ଅବସରପ୍ରାପ୍ତ ପୋଲିସ ପଦାଧିକାରୀଙ୍କ ଅଧିବେଶନ
ବାରିପଦା ତା ୦୭/୧୨(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ସ୍ଥାନୀୟ ତକତପୁର ସ୍ଥିତ ରୁଚି ଗେଷ୍ଟ ହାଉସ ଠାରେ ଓଡିଶା ଅବସରପ୍ରାପ୍ତ ପୋଲିସ ପଦାଧିକାରୀ କଲ୍ୟାଣ ସମିତି, ମୟୁରଭଞ୍ଜ ଶାଖାର ୯୭ ତମ ଅଧିବେଶନ ସଂଗଠନର ସଭାପତି ଦିଲୀପ କୁମାର ଦାସଙ୍କ ପୌରହିତରେ ଅନୁଷ୍ଠିତ ହୋଇଯାଇଛି. ସାଧାରଣ ସମ୍ପାଦକ ସତ୍ୟନାରାୟଣ ସିଂହବାବୁ ବୈଠକ ପରିଚାଳନା କରିବା ସହିତ ଗତ ଅଧିବେଶନର ବିବରଣୀ ପାଠ କାରିଥିଲେ. ସଭାରେ ସଙ୍ଘର ବିଭିନ୍ନ ଉନ୍ନତମୂଳଳ କାର୍ଯ୍ୟକ୍ରମ ବିଷୟ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଥିବା ବେଳେ, ଆସନ୍ତା ଫେବୃଆରୀ ମାସରେ ସଂଗଠନର ବାର୍ଷିକୀ ଅଧିବେଶନ ଅନୁଷ୍ଠିତ ହେବା ସହିତ ନିକଟ ଭବିଷ୍ୟତରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି. ଯୁଗ୍ମ ସମ୍ପାଦକ ସତୀଶ ଚନ୍ଦ୍ର ମହାନ୍ତ ବୈଠକ ପରିଚାଳନାରେ ସହଯୋଗ କରିଥିବା ବେଳେ, ନବୀନ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0