NH ୩୨୬ ରେ ସଡ଼କ ଦୁର୍ଘଟଣା.. ଯାତ୍ରୀବାହି ବସ ଓ କାଠ ବୋଝେଇ ଟ୍ରକ୍ ସହ ମୁହାଁମୁହିଁ.. ଏକାଧିକ ଆହତ ଚାରି ଗୁରୁତର

Oct 2, 2024 - 15:41
 0  27
NH ୩୨୬ ରେ ସଡ଼କ ଦୁର୍ଘଟଣା.. ଯାତ୍ରୀବାହି ବସ ଓ କାଠ ବୋଝେଇ ଟ୍ରକ୍ ସହ ମୁହାଁମୁହିଁ..  ଏକାଧିକ ଆହତ ଚାରି ଗୁରୁତର

 କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଡୁମୁରିପଦର ରାସ୍ତାରେ ଦୁର୍ଘଟଣା.. mssb ବସ ରାୟଗଡ଼ା ରୁ ଜୟପୁର ଅଭିମୁଖେ ଯାଉଥିବା ସମୟରେ ଅଘଟଣ.. ଟ୍ରକ୍ ଭିତରେ ଗୁରୁତର ଅବସ୍ଥାରେ ଦୁଇ ଜଣ ଡ୍ରାଇଭର..ସହ ଫସି ଯାଇଥିବାବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଦେଖିବାକୁ ମିଳିଛି । ଏହି ଘଟଣା ଟି ସକାଳ ସମୟ ୮ ଟାରୁ ୮ ଟା ୩୦ ମିନିଟ୍ ସମୟ ମଧ୍ୟରେ ମୁହାଁମୁହିଁ ହୋଇ ଦୁର୍ଘଟଣା ଘଟି ଥିବା ଜଣାପଡିଛି , MSSB ଘରୋଇ ଯାତ୍ରୀ ବାହୀବସ୍ ରାୟଗଡ଼ା ରୁ ଜୟପୁର ଅଭିମୁଖେ ଯାଉଥିବା ବେଳେ ତା'ର ବିପରିତ ଦିଗରୁ ଏକ କାଠ ବୋଝେଇ ଟ୍ରକ ଆସୁଥିବା ସମୟରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଡୁମୁରିପଦର ଗ୍ରାମର ବ୍ରିଜ୍ ନିକଟରେ ମୁହାଁ ମୁହିଁ ହୋଇ ଦୁର୍ଘଟଣା ହୋଇଥିବା ସୁଚନା ରୁ ଜଣାପଡିଛି । ଏହି ଦୁର୍ଘଟଣାରେ ଆହତ ହୋଇ ଥିବା ୨୨ ଜଣ ଯାତ୍ରୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନେଇ ସ୍ଥାନୀୟ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ଗୁରୁତର ହୋଇଥିବା ଅନ୍ୟ ୪ ଚାରି ଜଣଙ୍କୁ କୋରାପୁଟ ଜିଲ୍ଲା ଲକ୍ଷ୍ମଣ ନାଏକ ବଡ଼ ମେଡ଼ିକାଲକୁ ନେଇ ଭର୍ତ୍ତି କରି ଚିକିତ୍ସା କରୁ ଥିବା ସୁଚନା ଯୋଗେ ଜଣାପଡିଛି।ଖବରରୁ ଜଣାପଡିଛି କି ଉକ୍ତ ଯାତ୍ରୀ ବାହୀବସ୍ ରେ ୭୦ ଜଣରୁ ଉର୍ଦ୍ଧ୍ବ ଯାତ୍ରୀ ବସ୍ ରେ ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି।

 ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ