ଆରଏସଏସ ପକ୍ଷରୁ ବାରିପଦାରେ ଯୁବ ସମ୍ମିଳନୀ
ବାରିପଦା ତା 17/11(ପି. ଏନ. ଏସ.) ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ, ବାରିପଦା ନଗର ତରଫରୁ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି. ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ ପ୍ରାନ୍ତ ଶାରୀରିକ ଶିକ୍ଷଣ ପ୍ରମୂଖ ବସନ୍ତ କୁମାର ମଲ୍ଳିକ ଯୋଗ ଦେଇ ଭାରତର ଗୌରବଶାଳୀ ଓ ସଂଘର୍ଷମୟ ଇତିହାସ ଉପରେ ବକ୍ତବ୍ୟ ରଖିଥିଲେ. କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ସଙ୍ଘଚାଳକ ପ୍ରକାଶ କୁମାର ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ, ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଡ଼ା. ଶିଶିର ବେହେରା, ସମ୍ମାନିତ ଅତିଥି ଭାବରେ ସଙ୍ଘର ସହବିଭାଗ କାର୍ଯ୍ୟବାହ ଚୈତନ୍ୟ ପ୍ରସାଦ ବାରିକ, ଯୋଗଦେଇ ଯୁବକ ମାନଙ୍କୁ ସ୍ବାବଲମ୍ବୀ ଓ ସ୍ୱଦେଶୀ ବ୍ୟବହାର କରିବାପାଇଁ ଆହ୍ୱାନ ଦେଇଥିଲେ. କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର କ୍ରୀଡା, କଳା, ନୃତ୍ୟ, ସମାଜସେବା ଆଦିରେ କୃତିତ୍ୱ ହାସଲ କରିଥିବା ୧୦ ଜଣ ପ୍ରତିଭା ଏବଂ ନୃତ୍ୟଗୁରୁ ମାନଙ୍କୁ ସମ୍ମାନିତ କରାଯାଇଥିଲା. ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0