ଉତ୍ତମ ମାଲିକ ଗ୍ରୁପ ଅଫ ଅନୁଷ୍ଠାନରେ "ଫ୍ରୀ ମେଗା ମେଡିକାଲ୍ କ୍ୟାମ୍ପ୍ ଅନୁଷ୍ଠିତ"

Jan 24, 2026 - 19:43
 0  28
ଉତ୍ତମ ମାଲିକ ଗ୍ରୁପ ଅଫ ଅନୁଷ୍ଠାନରେ "ଫ୍ରୀ ମେଗା ମେଡିକାଲ୍ କ୍ୟାମ୍ପ୍ ଅନୁଷ୍ଠିତ"

ମାଲକାନଗିରି, ୨୪/୦୧: ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ଅନୁଷ୍ଠିତ ଉତ୍ତମ ମାଲିକ ଗ୍ରୁପ ଅଫ ଅନୁଷ୍ଠାନରେ ଫ୍ରି ମେଗା ମେଡିକାଲ୍ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଅଛି। ଏହିଭଳି ଏକ ସାମାଜିକ କାର୍ଯ୍ୟକୁ ଜିଲ୍ଲାବାସୀ ସ୍ବାଗତ କରିଥିବା ବେଳେ କଲେଜ କତୃପକ୍ଷ ଡଃ ଶିବ ନାରାୟଣ ପାତ୍ର କହିଛନ୍ତି ଯେ ମାଲକାନଗିରି ଜିଲ୍ଲାର ସମସ୍ତ ବାସିନ୍ଦାଙ୍କ ସ୍ଵାସ୍ଥ୍ୟଗତ ଅସୁବିଧାକୁ ନେଇ ପ୍ରତିବର୍ଷ ଏହିଭଳି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ଜଣାଇଛନ୍ତି। ସୂଚନା ଅନୁଯାୟୀ ଗତ ଡିସେମ୍ବର ମାସରେ ମଧ୍ୟ ଏହିଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯାହାକି ବିଶାଖାପାଟଣାସ୍ଥିତ ମହାତ୍ମା ଗାନ୍ଧୀ କ୍ୟାନ୍ସର ହସପିଟାଲ ସହ ସହ ବନ୍ଧିତ ହୋଇ ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ପାଇଁ ଉତ୍ତମ ମାଲିକ ଗ୍ରୁପ ଅଫ ଅନୁଷ୍ଠାନରେ କ୍ୟାନ୍ସର ସ୍କ୍ରିନିଂ କ୍ୟାମ୍ପ କରାଯାଇଥିଲା। ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କ୍ୟାନ୍ସର ଉପରେ ସଚେତନତା ଆଣିବା ସହ ଯେଉଁ ଗରିବ ଲୋକ ମାନଙ୍କ ମଧ୍ୟରେ ଯଦି କୌଣସି କ୍ୟାନ୍ସର ରୋଗ ଲକ୍ଷଣ ପରିଲକ୍ଷିତ ହୁଏ ତେବେ ତାକୁ ମାଗଣାରେ କେମିତି ଚିକିତ୍ସା କରାଯିବ ସେଥିପ୍ରତି ଉତ୍ତମ ମାଲିକ ଗ୍ରୁପ ଅଫ ଅନୁଷ୍ଠାନର କର୍ତ୍ତବ୍ୟ ଥିଲା। ଠିକ୍ ସେହିଭଳି ଏହିମାସ ଆଜି ୨୪/୦୧ରେ ମଧ୍ୟ ମାଲକାନଗିରି ଠାରେ ପୁଣି ସେହିଭଳି ବିଜୟୱାଡ଼ା ସ୍ଥିତ ଓମେଗା ଅନୁ ମେଡିକାଲ୍ ସହ ଅନୁବନ୍ଧିତ ହୋଇ ୫ଜଣିଆ ମେଡିକାଲ୍ ଟିମଙ୍କ ତତ୍ତ୍ଵାବଧାନରେ ମାଗଣା ସ୍ବାସ୍ଥ୍ୟପରିକ୍ଷା କାର୍ଯ୍ୟକ୍ରମ ସକାଳ ୯ଘଟିକା ଠାରୁ ଆରମ୍ଭ ହୋଇଥିଲା। ପ୍ରଥମେ କଲେଜ୍ ପ୍ରାଙ୍ଗଣ ମଧ୍ୟରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ବଙ୍ଗାଳୀ ସମାଜର ସଭାପତି ଶ୍ରିଯୁକ୍ତ ଗୌରାଙ୍ଗ କର୍ମକାର, ଜିଲ୍ଲା ଆଦିବାସି ମହାସଂଘର ଉପଦେଷ୍ଟା ଶ୍ରୀଯୁକ୍ତ ଘନଶ୍ୟାମ ମାଡକାମୀଙ୍କ ଦ୍ବାରା ଭଗବାନଙ୍କୁ ପୁଷ୍ପ ଅର୍ପଣ ପରେ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିଜୟୱାଡା ସ୍ଥିତ ଓମେଗା ଅନୁ ମେଡିକାଲରୁ ଆସିଥିବା ୫ଜଣିଆ ମେଡିକାଲ୍ ଡକ୍ଟରଙ୍କ ମଧ୍ୟରେ ଡଃ ଶେଖ୍ ମସ୍ତାନ (କାର୍ଡିଓଲଜୀ), ଡଃ ଏନ୍ ରାମାରାଓ (ଓର୍ଥୋପେଡିକ), ଡଃ ଏସ ସରିତା (ନେପ୍ରୋଲଜୀ), ଡଃ ଆଦିତ୍ୟ ନାଦେଲା (ଓଙ୍କୋଲୋଜୀ) ଓ ଅନ୍ୟାନ୍ୟ ଡକ୍ଟର ସହଯୋଗରେ କାର୍ଯ୍ୟକ୍ରମଟି ଆରମ୍ଭ ହୋଇଥିଲା। ରେଜିଷ୍ଟ୍ରେସନ ଅନୁଯାୟୀ ଜିଲ୍ଳାରୁ ପ୍ରାୟ ୮୦୦ରୁ ଅଧିକା ଲୋକ ଆସି ନିଜର ସ୍ୱାସ୍ଥ୍ୟଗତ ପରୀକ୍ଷା କରାଇଥିଲେ। ବ୍ଲଡ ପ୍ରେସର, ସୁଗାର, ଓଜନ ସହ ବାର୍ଦ୍ଧ୍ୟକ ଜନିତ ରୋଗୀଙ୍କ ସଂଖ୍ୟା ଅଧିକା ଦେଖିବାକୁ ମିଳିଥିଲା। ଜିଲ୍ଲାବାସି ଏହିଭଳି ଲୋକଙ୍କ ସେବା ପାଇଁ ହେଉଥିବା କାର୍ଯ୍ୟ ପାଈଁ ଉତ୍ତମ ମାଲିକ ଗ୍ରୁପ ଅଫ ଅନୁଷ୍ଠାନର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି। ଉତ୍ତମ ମାଲିକ ଗ୍ରୁପ ଅଫ ଅନୁଷ୍ଠାନର ଅଧ୍ୟକ୍ଷ ତଥା ସଂପାଦକ ଡଃ ଶିବ ନାରାୟଣ ପାତ୍ର, ସଭାପତି ଦିଲ୍ଲୀପ ଦାସ,ଉପସଭାପତି ଶଙ୍କର ପାଲ୍ ଜଣାଇଛନ୍ତି ଯେ ସବୁ ବର୍ଷ ଏହିଭଳି କାର୍ଯ୍ୟକ୍ରମ ଜାରୀ ରହିବ। ଏହା ସହ ମାଲକାନଗିରି ଜିଲ୍ଲା ବାସୀଙ୍କୁ ଅନୁରୋଧ କରିଛନ୍ତି କି ଯଦି କେହି ଦିବ୍ୟଙ୍ଗ ଯାହାର ହାତ ଓ ଗୋଡ଼ ନାହିଁ ତାକୁ ଆଣି ଆମ ଅନୁଷ୍ଠାନରେ ପଞ୍ଜିକରଣ କରାନ୍ତୁ ଯଦ୍ୱାରା ଆମେ ଆମ କଲେଜ୍ ବା ଅନୁଷ୍ଠାନ ତରଫରୁ ମାଗଣାରେ କୂତ୍ରିମ ଅଙ୍ଗ ପ୍ରଦାନ କରିବୁ। ଏହିଭଳି ଏକ କାର୍ଯ୍ୟକ୍ରମରେ ଜିଲ୍ଲା ବାସୀ ସହଯୋଗ କରିଥିବାରୁ ଧନ୍ୟବାଦ୍ ଜଣାଉଛୁ। କେବଳ ଆମ କଲେଜରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନେ ଆମ ପରିବାର ନୁହନ୍ତି ତାଙ୍କ ପରିବାର ମଧ୍ୟ ଆମ ପରିବାର ଯେହେତୁ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆମର କର୍ତ୍ତବ୍ୟ। କଲେଜର ସମସ୍ତ ସଦସ୍ୟ ତଥା ପି କିଶୋର କୁମାର, ଆକାଶ ମିସ୍ତ୍ରୀ, ଶରତ ହିଆଲ, ବନିତା ବର୍ମନ, ନିକିତା ଗଣ୍ଡ, ସୁଚିଶ୍ମିତା ପାଢୀ, ରାଜୁ ସରକାର, ସିଉଳି ହାଲଦର୍, କବିତା ସରକାର, ଲିଜା ରାୟ, ସିବିଏସଇ ଛାତ୍ର ଛାତ୍ରୀ, ସିଏଚ୍ଏସଇ ଛାତ୍ର ଛାତ୍ରୀ ଓ ସୁନୟନା ନର୍ସିଂ କଲେଜର ଛାତ୍ର ଛାତ୍ରୀ ମାନଙ୍କୁ ଡଃ ଶିବ ନାରାୟଣ ପାତ୍ର ଧନ୍ୟବାଦ୍ ଜଣାଇଛନ୍ତି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ