।। ଉମରକୋଟ ରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ।।

ଉମରକୋଟ ରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ସ୍ଥାନୀୟ କୋଣ୍ଡାଗାଁ ରୋଡ଼ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ! ଉକ୍ତ କାର୍ଯ୍ୟକ୍ରମରେ ଉମରକୋଟ ଅଞ୍ଚଳର ଅନେକ ବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ ! ଉମରକୋଟ ର ବିଧାୟକ ତଥା କ୍ୟାବିନେଟ,ଗଣ ଶିକ୍ଷା, ଆଦିବାସୀ ହରିଜନ ଉନ୍ନୟନ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ , ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ସ୍ୱପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ,ଭାରତର ଯସସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ଦୀର୍ଘ ଏକ ସପ୍ତାହ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ! ଉକ୍ତ କାର୍ଯ୍ୟକ୍ରମ କୁ ଅନେକ ବିଦ୍ୟାଳୟ ଯଥା ଏସ୍.ଏ.ଏସ୍. ବାଲ ମନ୍ଦିର,ଗୁରୁକୃପା ପବ୍ଲିକ ସ୍କୁଲ ତଥା ଅନ୍ୟ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ ! ଏସ୍.ଏ.ଏସ୍. ବାଲ ମନ୍ଦିର ର ଛାତ୍ରଛାତ୍ରୀ ମାନେ ଅନେକ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ କରିଥିଲେ ! ଏହି ପରିପ୍ରେକ୍ଷୀରେ ଉମରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଉମରକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଭାର ପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରିତୀ ରଞ୍ଜନ ରଥ ଏବଂ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଅଂଶଗ୍ରହଣ କରିଥିଲେ ! ପରିଷଦର ଅଧ୍ୟକ୍ଷା ଶ୍ରୀମତି ରାଧା ଭତ୍ରା ମଧ୍ୟ ଅଂଶ ଗ୍ରହଣ କରି ପିଲାମାନଙ୍କୁ ତଥା ସ୍ଥାନୀୟ ଜନସାଧାରଣ ଙ୍କ ଉଦ୍ଦେଶ୍ୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇ ଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






