁଷମା କହଁର ଆଜି ବୁଝାସୁଜା କରାଇ କିଛି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରତିଶ୍ରୁତି ପୂରଣ ହେଉନଥିବାରୁ ପୁନର୍ବାର କାର୍ଯ୍ୟ ବନ୍ଦ କରିବାକୁ ବାଧ୍ୟ ହେଇଛନ୍ତି ଠିକା ଶ୍ରମିକ ମାନେ ଆଜି ମୁଖ୍ୟ ଫାଟକ ଆଗରେ ରୁଣ୍ଡ ହେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି ।ଏପର୍ଯ୍ୟନ୍ତ ଏଚ୍ ଏ ଏଲ୍ ପକ୍ଷରୁ କୌଣସି ଅଧିକାରୀ ପହଞ୍ଚି ନଥିବା ସୂଚନା ରହିଛି ।
What's Your Reaction?
Like
0
Dislike
0
Love
1
Funny
0
Angry
0
Sad
0
Wow
0