ଅବକାରୀ ବିଭାଗ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳନ

Jun 5, 2025 - 18:19
 0  68
ଅବକାରୀ ବିଭାଗ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳନ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୫.୬.୨୦୨୫ ରିଖ: ଜିଲ୍ଲାରେ ନିଶାଦ୍ରବ୍ୟ ଓ ଅପମିଶ୍ରିତ ବିଷାକ୍ତ ମାଦକଦ୍ରବ୍ୟ ବିରୁଦ୍ଧରେ ଦୃଢ଼ ସଚେତନତା କାର୍ଯ୍ୟକ୍ରମ ଚାଲିଥିବାବେଳେ ଆଜି ଅବକାରୀ ବିଭାଗ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳନ ହୋଇଯାଇଛି ! ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ତପନ କୁମାର ଖୁଣ୍ଟିଆ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜିଲ୍ଲା ଅବକାରୀ କାର୍ଯ୍ୟଳୟ, ଅବକାରୀ ଥାନା ଓ ଆର୍ ଓ କାର୍ଯ୍ୟଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ ! ବନ ବିଭାଗ ଦ୍ଵାରା ଏଥିପାଇଁ ସମସ୍ତ ବୃକ୍ଷ ଚାରା ଯୋଗାଇ ଦିଆଯାଇଥିଲା ! ଏହି ଅବସରରେ ଡି ଏସ ଏସ ଓ, ଡି ଆଇ ପି ଆର୍ ଓ, ଡି ସି ଓ, ଡି ପି ସି, ମିସନ ଶକ୍ତି,ପୋଲିସ ଓ ଅବକାରୀ ବିଭାଗ ର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ