।। ଇନ୍ଦିରା ୱମେନ୍ସ ଅର୍ଗାନାଇଜେସନ ତରଫରୁ ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ରୋଗୀଙ୍କୁ ଫଳ ବଣ୍ଟନ ।।

Dec 24, 2023 - 14:00
 0  16
।। ଇନ୍ଦିରା ୱମେନ୍ସ ଅର୍ଗାନାଇଜେସନ ତରଫରୁ ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ରୋଗୀଙ୍କୁ ଫଳ ବଣ୍ଟନ ।।

ଆଜି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର ମହକୁମା ରେ ଥିବା ଖ୍ରୀଷ୍ଟିଆନ ହସ୍ପିଟାଲ ଠାରେ ଇନ୍ଦିରା organaigetion ର CEO ରଶ୍ମିତା ଟେଟେ ବଡଦିନ ଉପଲକ୍ଷେ ବିଷମକଟକ ଖ୍ରୀଷ୍ଟିଆନ ମେଡିକାଲର ଡାକ୍ତର ଏବଂ ନର୍ସ ଙ୍କୁ ସାଲ ଦେଇ ସମ୍ବର୍ଦ୍ଧନା କରିବା ସହ ମେଡିକାଲରେ ଚିକିତ୍ସା ହୋଉଥିବା ସମସ୍ତ ରୋଗୀଙ୍କୁ ଫଳ ଓ କେଲେଣ୍ଡର ପ୍ରଦାନ କରିଥିଲେ l ଇନ୍ଦିରା ୱମେନ୍ସ organization 2012 ରେ ଆରମ୍ବ ହୋଇ କୋରାପୁଟ ଏବଂ ରାୟଗଡା ଜିଲ୍ଲାର ଅନେକ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ଲୋକଙ୍କ ସେବାକରି ଆସୁଛି ଏବଂ ଆଗକୁ ମଧ୍ୟ ଏହିଭଳି ମହତ କାମ କରିବା, ଗରିବ ଦୁଃଖୀ,ଦରିଦ୍ର,ରୋଗୀ,ମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ପ୍ରୟାସ ଜାରି ରହିବ ଏବଂ ଖ୍ରୀଷ୍ଟିଆନ ହସ୍ପିଟାଲ ମୋତେ ଅନୁମତି ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରୁଛି ବୋଲି ରଶ୍ମିତା ଟେଟେ କହିଛନ୍ତି l ଆଗକୁ ଯଦି ମୋର କିଛି ଆବଶ୍ୟକ ପୋଡିଲେ ମୁଁ ନିଚୟ ସାହାଯ୍ୟ କରିବି ବୋଲି ପ୍ରତିଜ୍ଞା‌ ଦେଇଛନ୍ତି l ରଶ୍ମିତା ଟେଟେ ଙ୍କ ଏହିଭଳି ମହତ କାମକୁ ଖ୍ରୀଷ୍ଟିଆନ ହସ୍ପିଟାଲ ଷ୍ଟାପ ଏବଂ ବୁଦ୍ଧିଜୀବୀ ମହଲରେ ପ୍ରସଂସା ର ସୁଅ ଛୁଟୁଛି ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ