।। ଉଠା ଜଳ ସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଘେରାଉ ଓ ଭାରତୀୟ ଜନତା ପାର୍ଟି ର ଧାରଣା ।।

Jan 16, 2024 - 20:35
 0  17
।। ଉଠା ଜଳ ସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଘେରାଉ ଓ ଭାରତୀୟ ଜନତା ପାର୍ଟି ର ଧାରଣା ।।

ଆଜି ନୂଆପଡ଼ା ଜିଲ୍ଲା ଉଠା ଜଳ ସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଭାରତୀୟ ଜନତା ପାର୍ଟି ର ବରିଷ୍ଠ ନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଚାଷୀ ନେତା ଶ୍ରୀ ଯଦୁମଣି ପାଣଗ୍ରାହୀଙ୍କ ନେତୃତ୍ୱରେ ଦୀର୍ଘ ଦିନ ରୁ ଖୋଳା ହୋଇଥିବା ଡିପ ବୋର୍ ୱେଲ୍ ରେ ତୁରନ୍ତ ବିଜୁଳୀ ସଂଯୋଗ ଦାବୀରେ ଧାରଣା ରେ ବସି କାର୍ଯ୍ୟାଳୟ ର ପ୍ରବେଶ ପଥ ଅବରୋଧ କରିଥଲେ । ଆଜି ସକାଳୁ ବୋଇର ଭାଡ଼ି, କୋଦୋମେରି, ସିଆଲଟି, ଦର୍ଲିମୁଣ୍ଡା, ବିଶୋରା, ଗୋଡଫୁଲା, ମାଗୁର ପାଣି, ଚୁହୁରୀ, ଝିପା ବାହାଲ, ଅଏଲାଯୁବା, ଚିଂଗ୍ରାସରା, ଡୋଟୋ, ବାବନକେରା, ଲୁକୁପାଲି ଲତ୍ୟାଦି ଗ୍ରାମର ଚାଷୀ ମାନେ କାର୍ଯ୍ୟାଳୟ ସମ୍ମୁଖରେ ଜମା ହେଇଥିଲେ।ଚାଷ ଜମିରେ ବହୁତ ଦିନ ରୁ କୂଅ ଖୋଳା ସରିଛି, ଅଧିକାଂଶ ସ୍ଥାନରେ ବିଜୁଳୀ ସଂଯୋଗ ପାଇଁ ୱେରିଂ ସରିଛି, ଟ୍ରାନସଫର୍ମର୍ ବସିଛି ,କିନ୍ତୁ ବିଜୁଳୀ ସଂଯୋଗ ହୋଇ ପାରିନାହିଁ । ଚାଷୀ ଦୁଇ ତିନି ମାସରୁ ଉର୍ଦ୍ଧ୍ବ ହେବ ରବି ଫସଲ କରିବା ଆଶା ର ଜମି, ବିହନ ଓ ଅନ୍ୟାନ୍ୟ ବ୍ୟବସ୍ଥା ପ୍ରସ୍ତୁତ କରି ବାରମ୍ବାର ବିଦ୍ୟୁତ୍ ବିଭାଗ ଓ ଉଠା ଜଳ ସେଚନ ବିଭାଗ ଦୌଡି ଦୌଡି ଚପଲ ସରିଗଲା ଅଥଚ ବିଜୁଳୀ ସଂଯୋଗ ହୋଇ ପାରିଲା ନାହିଁ। ଆଜି ଚାଷୀ ଆମକୁ ବିଜୁଳୀ ଦିଅ - ଆମକୁ ପାଣି ଦିଅ ନଚେତ୍ କୁଟୁମ୍ବ ପୋଷିବା ପାଇଁ ଦାଦନ ଖଟିବାକୁ ଯିବୁ ଟିକେଟ ଖର୍ଚ୍ଚ ଦିଅ କହି ଚାଷୀ ମାନେ ତାଙ୍କ ଆକ୍ରୋଶ ଜାହିର କରି ଉଠା ଜଳସେଚନ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ରେ ବସି ନାରାବାଜି କରିଥଲେ। ଉଠା ଜଳ ସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଶିରିଶ ଚନ୍ଦ୍ର ମୁଣ୍ଡା ପାଣି ପଞ୍ଚାୟତ ସପ୍ତାହ ପାଇଁ ଇରିଗେସନ୍ କାର୍ଯ୍ୟାଳୟ ସମ୍ମୁଖ ରେ ପାଳନ ହେଉଥିବା ଉତ୍ସବ ଛାଡ଼ି ଆସି ଆନ୍ଦୋନକାରୀ ଙ୍କ ସହିତ ଆଲୋଚନା କରିଥିଲେ। ଉଚ୍ଚ ଅଧିକାରୀ ଙ୍କ ସହିତ ଆଲୋଚନା କରିବା ପରେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ମୁଣ୍ଡା ଆଗାମୀ ସାତ ଦିନ ମଧ୍ୟରେ ୨୫ ଜାନୁୟାରୀ ସୁଦ୍ଧା ଆବଶ୍ୟକ ଅର୍ଥ ବିଦ୍ୟୁତ୍ ବିଭାଗ ରେ ପୈଠ କରି ନିଶ୍ଚୟ ବିଦ୍ୟୁତ୍ ଯୋଗେଇ ଦେବୁ ବୋଲି ଲିଖିତ ପ୍ରତଶ୍ରୁତି ଦେଲା ପରେ ଆନ୍ଦୋଳନକାରୀ ଚାଷୀ ମାନେ ଉଠି ଥିଲେ। ଚାଷ ଓ ଚାଷୀ ସରକାର ଙ୍କ ଅଗ୍ରାଧିକାର ରେ ନାହିଁ, ନବୀନ ଓଡ଼ିଶାରେ ଚାଷୀ ଶୋଷିତ, ବଞ୍ଚିତ ଓ ଅପମାନିତ ଅଟେ, ଆଗାମୀ ୨୫ ଜାନୁଆରୀ ସୁଦ୍ଧା ତାଙ୍କ ପ୍ରତିଶୃତି ରକ୍ଷା ନ କଲେ , ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ତାଲା ମାରି ଅଚଳ କରାଯିବ ବୋଲି ଚାଷୀ ନେତା ଶ୍ରୀ ଯଦୁମଣି ପାଣଗ୍ରାହୀ ଚେତାବନୀ ଦେଇଛନ୍ତି। ଆଜିର ଏହି ଆନ୍ଦୋଳନରେ ଘନଶ୍ୟାମ ପାଣ୍ଡେ, ବଦ୍ରୀନାଥ ରାଉତ, ସୋମନାଥ ସାହୁ, ଭେୟା ରାମ ମାଝୀ, ସନ୍ତୋଷ ସାହୁ, ଦୀପକ ଶବର, କାମଦେବ ଶବର, ସୁରେଶ ଶବର, ପ୍ରକାଶ ପ୍ରଧାନ, ଭଜନ ବାରିକ, ଜୟନ୍ତ ପ୍ରଧାନ, ପୁରନ୍ଦର ପ୍ରଧାନ, ସପନେ ମିର୍ଦ୍ଧା,ଗୌର ଖାଡ଼ିଆ, ତିସ ରାମ ଖାଡିଆ, ତୋଷ ରାମ ସାହୁ, ହେମଲାଲ୍ ସାହୁ ପ୍ରମୁଖଙ୍କ ସହିତ ଶତାଧିକ ଚାଷୀ ସାମିଲ ହୋଇଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ