ଆଦର୍ଶ ଦୁର୍ଗାବତୀ ରାଷ୍ଟ୍ରଭାଷ ବିଦ୍ୟାଳୟର ପବିତ୍ର ଶିଶୁ ଦିବସ ପାଳନ ସହିତ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ
ଆଦର୍ଶ ଦୁର୍ଗାବତୀ ରାଷ୍ଟ୍ରଭାଷ ବିଦ୍ୟାଳୟ ପରିସରରେ ଶିଶୁ ଦିବସ କାର୍ଯ୍ୟକ୍ରମ ବହୁ ଆଡମ୍ବର ସହ ପାଳିତ ହୋଇ ଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ନିଜିନିୟାର ବିଶେଶ୍ୱର ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ସଭାପତି ସମାଜ ସେବୀ ଓଡ଼ିଆ ବିଶିଷ୍ଟ ବ୍ୟବସାୟୀ ଗୟା ପ୍ରସାଦ ଖଣ୍ଡେଲୱାଲ ଯୋଗ ଦେଇ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ସୁକାନ୍ତ ଜୀଉ କାର୍ଯ୍ୟ କାରିଣୀ କମିଟିର ସଦସ୍ୟ ଭାବେ ଯୋଗ ଦେଇ ଶିଶୁ ଦିବସ ବିଷୟରେ ଆଲୋକ ପାତକରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବାରିପଦା ବ୍ରଜ ମହନ ମୁର୍ମୁ, ଭାଗବତ ପଣ୍ଡା, ସାମ୍ବାଦିକ ତରୁଣ କୁମାର ଦାଶ, ବଳରାମ ନାଥ, ସନ୍ତୋଷ ମହାନ୍ତି, ଡା ଶଶୀଧର ବିଶ୍ୱାଳ, ଡା ନିରୋଜ କୁମାର ପୋଥାଳ, କପିଳ ଦୁବେ, ଡା ଅସୀମ କୁମାର ଚକ୍ରବର୍ତ୍ତୀ ଯୋଗ ଦେଇ ପିଲା ମାନଙ୍କୁ ପାଠ ପଢି ବଡ ମଣିଷ ହେବାର ଉପଦେଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରତିଷ୍ଠିତ ଡା ଶଶୀଧର ବିଶ୍ୱାଳ ଅତିଥି ପରିଚୟ ଦେବା ସହିତ ମଞ୍ଚ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କନକ ଲତା ମାଝୀ, ରାମଚନ୍ଦ୍ର ବେହେରା,ସର୍ଦାର ହରିଚରଣ ସିଂ, ଡା ନିରୋଜ କୁମାର ପୋଥାଳ, ହିମାଂଶୁ ଶେଖର ପ୍ରହରାଜ, ଚିତ୍ତ ରଞ୍ଜନ ସ୍ୱାଇଁ, ଡା ଶଶୀଧର ବିଶ୍ୱାଳ, କପିଳ ଦୁବେ, ସୋମନାଥ ସିଂହ, ଶୀଧେଶ୍ୱର ମିଶ୍ର, ବଳରାମ ନାଥ, ଅଜିତ ଦାସ, ରଜନୀ ବାଳା ବାରିକ, ବିନୋଦ କୁମାର ମଣ୍ଡାଇ, ତରୁଣ କୁମାର ଦାଶ, ସନ୍ତୋଷ କୁମାର ମହାନ୍ତିଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର, ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଓ ଚାରା ବୃକ୍ଷ ଏବଂ ଜଗନ୍ନାଥଙ୍କ ପଟ୍ଟଚିତ୍ର ଦିଆଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସାଂସ୍କୃତିକ ନୃତ୍ୟ ତର୍କ, ନିବନ୍ଧ, ଏକକ ଅଭିନୟ, ଚିତ୍ରକଳା, ସଂଗୀତ ପ୍ରତିଯୋଗିତା ରେ ନହର ପଦା ର ଆଞ୍ଚଳିକ ସାଧନ କେନ୍ଦ୍ର ଅନର୍ଗତ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ସେଠି ମଧ୍ୟରୁ 62 ଜଣ ଛାତ୍ର ଛାତ୍ରୀଙ୍କୁ ପ୍ରମାଣ ପତ୍ର ଓଡ଼ିଆ ମେଡଲ ସହିତ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକଅଭିଭାବିକା, ସଦସ୍ୟ ସଦସ୍ୟା ଉକ୍ତ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ। ଶେଷରେ ଶିକ୍ଷକ ଜ୍ଞାନରଞ୍ଜନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0