ଆସନ୍ତୁ ରକ୍ତଦାନ କରିବା ଲୋକଙ୍କ ମୁହଁରେ ହସ ଭରିବା

May 10, 2025 - 20:24
 0  2
ଆସନ୍ତୁ ରକ୍ତଦାନ କରିବା ଲୋକଙ୍କ ମୁହଁରେ ହସ ଭରିବା

ନୂଆପଡା;ଧୀରେ ଧୀରେ ରକ୍ତ ଅଭାବ ଦୂର କରିବା ଲକ୍ଷ୍ୟରେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିର ଫେଡେରେସନ ଅଫ ବ୍ଲଡ୍ ଡୋନର ଓର୍ଗାନାଇଜେସନସ, ଓଡି଼ଶା ଙ୍କ ଆହ୍ବାନକ୍ରମେ ଆୟୋଜିତ ହୋଇଥିଲା I ଶିବିରଟି ପିପୁଲ୍ସ ହୋପ ଫାଉଣ୍ଡେସନ , ନାରାୟଣ ମହାନନ୍ଦ ଓ ନିୟମିତ ରକ୍ତଦାତା ଶିକ୍ଷକ କିଶୋର କୁମାର ପରିଡ଼ା ଙ୍କ ସହଯୋଗ ରେ ଆୟୋଜିତ ହେଇଥିଲା l ଶିବିରରେ ଅନେକ ଯୁବ ସେବାଭାବୀ ରକ୍ତଦାତା ଆଗକୁ ଆସି ରକ୍ତ ଦାନ କରିଛନ୍ତି। ଏହି ଅଭିଯାନ ମାଧ୍ୟମରେ ଗ୍ରାମ ଓ ସହର ଅଞ୍ଚଳରରେ ଥାଲେସୀମିଆ ଓ ଗର୍ଭବତୀ ମହିଳା ମାନଙ୍କୁ ଆବଶ୍ୟକ ସ୍ଥଳେ ରକ୍ତ ଯୋଗାଇଦେବାର ଏକ ପ୍ରଚେଷ୍ଟା I ପିପୁଲ୍ସ ହୋପେ ଫାଉଣ୍ଡେସନ ର ସଂସ୍ଥାପକ ଶୁଭମ ତାଣ୍ଡି ଓ ନିୟମିତ ରକ୍ତଦାତା ଶିକ୍ଷକ ଶ୍ରୀ କିଶୋର କୁମାର ପରିଡା କହିଛନ୍ତି ଯେ : “ଏହି ପ୍ରକାର ସେବା ଉଦ୍ୟମ ଯୁବ ମାନଂକୁ ଦାୟିତ୍ୱବୋଧ ଦିଏ ଓ ସମାଜ ଉପକୃତ ହୁଏ। ଏହା ସେବା ଓ ସଚେତନତାର ଉଦାହରଣ I ଯେଉଁମାନେ ଏହି ଶିବିରକୁ ସଫଳ କରିଛନ୍ତି, ସେମାନେ ମଧ୍ୟ ଏକ ଶ୍ରେଷ୍ଠ ସେବା ଦେଇଛନ୍ତି। ରକ୍ତ ଦାନ କରିବା ଦ୍ୱାରା ଏକ ଜୀବନ ବଞ୍ଚାଇପାରିବ ବୋଲି ଆହ୍ୱାନ ଦିଆଯାଇଛି I ଶିବିରର ସଫଳ ଆୟୋଜନରେ ଓଡ଼ିଶା ରକ୍ତ କେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆପଡାର ଯଯାତିକେଶରୀ ମଲ୍ଲିକ ଲେବ ଟେକନିସିଆନ , ଡି. ସୁମନ ସୌରଭ ନର୍ସିଂ ଅଫିସର, କାର୍ତ୍ତିକ ରଣା ଲେଵ ଏଟେନଡେଣ୍ଟ ଓ ଭବାନୀ ଶଙ୍କର ସୁନାନୀ ପ୍ରମୁଖ ସହଯୋଗ କରିଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ