ଅଶ୍ଵଗନ୍ଧାର ଚାଷର ପ୍ରଚାର ପ୍ରସାର ପାଇଁ ସଚେତନତା କାର୍ଯ୍ୟକ୍ରମ
ବାରିପଦା ତା୨୩/୧୨(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ଜାତୀୟ କୃଷକ ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ନ୍ୟାସନାଲ ମେଡିସିନାଲ ପ୍ଲାଣ୍ଟ ବୋର୍ଡ଼ ଓ ରାଜ୍ୟ ସରକାରଙ୍କ ସହାୟତାରେ ଗ୍ରୀନ ଜ୍ୟାକପଟ ଇଣ୍ଟର ନ୍ୟାସନାଲ ପକ୍ଷରୁ ଅଶ୍ଵଗନ୍ଧା ଏକ ସ୍ଵାସ୍ଥ୍ୟ ପ୍ରବର୍ତ୍ତକ ଔଷଧୀ ଏବଂ ଏହାର ପ୍ରଚାର ଓ ପ୍ରସାର ସଂପର୍କିତ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଶ୍ୟାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି. କାର୍ଯ୍ୟକ୍ରମରେ ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟର ସହକାରୀ ପ୍ରଫେସର ଡ. ସୁଦାମ ଚରଣ ସାହୁ ମୁଖ୍ୟ ଅତିଥି, କୃଷି ବିଜ୍ଞାନ ଗବେଷଣା କେନ୍ଦ୍ରର କୃଷି ପାଣିପାଗ ବୈଜ୍ଞାନିକ ଡ. ଜ୍ୟୋତିପ୍ରକାଶ ମିଶ୍ର ବକ୍ତା, ବରିଷ୍ଠ ସାମାଜିକ କର୍ମୀ ଗୌରାଙ୍ଗ ପାଣିଗ୍ରାହୀ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଅଶ୍ଵଗନ୍ଧାର ବହୁ ଔଷଧୀୟ ଗୁଣବତ୍ତା ରହିଛି ଓ କୃଷକମାନଙ୍କ ପାଇଁ ଏହା ଏକ ଲାଭଦାୟକ କୃଷି ବୋଲି କହିଥିଲେ. ଅଶ୍ଵଗନ୍ଧା ଚାଷପାଇଁ ମୟୂରଭଞ୍ଜ ଜିଲ୍ଲାର ବହୁ ଅଞ୍ଚଳର ଜମି ଓ ଜଳବାୟୁ ଅତ୍ୟନ୍ତ ଉପାଦେୟ. ତେଣୁ ଅଶ୍ଵଗନ୍ଧା ଚାଷୀ ନିଶ୍ଚୟ ଲାଭବାନ ହେବେ ବୋଲି ଅତିଥ ଓ ବକ୍ତାମାନେ ପରାମର୍ଶ ଦେଇଥିଲେ. କାର୍ଯ୍ୟକ୍ରମକୁ ସମାଜସେବୀ ଇଂ. କୁମାର କାର୍ତିକ ସଂଚାଳନ କରିଥିବା ବେଳେ ଶତାଧିକ ମହିଳା ଓ ପୁରୁଷ ଚାଷୀ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ. କିରଣ କୁମାର ସାହୁ, ମିହିର ମହୁରିଆ, ନାରାୟଣ ବେହେରା, ହେମନ୍ତ କୁମାର ଦାସ, ଜଗଦୀଶ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଗ୍ରୀନ ଜ୍ୟାକଟର ନିର୍ଦ୍ଦେଶକ ପ୍ରଶାନ୍ତ ବେଜ ଧନ୍ୟବାଦ ଅର୍ପଣ କରିଥିଲେ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0