।। ଅତିଥି ଭାବେ ଡାକି ଅତିଥି ମାନଙ୍କ ଠାରୁ ଲୁଟିନେଲେ ୮ଟି ମୋବାଇଲ ଓ ୧୨୦୦୦ ଟଙ୍କା ।।

Apr 24, 2024 - 12:01
 0  106
।। ଅତିଥି ଭାବେ ଡାକି ଅତିଥି ମାନଙ୍କ ଠାରୁ ଲୁଟିନେଲେ ୮ଟି ମୋବାଇଲ ଓ ୧୨୦୦୦ ଟଙ୍କା ।।

କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ଅନ୍ତର୍ଗତ କୋଟା ଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ତ ଖଣ୍ଡି ଡଙ୍ଗରିଗୁଡା ଗ୍ରାମ ର ମା ଲଙ୍କେଶ୍ୱରୀ ସଂକୀର୍ତ୍ତନ ମଣ୍ଡଳୀ ଗତ 22 ତାରିଖ ଦିନ ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବୋଡେ଼ନ ଦାବରୀ ପଦର ଗ୍ରାମରେ ଅଷ୍ଟ ପ୍ରହର ନାମ ଯଜ୍ଞ ରେ ନାମ ରସ ଗାନ କରିବା ପାଇଁ ଯାଇଥିଲେ l ତାଙ୍କ ଦଳକୁ ସନ୍ଧ୍ୟା 7 ଘଟିକା ସମୟ ରେ ନାମ ସଂକୀର୍ତ୍ତନ ଗାନ କରିବା ପାଇଁ ଯଜ୍ଞ ମଣ୍ଡପ କୁ ଗଲା ସମୟରେ ତାଙ୍କ ସଜବାଜ ହେବା ଘରେ କିଏ ଜଣେ ପସି ସେମାନଙ୍କ ବେଗ ର ଚେନ କାଟି ରିଏଲମୀ, ଓପୋ, ଭିଭୋ, ରିଡ଼ମୀ, ସମସଙ୍ଗ ଭଳି ଆଠ ଗୋଟି ଫୋନ ସହ 12000 ହଜାର ଟଙ୍କା ଚୋରି କରି ଚମ୍ପଟ ମାରିଥିଲା ପରେ ମା ଲଙ୍କେଶ୍ୱରୀ ସଂକୀର୍ତ୍ତନ ମଣ୍ଡଳୀ ର ସମସ୍ତେ ତାଙ୍କ ନାମ ସଂକୀର୍ତ୍ତନ ସାରି ଆସିଲା ବେଳକୁ କିଏ ଜଣେ ତାଙ୍କ ର ବେଗ ଗୁଡାକୁ ଚିରି ଫାଡି ଫୋପାଡ଼ି ଦେଇ ଆଠ ଟି ମୋବାଇଲ ଫୋନ ସହ ବାର ହଜାର ଟଙ୍କା ଚୋରି କରି ଫେରାର ମାରିଥିଲା l ଏହି ଘଟଣା ଘଟିବା ପରେ ଦାବରୀ ପଦର ଗ୍ରାମର ଅଷ୍ଟ ପ୍ରହର ନାମ ଯଜ୍ଞ କମିଟିକୁ ଜଣେଇଲା ପରେ ନାମ ଯଜ୍ଞ କମିଟି ତାଙ୍କର କଥା କୁ କର୍ଣ୍ଣପାତ କରିନଥିଲେ l ପରେ ମା ଲଙ୍କେଶ୍ୱରୀ ସଂକୀର୍ତ୍ତନ ମଣ୍ଡଳୀ ର ସଭାପତି ଦୁର୍ଯ୍ୟଧନ ନାଏକ ତାଙ୍କ ଦଳ ସହ ଯେଉଁ ମାନଙ୍କ ମୋବାଇଲ ଚୋରି ହୋଇଛି, ମୁକେଶ ମାଝୀ, ମାନସ ମାଝୀ, ଷଷ୍ଠୀ ବାଗ, କେଶବ ବାଗ, ନରେଶ ବାଗ, ରାକେଶ ବାଗ, ବ୍ରଜ ବାଗ, ନରେନ୍ଦ୍ର ବାଗ, ସମେତ ତାଙ୍କ ଦଳର ଲାଇବ ବାଗ,ନରହରି ବାଗ, ନିତ୍ୟା ବାଗ, ଶୀଧେଶ୍ୱର ବାଗ, ପ୍ରମୋଦ ବାଗ, ହରି ଶଙ୍କର ମାଝୀ ପ୍ରମୁଖଙ୍କୁ ନେଇ ଧର୍ମଗଡ଼ ଥାନା ରେ ଏକ ଲିଖିତ ଅଭିଯୋଗ କଲାପରେ l ଧର୍ମଗଡ଼ ଥାନା ଅଧିକାରୀ ଯଥାଶୀଘ୍ର ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ମା ଲଙ୍କେଶ୍ୱରୀ ସଂକୀର୍ତ୍ତନ ମଣ୍ଡଳୀର ସଭାପତି ଦୁର୍ଯ୍ୟୋଧନ ନାଏକ ଙ୍କୁ ପ୍ରତିଶୃତି ଦେଛନ୍ତି l

କଳାହାଣ୍ଡି ରୁ ରଜନୀ କାନ୍ତ ଶଗଡ଼ିଆ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ