ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସମାରୋହ

Dec 4, 2025 - 18:14
 0  1
ଅନ୍ତର୍ଜାତୀୟ ଭିନ୍ନକ୍ଷମ  ଦିବସ ସମାରୋହ

କୋରାପୁଟ,( ରଞ୍ଜିତ ନାୟକ ) ତା: ୦୩.୧୨.୨୦୨୫ ରିଖ : ଜିଲ୍ଲା ପ୍ରଶାସନ କୋରାପୁଟ ( ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଉପ-ବିଭାଗ ) ତରଫ ରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-୨୦୨୫ କୋରାପୁଟ ସ୍ଥିତ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୋରାପୁଟଠାରେ ମହାସମାରୋହରେ ପାଳିତ ହୋଇଯାଇଛି ! ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଭିନ୍ନକ୍ଷମଙ୍କ ସମାଜରେ ଅବଦାନ ଏବଂ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧନ କରିବା ! ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସୁଶ୍ରୀ ସସ୍ମିତା ମେଲକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା, କୋରାପୁଟ ଯୋଗଦନ କରିଥିଲେ ! ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଶ୍ରୀ ଲଲାଟ ରଞ୍ଜନ ସେଠୀ, ପୌର ପାଳିକା ଅଧ୍ୟକ୍ଷ, କୋରାପୁଟ, ଶ୍ରୀ ସାଇ ସ୍ବରୂପ, ADPHO, ଶ୍ରୀ ତରୁଣ ତପନ ପ୍ରହରାଜ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,କୋରାପୁଟ, ଶ୍ରୀମତୀ ନିଶା କେ.ଏସ୍ , ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ,କୋରାପୁଟ ପ୍ରମୁଖ ଯୋଗଦାନ କରିଥିଲେ ! ଏହି କାର୍ଯ୍ୟକ୍ରମ ଅବସରରେ ଏହି ଜିଲ୍ଲାର ଭିନ୍ନକ୍ଷମ ବିଦ୍ୟାଳୟ ଛାତ୍ର ଛାତ୍ରୀ ଏବଂ ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ନେଇ ସକାଳ ୯ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶ୍ରୀ ମନୋଜ ସତ୍ୟବାନ ମହାଜନ, ଜିଲ୍ଲାପାଳଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,କୋରାପୁଟ ପର୍ଯ୍ୟନ୍ତ ଏକ ସ୍ଵତନ୍ତ୍ର ପଦଯାତ୍ରା କରାଯାଇଥିଲା ! ପରବର୍ତ୍ତୀ ସମୟରେ ଅତିଥିଙ୍କ ଦ୍ଵାରା ପ୍ରମୁଖ ଅଭିଭାଷଣ ସହ କେନ୍ଦ୍ରୀୟ ବିଦ୍ୟାଳୟ, କୋରାପୁଟ,ଶିଶୁ ବିଦ୍ୟା ମନ୍ଦିର,କୋରାପୁଟ, ମାନସ ବିଦ୍ୟାଳୟ,କୋରାପୁଟ, ଦୃଷ୍ଟିବାଧିତ ବିଦ୍ୟାଳୟ, କୋରାପୁଟ ଏବଂ ଶ୍ରବଣବାଧିତ ବିଦ୍ୟାଳୟ, ସୁନାବେଡା ରୁ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରବନ୍ଧ,ବତ୍କୃତା,ନାଟକ ଏବଂ ସଂଗୀତ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରାଯିବା ସହ ବିଶିଷ୍ଟ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା ! ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏବଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଏହି ସଭାର ପରିସମାପ୍ତି କରାଯାଇଥିଲା ! ଏହି କାର୍ଯ୍ୟକ୍ରମରେ ଅଗ୍ନୀଶମ ବିଭାଗ, ପୋଲିସ ବିଭାଗ, ସ୍ପ୍ରେଡ୍ ବେସରକାରୀ ସଂସ୍ଥା ଏବଂ ଏକତା ବେସରକାରୀ ଅନୁଷ୍ଠାନର କର୍ମଚାରୀମାନେ ଉପସ୍ଥିତ ଥିଲେ ! ଶ୍ରୀମତୀ ଆହାନ ବୈଦ୍, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ସୁବ୍ରତ ପାଣିଗ୍ରାହୀ, କନିଷ୍ଠ ସହାୟକ, ଶ୍ରୀ ସୁଧାଂଶୁ ସିଂ, ଶ୍ରୀ ଅର୍ଜୁନ ମାଝୀ ଏବଂ ସାମାଜିକ ସୁରକ୍ଷା ଉପବିଭାଗର ସମସ୍ତ ସଦସ୍ୟ, କୋରାପୁଟ ଏହି କାର୍ଯ୍ୟକ୍ରମ ର ଆୟୋଜନ ଏବଂ ସୁପରିଚାଳନା କରିଥିଲେ ! ଏତଦବ୍ୟତୀତ,ଏହି ଦିବସ ଉପଲକ୍ଷେ ଏହି ଜିଲ୍ଲାର ବିଭିନ୍ନ ବ୍ଲକ ପରିସରରେ ଆୟୋଜିତ ପରବ କାର୍ଯ୍ୟକ୍ରମ ଗୁଡିକରେ ୱିଲ ଚେୟାର ବଣ୍ଟନ କରାଯିବା ସହ ଆଜି ଦାମନଯୋଡି,କୋରାପୁଟ ଠାରେ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ସ୍ଵତନ୍ତ୍ର କୁଶଳୀ ଉପକରଣ ବଣ୍ଟନ କରାଯାଇଥିଲା !

ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ପ୍ରତିନିଧି ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ