ଉଦୟଲଷ୍ମୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ତୃତୀୟ ଦଳ ଭାବେ ତରେଇକେଲା ସେମି ଫାଇନାଲକୁ ଉନ୍ନୀତ
କୋଲାବିରା,୧୭।୧(ଫାଷ୍ଟ ନ୍ୟୁଜ ଓଡିଶା):ଆଜି ଉଦୟଲଷ୍ମୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟର ତୃତୀୟ ଦିବସରେ ତରେଇକେଲା ଦଳ ରେଙ୍ଗାଲପାଲି ଦଳକୁ ପରାସ୍ତ କରି ସେମି ଫାଇନାଲରେ ପ୍ରଵେଶ କରିଛି। ଆଜି ପ୍ରଥମ ମ୍ୟାଚ ତରେଇକେଲା ଓ ଲେଢ଼ିମଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଟେରେଇକେଲା ଦଳ ଟସ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ଲେଢ଼ିମଙ୍ଗ ଦଳ ନିର୍ଦ୍ଧାରିତ ୮ ଓଭରରେ ୭ ଉଇକେଟ ହରାଇ ମାତ୍ର ୩୨ ରନ କରିଥିଲେ। ଜବାବରେ ତରେଇକେଲା ଦଳ ୨.୪ ଓଭରରେ ନିର୍ଦ୍ଧାରିତ ୩୩ ରନ କରି ୮ ଉଇକେଟରେ ବିଜୟଲାଭ କରିଥିଲା। ଏହି ମ୍ୟାଚରେ ତରେଇକେଲା ଦଳର ପ୍ରଦୀପ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ। ଦ୍ଵିତୀୟ ମ୍ୟାଚ ଠିଆମାଲ ଓ ରେଙ୍ଗାଲପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଠିଆମାଲ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ନିର୍ଦ୍ଧାରିତ ୮ ଓଭରରେ ୪ ଉଇକେଟ ହରାଇ ୫୬ ରନ ସଂଗ୍ରହ କରିଥିଲା। ଜବାବରେ ରେଙ୍ଗାଲପାଲି ଦଳ ୪.୩ ଓଭରରେ ୨ ଉଇକେଟ ହରାଇ ୬୦ ରନ କରି ୮ ଉଇକେଟରେ ବିଜୟୀ ହୋଇଥିଲେ। ଏହି ମ୍ୟାଚରେ ରେଙ୍ଗାଲପାଲି ଦଳର ରିପୁନ ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ। ତୃତୀୟ ମ୍ୟାଚରେ ଦୁଇଟି ଯାକ ମ୍ୟାଚରେ ବିଜୟୀ ହୋଇଥିବା ତରେଇକେଲା ଓ ରେଙ୍ଗାଲପାଲି ଦଳ ମଧ୍ୟରେ ତୃତୀୟ କ୍ୱାର୍ଟର ଫାଇନାଲ ଅନୁଷ୍ଠିତ ହୋଇଥିଲା । ଏଥିରେ ତରେଇକେଲା ଦଳ ଟସ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ରେଙ୍ଗାଲପାଲି ଦଳ ନିର୍ଦ୍ଧାରିତ ୯ ଓଭରରେ ୬ ଉଇକେଟ ହରାଇ ୫୩ ରନ ସଂଗ୍ରହ କରିଥିବା ବେଳେ ଜବାବରେ ତରେଇକେଲା ଦଳ ମାତ୍ର ୩.୫ ଓଭରରେ ଦୁଇ ଉଇକେଟ ହରାଇ ନିର୍ଦ୍ଧାରିତ ୫୪ ରନ ସଂଗ୍ରହ କରି ୮ ଉଇକେଟରେ ବିଜୟୀ ହୋଇଥିଲେ ଓ ସେମିଫାଇନାଳକୁ ଉନ୍ନୀତ ହୋଇଥିଲେ। ଏହି ମ୍ୟାଚରେ ତରେଇକେଲା ଦଳର ପପ୍ପୁ ମାତ୍ର ୧୧ ବଳରେ ୩୪ ରନ ସଂଗ୍ରହ କରିଥିବା ବେଳେ ପ୍ରଦୀପ ୫ ଉଇକେଟ ନେଇ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ। ସ୍ବର୍ଗତଃ ଉଦୟନାଥ ପୁରୋହିତ ଓ ଲକ୍ଷ୍ମୀ ପୁରୋହିତଙ୍କ ଜ୍ୱାଇଁ ଅବସରପ୍ରାପ୍ତ ଶିକ୍ଷକ ସଞ୍ଜୟ ଗୁରୁ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ପୁତ୍ର ମାନସ ପୁରୋହିତ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ବିତରଣ କରିଥିଲେ। ଖେଳଗୁଡିକୁ ପରିଚାଳନା କରିବାରେ କୋଲବିରା ମା ସମଲେଶ୍ୱରୀ କ୍ଲବର ସୁନୀଲ, ଗୁଡୁ, ଧନଞ୍ଜୟ, ରଜତ, ଭାଡ଼ି, ଦିଲୀପ, ଗଣେଶ, ପ୍ରେମ, ଲୋକନାଥ, ଜିତେନ୍ଦ୍ର, ଅନିଲ, ଭକ୍ତ ଓ ଖେଳ ଶିକ୍ଷକ ରାଜେଶ ପଟେଲ ଓ ଅଧ୍ୟାପକ ସୁଶାନ୍ତ ଦାଶ ସାହାଯ୍ୟ କରିଥିଲେ। କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0