MSCB University Press Release in Odia and English

Nov 18, 2024 - 18:12
 0  14
MSCB University Press Release in Odia and English

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆସନ୍ତା ୧୯-୧୧-୨୦୨୪ ଠାରୁ ୨୩-୧୧-୨୦୨୪ ପର୍ଯ୍ୟନ୍ତ ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ । ପୂର୍ବ ଭାରତର ୬୪ଟି ବିଶ୍ୱବିଦ୍ୟାଳୟର ପ୍ରାୟ ୯୦୦ ଜଣ ଖେଳାଳୀ ଓ ମ୍ୟାଚ୍‌ ଅଧିକାରୀ ଏଥିରେ ଭାଗନେବେ । ଓଡ଼ିଶାରୁ ୧୩ଟି, ଛତିଶଗଡ଼ରୁ ୧୦ଟି, ପଶ୍ଚିମବଙ୍ଗରୁ ୯ଟି, ବିହାରରୁ ୧୦ଟି, ଉତ୍ତର ପ୍ରଦେଶରୁ ୬ଟି, ଝାଡ଼ଖଣ୍ଡରୁ ୭ଟି, ମଣିପୁରରୁ ୨ଟି, ଆସାମରୁ ୩ଟି, ତ୍ରିପୁରାରୁ ୨ଟି, ମିଜୋରାମରୁ ଓ ସିକିମରୁ ଗୋଟିଏ ବିଶ୍ୱବିଦ୍ୟାଳୟ ଏଥିରେ ଭାଗନେଉଛନ୍ତି । ଭାଗ ନେଉଥିବା ବିଶ୍ୱବିଦ୍ୟାଳୟ ଗୁଡ଼ିକ ହେଲା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟ ପଶ୍ଚିମବଙ୍ଗ, ମଗଧ ବିଶ୍ୱବିଦ୍ୟାଳୟ ବିହାର, ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କଳାହାଣ୍ଡି, ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ଇମ୍ଫାଲ ମଣିପୁର, ମିଜୋରାମ ବିଶ୍ୱବିଦ୍ୟାଳୟ, ସରଳା ବିରଳା ବିଶ୍ୱବିଦ୍ୟାଳୟ ରାଞ୍ଚି, ମୁଙ୍ଗେର ବିଶ୍ୱବିଦ୍ୟାଳୟ ବିହାର, ସିଆକମ ସ୍କିଲ୍‌ସ୍ ବିଶ୍ୱବିଦ୍ୟାଳୟ ପଶ୍ଚିମବଙ୍ଗ, ନର୍ଥ ବେଙ୍ଗଲ ବିଶ୍ୱବିଦ୍ୟାଳୟ, ଭି.ବି.ଏସ୍‌.ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ ଉତ୍ତର ପ୍ରଦେଶ, କିଟ୍‌ ବିଶ୍ୱବିଦ୍ୟାଳୟ, ଦୀନଦୟାଲ ଉପାଧ୍ୟାୟ ଗୋରଖପୁର ବିଶ୍ୱବିଦ୍ୟାଳୟ, ସନ୍ତ ଗହିରା ଗୁରୁ ବିଶ୍ୱବିଦ୍ୟାଳୟ ସରଗୁଜା, କଲିକତା ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ରାଞ୍ଚୀ ବିଶ୍ୱବିଦ୍ୟାଳୟ, ତେଜପୁର ବିଶ୍ୱବିଦ୍ୟାଳୟ ଆସାମ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ସୋଆ ବିଶ୍ୱବିଦ୍ୟାଳୟ, ଓ.ପି.ଜିନ୍ଦଲ୍‌ ବିଶ୍ୱବିଦ୍ୟାଳୟ, ମଣିପୁର ବିଶ୍ୱବିଦ୍ୟାଳୟ, ଶହୀଦ ମହେନ୍ଦ୍ର କର୍ମା ବିଶ୍ୱବିଦ୍ୟାଳୟ ବସ୍ତର, ଏଲ୍‌.ଏନ୍‌.ମିଥିଳା ବିଶ୍ୱବିଦ୍ୟାଳୟ ଦରଭଙ୍ଗା, କଲ୍ୟାଣୀ ବିଶ୍ୱବିଦ୍ୟାଳୟ ପଶ୍ଚିମବଙ୍ଗ, ଏମ୍‌.ଜି. କାଶୀ ବିଦ୍ୟାପୀଠ ବାରାଣସୀ, ହେମଚାନ୍ଦ ଯାଦବ ବିଶ୍ୱବିଦ୍ୟାଳୟ ଦୁର୍ଗ୍‌, ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ବିଳାସପୁର, ଛତିଶଗଡ଼ ସ୍ୱାମୀ ବିବେକାନନ୍ଦ ଟେକ୍‌ନିକାଲ୍‌ ବିଶ୍ୱବିଦ୍ୟାଳୟ ଭିଲାଇ, ପଣ୍ଡିତ ରବିଶଙ୍କର ଶୁକ୍ଲା ବିଶ୍ୱବିଦ୍ୟାଳୟ ଛତିଶଗଡ଼, ବିନୋଦ ବିହାରୀ ମାହ୍‌ତ କୋୟଲାଞ୍ଚଳ ବିଶ୍ୱବିଦ୍ୟାଳୟ ଧାନବାଦ, ବାବାସାହେବ ଭୀମରାଓ ଆମ୍ବେଦକର ବିହାର ବିଶ୍ୱବିଦ୍ୟାଳୟ ମୁଜାଫରନଗର, ଉତ୍କଳ ବିଶ୍ୱବିଦ୍ୟାଳୟ, ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟ, ଜନନାୟକ ଚନ୍ଦ୍ରଶେଖର ବିଶ୍ୱବିଦ୍ୟାଳୟ ବାଲିଆ, ଦକ୍ଷିଣ ବିହାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓୟୁଏଟି ଭୁବନେଶ୍ୱର, ରେଭେନ୍‌ସା ବିଶ୍ୱବିଦ୍ୟାଳୟ, ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟ, ପାଟଳିପୁତ୍ର ବିଶ୍ୱବିଦ୍ୟାଳୟ ପାଟନା, ପଶ୍ଚିମବଙ୍ଗ ରାଜ୍ୟ ବିଶ୍ୱବିଦ୍ୟାଳୟ, ଯାଦବପୁର ବିଶ୍ୱବିଦ୍ୟାଳୟ, ପାଟଣା ବିଶ୍ୱବିଦ୍ୟାଳୟ, ଅଟଳ ବିହାରୀ ବାଜପେୟୀ ବିଶ୍ୱବିଦ୍ୟାଳୟ ବିଳାସପୁର, ବିଶ୍ୱଭାରତୀ ସ୍ଫୋର୍ଟ୍ସ ବୋର୍ଡ୍‌ ବିଶ୍ୱଭାରତୀ, ସିକ୍କିମ ମଣିପାଲ୍‌ ବିଶ୍ୱବିଦ୍ୟାଳୟ ସିକିମ, ଜୟ ପ୍ରକାଶ ବିଶ୍ୱବିଦ୍ୟାଳୟ ବିହାର, ତ୍ରିପୁରା ବିଶ୍ୱବିଦ୍ୟାଳୟ, ଡ. ଶ୍ୟାମପ୍ରସାଦ ମୁଖାର୍ଜୀ ବିଶ୍ୱବିଦ୍ୟାଳୟ ରାଞ୍ଚି, ଆଡାମାସ ବିଶ୍ୱବିଦ୍ୟାଳୟ, ବିନୋବା ଭାବେ ବିଶ୍ୱବିଦ୍ୟାଳୟ, ରାଧା ଗୋବିନ୍ଦ ବିଶ୍ୱବିଦ୍ୟାଳୟ ଝାଡ଼ଖଣ୍ଡ, ଶହୀଦ ନନ୍ଦକୁମାର ପଟେଲ ବିଶ୍ୱବିଦ୍ୟାଳୟ ରାଇଗଡ଼, ମାଟସ୍‌ ବିଶ୍ୱବିଦ୍ୟାଳୟ ଛତିଶଗଡ଼, ବି.ଏନ୍‌.ମଣ୍ଡଳ ବିଶ୍ୱବିଦ୍ୟାଳୟ ବିହାର, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କଟକ, ଆଇସେକ୍ଟ୍‌ ବିଶ୍ୱବିଦ୍ୟାଳୟ ଝାଡ଼ଖଣ୍ଡ, ବୀର କୁଅଁର ସିଂହ ବିଶ୍ୱବିଦ୍ୟାଳୟ ଆରା ବିହାର, ସିଦ୍ଧାର୍ଥ ବିଶ୍ୱବିଦ୍ୟାଳୟ ଉତ୍ତରପ୍ରଦେଶ, ଗୌହାଟି ବିଶ୍ୱବିଦ୍ୟାଳୟ, କିସ୍‌ ବିଶ୍ୱବିଦ୍ୟାଳୟ ଓ ଇକ୍‌ଫାଇ ବିଶ୍ୱବିଦ୍ୟାଳୟ ତ୍ରିପୁରା । ପ୍ରତିଦିନ ମ୍ୟାଚ୍‌ ଗୁଡ଼ିକ ସକାଳ ୭:୩୦ ରେ ଏବଂ ଅପରାହ୍ନ ୩ଟାରେ ଆରମ୍ଭ ହେବ । ମ୍ୟାଚ୍‌ର ୩୦ ମିନିଟ୍‌ ପୂର୍ବରୁ ଟିମ୍‌ ଗୁଡ଼ିକ ରିପୋର୍ଟ୍‌ କରିବେ । ଏହାର ଉଦ୍‌ଘାଟନୀ ସମାରୋହ ୧୯-୧୧-୨୦୨୪ ସକାଳ ୧୦:୦୦ ଘଣ୍ଟା ସମୟରେ ଏବଂ ଉଦ୍‌ଯାପନୀ ସମାରୋହ ୨୩-୧୧-୨୦୨୪ ପୂର୍ବାହ୍ନ ୧୧:୦୦ ଘଣ୍ଟା ସମୟରେ ଅନୁଷ୍ଠିତ ହେବ । ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଲୋକପାଳ ତଥା ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ମଧୁମିତା ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଉଦ୍‌ଯାପନୀ ସମାରୋହରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ମାନ୍ୟବର ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଏବଂ ମୟୂରଭଞ୍ଜ ସାଂସଦ ଶ୍ରୀଯୁକ୍ତ ନବଚରଣ ମାଝୀ ଓ ବାରିପଦା ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ସୋରେନ୍‌ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କ୍ରୀଡ଼ା ମହାକୁମ୍ଭର ପ୍ରସ୍ତୁତି ବର୍ତ୍ତମାନ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବାରିପଦା ତଥା ବିଶ୍ୱବିଦ୍ୟାଳୟରେ କ୍ରମାଗତ ଭାବେ ତୃତୀୟ ଥର ପାଇଁ ଏଭଳି ଏକ କ୍ରୀଡ଼ା ମହାକୁମ୍ଭର ଆୟୋଜନ କରିବାକୁ ଯାଉଥିବାରୁ ଛାତ୍ରଛାତ୍ରୀଗଣ ଓ କ୍ରୀଡ଼ାପ୍ରେମୀଗଣ ବେଶ୍‌ ଉତ୍ସାହିତ ଅଛନ୍ତି । ଏହା ପୂର୍ବରୁ ଏହି ବିଶ୍ୱବିଦ୍ୟାଳୟ ଦୁଇଥର ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ କବାଡ଼ି ପ୍ରତିଯୋଗିତା ଆୟୋଜିତ କରିସାରିଛି । ଏହି କ୍ରୀଡ଼ା ମହୋତ୍ସବକୁ ସାଫଲ୍ୟ ମଣ୍ଡିତ କରିବା ନିମନ୍ତେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, କୁଳସଚିବ ଶ୍ରୀ ସହଦେବ ସମାଧିଆ, ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ, କ୍ରୀଡ଼ା ପରିଷଦର ନିର୍ଦ୍ଦେଶକ ପ୍ର. ପ୍ରଭଞ୍ଜନ ମଲ୍ଲିକ, ଉପ-ନିର୍ଦ୍ଦେଶକ ଡ. ଶିଶିର ବେହେରା ଓ କ୍ରୀଡ଼ା ଶିକ୍ଷକ ଶ୍ରୀ ପ୍ରଦୀପ୍ତ ରଞ୍ଜନ ଦାସ ପ୍ରମୁଖ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା, ଛାତ୍ରଛାତ୍ରୀ, ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ, ଖେଳ ଶିକ୍ଷକ, ଖେଳାଳୀଗଣ, ମୟୂରଭଞ୍ଜର ଜନସାଧାରଣ, ଜିଲ୍ଲାର ସମସ୍ତ ଅଧିକାରୀ, ଖେଳପ୍ରେମୀ ମୟୂରଭଞ୍ଜ,

ବାରିପଦା ରୁ-ଗୌର ଦାସଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ