।। ଅତି ନିମ୍ନମାନରେ ପି,ଡବ୍ଲୁ,ଡି ରାସ୍ତା ନିର୍ମାଣ କାର୍ଯ୍ୟର ଅବସ୍ଥା ଅତି ଶୋଚନୀୟ ।।

Sep 28, 2024 - 21:04
 0  94
।।  ଅତି ନିମ୍ନମାନରେ ପି,ଡବ୍ଲୁ,ଡି ରାସ୍ତା ନିର୍ମାଣ କାର୍ଯ୍ୟର ଅବସ୍ଥା ଅତି ଶୋଚନୀୟ ।।

କଳାହାଣ୍ଡି ଜିଲ୍ଲା ର ଜୟପାଟଣା ବ୍ଳକ ଧନସୁଳୀ ଗ୍ରାମ ସୀମାନ୍ତ ନବରଙ୍ଗପୁର ଜିଲ୍ଲା କୁ ଲାଗି ରହିଛି ଢୁଲୁଘାଟି । ଏହି ଢୁଲୁଘାଟି କଳାହାଣ୍ଡି ଜିଲ୍ଲା ଓ ନବରଙ୍ଗପୁର ଜିଲ୍ଲାକୁ ସଂଯୋଗ କରିଥିବା ବେଳେ ଆଖପାଖ ଅଞ୍ଚଳରର ଲୋକେ ଯାତାୟତ ପାଇଁ ନିର୍ଭର କରିଥାନ୍ତି। ଏହି ରାସ୍ତା କମ ଦିନରେ ତରବରିଆ ଭାବରେ ସାରି ଦେଇ ଥିଲେ। କିନ୍ତୁ ଏହି ରାସ୍ତା ଆଜି ଅତିସଚନିୟ ଅବସ୍ଥାରେ ପଡ଼ି ରହିଛି। ଅଞ୍ଚଳର ଜନସାଧାରଣ, ନେତା ,ମନ୍ତ୍ରୀ, ବିଧାୟକ, ବୁଦ୍ଧୀଜୀବି ସମସ୍ତଙ୍କ ପରିଶ୍ରମ ବଳରେ ଦିର୍ଘ ଦିନ ପରେ ପୁର୍ବତନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ପଡ଼ିବା ପରେ ଏହି ରାସ୍ତା ପି ଡବ୍ଲୁ ଡି ଙ୍କୁ ହସ୍ତାନ୍ତର କରାଯାଇ ଥିଲା।ପି ଡବ୍ଲୁ ଡି ହସ୍ତକ୍ଷେପ ପରେ, ଧନ ସୁଳୀ ଗ୍ରାମ ପଞ୍ଚାୟତ ଆରମ୍ଭ ରୁ ପୋଡସୀ ଜିଲ୍ଲା ନବରଙ୍ଗପୁର ଘାଟି ସୀମାର ଶେଷ ରାସ୍ତା କାମ ପାଇଁ ଟେଣ୍ଡର ବାହାର କରଯାଇଥିଲା । ସୂଚନା ଅନୁରସାରେ ଏହି ରାସ୍ତା 12 କିଲୋମିଟର ପାଇଁ 13 କୋଟି ଅର୍ଥ ମଞ୍ଜୁର ହେଇଥିବା ବେଳେ ଏହି ରାସ୍ତାକୁ କମ୍ ଦିନ ଭିତରେ ସାରି ଦେଇ ଥିଲେ। ଜୁନାଗଡ଼ ପୂର୍ତୁ ବିଭାଗ ଅଧିକାରୀଙ୍କ ତତ୍ତ୍ଵାବଧାନରେ ଏହି ରାସ୍ତା ନିର୍ମାଣ ହେଇଥିଲା କିନ୍ତୁ ଏହି ରାସ୍ତାକୁ ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଅତି ନିମ୍ନ ମାନର ରାସ୍ତା ନିର୍ମାଣ କାର୍ଯ୍ୟ କରି ଥିଵାରୁ ଆଜି ବିଭିନ୍ନ ଜାଗାରେ ଫାଟ ସୃଷ୍ଟି କରି ରାସ୍ତା ଭାଙ୍ଗି ପଡିଛି ଯାହା ଆପଣ ମାନେ ଏହି ଚିତ୍ରକୁ ଦେଖି ବୁଝି ପାରୁଥିବେ। ଜନସାଧାରଣଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କୋଟିକୋଟି ଅର୍ଥରାଶି ଖର୍ଚ୍ଚରେ ଏହି ରାସ୍ତା ନିର୍ମାଣ କରା ଯାଇଥିଲା ହେଲେ ଏହି ରାସ୍ତା ଆଜି ବିପଦଶଙ୍କୁଲ ଅବସ୍ଥାରେ ରହିଛି। ସରକାରଙ୍କ ସଠିକ ଆକଳନ ଅନୁସାରେ ଠିକାଦାର ନିର୍ମାଣ କାର୍ଯ୍ୟ ନକରି ମନମୁଖୀ କରୁଥିବାରୁ ରାସ୍ତା କାମ ଇତି ରୁ ଅତି ନିମ୍ନମାନର କାମ ହେଉଥିବାରୁ ଆଜି ଏହି ରାସ୍ତା ମରଣଯନ୍ତା ପାଲଟିଛି।ତାହାର କାରଣ ହେଉଛି ଠିକାଦାର କାର୍ଯ୍ୟ ଆରମ୍ଭରେ ଖଳିଆ ମାଟି,ଦେଇ ତରବରିଆ ଭାବରେ ଗ୍ରେଡିଙ୍ଗ,ଲେଭଲିଙ୍ଗ୍, ରୋଲ୍ଲିଙ୍ଗ କରିଥିଲେ ଓ କଳର୍ଭଟ ଗୁଡ଼ିକ ନିର୍ମାଣ ସ୍ଥାନର ଫାଉଣ୍ଡେସନରେ ସଠିକ୍ କଂକ୍ରିଟ ନଦେଇ ଥିବାରୁ ଓ ସାଇଡ୍ ୱାଲ୍ ନ ଥିବାରୁ ପାହାଡ଼ ଉପରୁ ମାଟି,ଗୋଡ଼ି ଓ ଛୋଟ ଛୋଟ ପଥର ପଡ଼ି ରହି ଥିବାରୁ ଦୁର୍ଘଟଣା ହେବାର ସମ୍ଭାବନା ମଧ୍ୟ ରହିଛି । ଦୁର୍ଘଟଣା ହେବାର ମୁଖ୍ୟ କାରଣ ହେଉଛି ଏହି ରାସ୍ତା ଅତି ନିମ୍ନମାନର କାର୍ଯ୍ୟ କରି କମ୍ ଦିନରେ ସମାପ୍ତ କରି ଦୁର୍ନୀତି ହେଇଥିବାର ଜଣା ପଡୁଛି ଯାହା ଏହି ରାସ୍ତାକୁ ଦେଖିଲେ ଜଣା ପଡୁଛି ଅଞ୍ଚଳ ବାସୀଙ୍କ ଦାବୀ ଏହି ରାସ୍ତା କାର୍ଯ୍ଯ ଉପରେ ପ୍ରଶାସନ ଉଚିତ୍ ତଦନ୍ତ ପାଇଁ ଦୁର୍ନୀତି ନିବାରଣ ବିଭାଗକୁ ହସ୍ତାନ୍ତର କଲେ ମନମୁଖୀ କାର୍ଯ୍ୟ କରି ଥିବାର ପର୍ଦ୍ଦାଫାଶ ହୋଇପାରିବ ବୋଲି ବୁଦ୍ଧିଜିବୀ ମହଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ FIRST NEWS ODISHA.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ